-+91-9937148622 |
prerana_bgr@rediffmail.com |
Sunday 22nd November 2026 |
R.N.I. Regd No. ODIODI/2010/46693
Breaking News
21-Nov-2026
(ରଂଜିତ ମହାନ୍ତି )
ବରୀ ମଣିଷ ଦେହରେ ମୁଖ୍ୟ ଜୀବନର ଧାରା ହେଉଛି ରକ୍ତ । ଏହି ରକ୍ତ ଅଭାବ ହିଁ ଅକାଳରେ ମନୁଷ୍ୟକୁ ମୃତ୍ୟୁ ମୁଖକୁ ଟାଣି ନିଏ । ତେଣୁ ପ୍ରତ୍ୟେକ ମଣିଷ ବଂଚିବା ପାଇଁ ରକ୍ତ ନିହାତି ଅପିହାର୍ଯ୍ୟ ହୋଇଥିବା ବେଳେ ଏହି ରକ୍ତ ଅଭାବର ଶିକାର ହେଉଛନ୍ତି ବହୁ ନିରୀହ ଜୀବନ । ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ବରୀ ବ୍ଲକ ବୋଦୁଅ ଗ୍ରାମର ଯଦୁନାଥ ଯେନାଙ୍କ ଝିଅ ପ୍ରୀତିମୟୀ ଯେନାଙ୍କ କ୍ଷେତ୍ରରେ । ଏହି ଥାଲେସେମିଆ ରୋଗୀ ପ୍ରୀତିମୟୀଙ୍କୁ ପ୍ରତ୍ୟେକ ମାସ ୩ଟି ରକ୍ତର ଆବଶ୍ୟକତା ପଡୁଥିବା ବେଳେ ସେ ଏହି ରକ୍ତ ଯୋଗାଡ କରିବାକୁ ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡୁଛି । ପ୍ରୀତମୟୀ ଏବେ ଅଷ୍ଟମ ଶ୍ରେଣୀରେ ବୋଦୁଅସ୍ଥିତ ଯଜ୍ଞେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଅଛି । ଆଗକୁ ତାଙ୍କର ଦୀର୍ଘ ଜୀବନ ପଡିଥିବାବେଳେ ଏବେ ରକ୍ତ ପାଇଁ ତାଙ୍କ ଜୀବନ ଦୁଇ ଛକିରେ । ସରକାରୀ ସହାୟତା ବାବଦ ତାଙ୍କୁ ମାସକୁ ହଜାର ଟଙ୍କା ଭତା ମିଳୁଥିବା ବେଳେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପ୍ରତ୍ୟେକ ମାସ ୫୦୦ଟଙ୍କାର ଚିକିତ୍ସା ସହାୟତା ବାବଦ ତାଙ୍କ ସ୍କୁଲ ପକ୍ଷରୁ ଷ୍ଟାଇପେଣ୍ଡ ବାବଦରେ ମିଳୁଥିବାର ତାଙ୍କ ବାପା ଯଦୁମଣି କୁହନ୍ତି । ମୁଖ୍ୟ ସମସ୍ୟା ହେଉଛି ପ୍ରୀତିମୟୀ ପ୍ରତ୍ୟେକ ମାସ ୩ ଗୋଟି ରକ୍ତ ର ଆବଶ୍ୟକତା ଥିବାବେଳେ ଏବେ ଯାଜପୁର ମେଡିକାଲରେ ଗୋଟିଏ ରକ୍ତ ମିଳୁଛି ଆଉ ଏହାପରେ ଆଉ ୨ଟି ରକ୍ତ ଯୋଗାଡ କରିବା ପରିବାର ପକ୍ଷରୁ ବହୁ କଷ୍ଟ କରିବାକୁ ପଡୁଛି । ରକ୍ତ କମିଗଲେ ପ୍ରୀତମିୟୀଙ୍କ ଦେହ ଶୁଖିଲା ପଡିଯିବା ସହିତ ଦେହ ଦୁର୍ବଳ ହୋଇଯାଏ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି । ଅଭାବୀ ପରିବାରରେ ପ୍ରୀତିମୟୀଙ୍କ ଜନ୍ମ କଲା ମା ୪ ବର୍ଷ ପୂର୍ବରୁ ରୋଗାଗ୍ରସ୍ତ ହୋଇ ଆରପାରିକୁ ଚାଲିଯାଇଥିବାବେଳେ ବାପା ୨ ଝିଅଙ୍କୁ କାମଧନ୍ଦା କରି ପରିବାର ପ୍ରତିପୋଷଣ କରନ୍ତି ଯଦୁମଣି । ଏପରିସ୍ଥଳେ ଏହି ଅଭାବି ପରିବାର ପକ୍ଷରୁ ଆଉ ୨ ଗୋଟି ରକ୍ତ ସଂଗ୍ରହ କରିବା କାଠିକର ପାଠ ହେଉଛି ତେଣୁ ଏହାର ସମାଧାନ ପାଇଁ ପ୍ରଶାସନର ସାହାଯ୍ୟ ଅପେକ୍ଷାରେ ଅଭାବି ଯଦୁମଣି ନିବେଦନ କରିଛନ୍ତି ।