-+91-9937148622 |

prerana_bgr@rediffmail.com |

  Sunday 22nd November 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟୁଥିଲେ, ଶେଷରେ ପୋଲିସ ହାତରେ ଗିରଫ ହେଲେ ଠକ    (21-Nov-2026)       ||      କୃଷିମହାବିଦ୍ୟାଳୟ ଶିଳାନ୍ୟାସ ପ୍ରସଙ୍ଗ.. ବିଧାୟକଙ୍କର ପ୍ରଶ୍ନ ସରକାରଙ୍କୁ ; ଉତ୍ତର ସରକାର ବଦଳରେ ବିଜେପି ପାର୍ଟିର   (21-Nov-2026)       ||      ସଡ଼କ ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କ କଡ଼ା ଆଭିମୁଖ୍ୟ, ୨୩ରୁ ସରକାରୀ କର୍ମଚାରୀଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ   (21-Nov-2026)       ||      ପିଲାମାନଙ୍କ ପ୍ରତିଭା, ସୃଜନଶୀଳତା ଓ ସୁରକ୍ଷାର ବାର୍ତ୍ତା ନେଇ ଆୟୋଜିତ ହେଲା ‘ପତଙ୍ଗୀ – ଶିଶୁ ମହୋତ୍ସବ ୨୦୨୬’   (21-Nov-2026)       ||      ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ   (21-Nov-2026)       ||      ଓଡ଼ିଶାର ବହୁଚର୍ଚ୍ଚିତ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଲାଇଭରେ ଝୁମିଲେ ଛାତ୍ରଛାତ୍ରୀ   (21-Nov-2026)       ||      ବିଶ୍ୱ ଦର୍ଶନଶାସ୍ତ୍ର ଦିବସ ପାଳିତ    (21-Nov-2026)       ||      ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ନାଗାବଳୀ ଛାତ୍ରୀ ନିବାସରେ ଖାଦ୍ୟରୁ ବଡ଼ ପୋକ ବାହାରିବା ଘଟଣା: ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଟେଣ୍ଡର ପ୍ରକ୍ରିୟା ପାଇଁ ଦାବି   (21-Nov-2026)       ||      ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଟିକ୍ରାପଡା ରାମଜୀ ମନ୍ଦିର ଛକ ରେ ଆଜିଠାରୁ ଆରମ୍ଭ    (21-Nov-2026)       ||      ବଲାଙ୍ଗିରର ସାମଗ୍ରିକ ବିକାଶକୁ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କଲେ ନରସିଂହ♦️ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା, ପରିବେଶ ପ୍ରଦୂଷଣ ଓ ଦୁର୍ନୀତିକୁ ନେଇ ବିଭିନ୍ନ ପ୍ରସ୍ତାବ   (21-Nov-2026)       ||      ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ: ସୁବର୍ଣ୍ଣପୁର ଜିଲ୍ଲାର ୮୩୩ଟି ଗ୍ରାମ ବାଲ୍ୟ ବିବାହ ମୁକ୍ତ ଘୋଷିତ   (21-Nov-2026)       ||      ବଲାଙ୍ଗିରର ସାମଗ୍ରିକ ବିକାଶକୁ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କଲେ ନରସିଂହ♦️ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା, ପରିବେଶ ପ୍ରଦୂଷଣ ଓ ଦୁର୍ନୀତିକୁ ନେଇ ବିଭିନ୍ନ ପ୍ରସ୍ତାବ   (21-Nov-2026)       ||      *ଉମରକୋଟ ବ୍ଲକରେ ପଦୋନ୍ନତି ପାଇଲେ ପ୍ରାଥମିକ ଶିକ୍ଷକ*   (21-Nov-2026)       ||      ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରରେ ଆଦିକବି ମହର୍ଷି ବାଲ୍ମୀକି ଜୟନ୍ତୀ ସମାରୋହ ଅନୁଷ୍ଠିତ   (21-Nov-2026)       ||      ସପ୍ତାହ ପାରାୟଣରେ ବଳି-ବାମନ ଚରିତ୍ର ଓ କୃଷ୍ଣ ଜନ୍ମ ବ୍ୟାଖ୍ୟା,ଭାବବିହ୍ଵଳ ହେଲେ ଶ୍ରୋତା   (21-Nov-2026)       ||      ବଲାଙ୍ଗୀରର ଜେଏସ୍‌ଏମ୍‌ ମହାବିଦ୍ୟାଳୟର ୧୧ତମ  ପ୍ରତିଷ୍ଠା ଦିବସ ପାଳିତ    (21-Nov-2026)       ||      ବାତ୍ୟା ଅକଭାନ୍ ର ସଫଳ ମୁକାବିଲା: ସ୍ଥିତି ସ୍ୱାଭାବିକ, କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ଓଡ଼ିଶାରେ ଟଳିଲା ବଡ଼ ବିପଦ: ବାତ୍ୟା ଅକଭାନ୍’ ପରେ ତ୍ୱରିତ ପୁନରୁଦ୍ଧାର ଏବଂ ଦୀର୍ଘମିଆଦୀ ବିପର୍ଯ୍ୟୟ ପରିଚାଳନା ଉପରେ ସରକାରଙ୍କ ଗୁରୁତ୍ୱ    (21-Nov-2026)       ||      ହାତୀ-ମଣିଷ ମୁହାଁମୁହିଁରେ ଉଭୟଙ୍କ ପ୍ରାଣହାନୀ ! ଘାଗୁର୍ଲିରେ ଜଣକର ମୃତ୍ୟୁର କାରଣ ଚଲାପଥ ଅବରୋଧ    (21-Nov-2026)       ||      ଥାଲେସେମିଆ ରୋଗୀର ଚିକିତ୍ସା ପାଇଁ ରକ୍ତ ବାଧକ   (21-Nov-2026)       ||      କ୍ଷୁଦ୍ର ଜଳସେଚନ ବିଭାଗର ପ୍ରକଳ୍ପ♦️ସରକାରୀ ଯୋଜନାର ବିକଳାଙ୍ଗ ଗର୍ଭପାତ !   (21-Nov-2026)       ||     

HOME   ଜିଲ୍ଲା

ବଲାଙ୍ଗିରର ସାମଗ୍ରିକ ବିକାଶକୁ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କଲେ ନରସିଂହ♦️ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା, ପରିବେଶ ପ୍ରଦୂଷଣ ଓ ଦୁର୍ନୀତିକୁ ନେଇ ବିଭିନ୍ନ ପ୍ରସ୍ତାବ

21-Nov-2026



ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିରର ପୂର୍ବତନ ବିଧାୟକ ତଥା ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ବଲାଙ୍ଗିର ବିକାଶର ରୋଡ ମ୍ୟାପ କିପରି ହେବ ସେ ନେଇ ସେ ପ୍ରତ୍ୟେକ ବର୍ଷ ଜିଲ୍ଲା ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସଂଗଠନ, ସାମାଜିକ କର୍ମକର୍ତ୍ତାଙ୍କ ସହ ଆଲୋଚନା ମାଧ୍ୟମରେ ଲୋକଙ୍କ ଠାରୁ ବିଭିନ୍ନ ପ୍ରସ୍ତାବ ଆହ୍ୱାନ କରିଥିଲେ। ଏ ପରିପ୍ରେକ୍ଷୀରେ ୨୦୨୪ ମସିହା ରେ ଯଦିଓ ସେ ନିର୍ବାଚନ ରାଜନୀତିରୁ ଦୂରେଇ ରହିଲେ କିନ୍ତୁ ଲୋକ ତଥା ଅଂଚଳର ବିକାଶ ପାଇଁ ସେ ସବୁବେଳେ କାର୍ଯ୍ୟ କରିବାର ପ୍ରତିଶୃତି ଦେଇଥିଲେ।   ସେହି ପରିପ୍ରେକ୍ଷୀରେ ପୁଣିଥରେ ବଲାଙ୍ଗିରର ସମସ୍ତ ସାମାଜିକ ସଂଗଠନ, ବରିଷ୍ଠ ନାଗରିକ, ଛାତ୍ର ଯୁବକଙ୍କୁ ନେଇ ସ୍ଥାନୀୟ ହୋଟେଲ ସେଲିବ୍ରେସନରେ ଏକ ମତବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାମାଜିକ କର୍ମୀ ଧର୍ମେନ୍ଦ୍ର ନନ୍ଦଙ୍କ ଆବହକତ୍ୱ ତଥା ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିରର ଶିକ୍ଷା, ସ୍ୱାସ୍ଥ୍ୟ, ଆଇନ ଶୃଙ୍ଖଳା, ପରିବେଶ ପ୍ରଦୂଷଣ ଓ ଦୁର୍ନୀତିକୁ ନେଇ ଲୋକେ ଭୋଗୁଥିବା ସମସ୍ୟା ଉପରେ ଉପସ୍ଥିତ ଜନସାଧାରଣ ଆଲୋଚନା କରିଥିଲେ । ବରିଷ୍ଠ ଆଇନଜୀବୀ ରତନ ମହାରଣା ବଲାଙ୍ଗିରର ବିକାଶ କାମକୁ ନେଇ ସରକାର ତଥା ପ୍ରଶାସନ ଉପରେ ଚାପ ସୃଷ୍ଟି କରିବା ପାଇଁ ସଚେତନ ନାଗରିକ ମାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ଜିଲ୍ଲା ଶିକ୍ଷା ବିକାଶ ଫୋରମର ସଂପାଦକ ପୀତବାସ ପଣ୍ଡା, ସଦସ୍ୟ ଗୋପବନ୍ଧୁ ନାଥ, ଜିଲ୍ଲା ସିଭିଲ ସୋସାଇଟି ର ସଂଯୋଜକ ମନୋରଂଜନ ସାହୁ, ସ୍ୱାଭିମାନ ମଂଚର ପ୍ରେମଚାନ୍ଦ ମହାନ୍ତ ପ୍ରମୁଖ ଶିକ୍ଷା ସମସ୍ୟାକୁ ନେଇ ଆଲୋଚନା ସହ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ବିଶେଷ କରି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଶିକ୍ଷକ ଅଣଶିକ୍ଷକ ଅଭାବ ସମସ୍ୟା, ଗବେଷଣାତ୍ମକ କାର୍ଯ୍ୟ ଆରମ୍ଭ ନ ହେବା, ସଂସ୍କୃତ ମହାବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ନାମଲେଖାରେ ସ୍ଥାଣୁତା, ମହିଳା କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ଖୋଲିବା ଦିନଠୁ ଅଧ୍ୟାପକ ନିଯୁକ୍ତି ନ ହେବା, ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ଡାକ୍ତର, ପ୍ରଫେସର ଅଭାବ, ଦାବି ମୁତାବକ ପିଜି ପାଠ୍ୟକ୍ରମ ନ ଖୋଲିବା ଇତ୍ୟାଦିକୁ ନେଇ ସଭାରେ ଘୋର ଉଦ୍‌ବେଗ ପ୍ରକାଶ କରାଯାଇଥିଲା । ପ୍ରାଥମିକ ଶିକ୍ଷା ତଥା ଆହୁରି ଦୟନୀୟ । ପ୍ରାଥମିକ ସ୍କୁଲ ଓ ହାଇସ୍କୁଲ ଗୁଡିକ ଶିକ୍ଷକ କର୍ମଚାରୀ ଅଭାବ ଯୋଗୁଁ ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଷୁଡି ଯାଇଥିବାର ଅଭିଯୋଗ ବିଶେଷ କରି ଗ୍ରାମାଂଚଳ ଲୋକ କରୁଛନ୍ତି ବୋଲି ଆଲୋଚନା ହୋଇଥିଲା । ସ୍ୱାସ୍ଥ୍ୟ ସମସ୍ୟା ଆଲୋଚନା ବେଳେ ନାଗରିକ କମିଟି ସଭାପତି ଶ୍ରୀକର ମିଶ୍ର, ସ୍ୱାଭିମାନ ମଂଚରୁ ପ୍ରେମଚାନ୍ଦ ମହାନ୍ତି, ଶ୍ରୀମନ୍ତ ପଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ସଦର ମହକୁମା ହସ୍‌ପିଟାଲ ଓ ଭୀମଭୋଇ ମେଡିକାଲ କଲେଜର ସ୍ଥିତି ବହୁତ ଦୟନୀୟ ବୋଲି କହିଥିଲେ । ଗାଁ ତଥା ବ୍ଲକ ଅଂଚଳରେ ଥିବା ପିଏଚ୍‌ସି, ସିଏଚ୍‌ସି ତ ଦୂରର କଥା ସଦର ମହକୁମା ହସପିଟାଲ ଏବଂ ଭୀମଭୋଇ ମେଡିକାଲ ରେ ମଧ୍ୟ ଡାକ୍ତର ଅଭାବରୁ ଲୋକେ ଉତ୍ତମ ଚିକିତ୍ସା ପାଇପାରୁ ନାହାନ୍ତି । ସିଟିସ୍କେନ, ଏମ୍‌ଆରଆଇ ପାଇଁ ଲୋକଙ୍କୁ ଘରୋଇ ଡାକ୍ତରଖାନାକୁ ଯିବାକୁ ପଡିଛି । ମେଡିକାଲ କଲେଜର ନିଜସ୍ୱ ବ୍ଲଡବ୍ୟାଙ୍କ ନାହିଁ । ଜିଲ୍ଲାରେ ସ୍ୱାସ୍ଥ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଥିଲେ ହେଁ ଏ ସବୁ ସମସ୍ୟାର ସମାଧାନ କରିବା ପାଇଁ ସେମାନଙ୍କ ଆନ୍ତରିକତା ନାହିଁ ବୋଲି ବୁଦ୍ଧିଜୀବୀ ମାନେ କ୍ଷୋଭର ସହିତ କହିଥିଲେ । ଆଇନଶୃଙ୍ଖଳାକୁ ବାର ସଭାପତି ବାସୁଦେବ ରଥ ତଥା ବଣିକ ସଂଘର ସଂପାଦକ ଲଳିତ ଚୌଧୁରି ଘୋର ଉଦ୍‌ବେଗ ପ୍ରକାଶ କରିଥିଲେ। ବଲାଙ୍ଗିର କୁ ଅବାଧରେ ନିଶାଦ୍ରବ୍ୟ ପ୍ରବେଶ କିପରି କରୁଛି ଏବଂ ତାହା ଯୋଗୁଁ ପ୍ରତ୍ୟେକ ଦିନ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବାର ଅଭିଯୋଗ କରିଥିଲେ । ଏହାର ସମାଧାନ ପାଇଁ ଉଚ୍ଚସ୍ତରୀୟ ପୋଲିସ ଅଧିକାରୀଙ୍କୁ ନେଇ ବଲାଙ୍ଗିରରେ ଏକ ବୈଠକ ବ୍ୟବସ୍ଥା କରନ୍ତୁ ବୋଲି ପୂର୍ବତନ ଆଇନମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଉପସ୍ଥିତ ବୁଦ୍ଧିଜୀବୀ ପ୍ରସ୍ତାବ ଦେଇଥିଲେ । ସାଗୁଆ ବଲାଙ୍ଗିର ଓ ଗ୍ରୀନ ୱାରିୟର ଙ୍କ କାର୍ଯ୍ୟକୁ ଶ୍ରୀ ମିଶ୍ର ପ୍ରଶଂସା କରିବା ସହ ଏହାର ବରିଷ୍ଠ ସଭ୍ୟ ଜୟ ପୁରୋହିତ, ଲଳିତ ମେହେର ତଥା ଅନ୍ୟ ସଭ୍ୟଙ୍କ ବୃକ୍ଷରୋପଣକୁ ନେଇ କାର୍ଯ୍ୟକ୍ରମ ପାଇଁ ୧ଲକ୍ଷ ଟଙ୍କା ଅନୁଦାନ ନିଜେ ପ୍ରଦାନ କରିବେ ବୋଲି ଶ୍ରୀ ମିଶ୍ର ଘୋଷଣା କରିଥିଲେ । ପରିବେଶ ରକ୍ଷା ପାଇଁ ଲକ୍ଷ୍ମୀ ଯୋର ସଫେଇକରଣ ତଥା ସୌନ୍ଦର୍ଯିକରଣ ନିହାତି ଆବଶ୍ୟକ ଥିବା ଉପସ୍ଥିତ ବୁଦ୍ଧିଜୀବୀମାନେ ମତପ୍ରକାଶ କରିଥିଲେ । ଦୁର୍ନୀତିକୁ ନେଇ ଉଦାହରଣ ଦେଇ ବଲାଙ୍ଗିର ବ୍ଲକ ସଦାଇପାଲିର ରାସ୍ତା କାମରେ ବ୍ଲକ କର୍ତ୍ତୃପକ୍ଷ ତଥା ଜନପ୍ରତିନିଧି କିପରି ୫ଲକ୍ଷ ଟଙ୍କାର ରାସ୍ତା କାମକୁ 

ସମ୍ପୁର୍ଣ୍ଣ ଭାବେ ବାଟମାରଣା କରିଛନ୍ତି ଏବଂ ଏହାକୁ ନେଇ ପୋଲିସ ଏଫ୍‌ଆଇଆର ହେବା ସତ୍ତ୍ୱେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ହେଉନାହିଁ ତାର ଉଦାହରଣ ସହ ସୂଚନା ଶ୍ରୀ ମିଶ୍ର ଦେଇଥିଲେ ।  ଶ୍ରୀ ମିଶ୍ର ଏ ସମସ୍ୟାମାନଙ୍କୁ ନେଇ ବଲାଙ୍ଗିର ର ବୁଦ୍ଧିଜୀବୀ, ସାମାଜିକ କର୍ମକର୍ତ୍ତା, ସଂଗଠନମାନଙ୍କର ଏକ ପ୍ରତିନିଧି ମଣ୍ଡଳୀକୁ ନେଇ ଏକ କମିଟି ଗଠନ କରାଯିବା ବୋଲି ଆସିଥିବା ପ୍ରସ୍ତାବକୁ ଶିଘ୍ର କାର୍ଯ୍ୟକାରୀ କରିବାକୁ ପ୍ରତିଶୃତି ଦେଇଥିଲେ ଏବଂ ସମସ୍ୟା ସମ୍ବନ୍ଧୀୟ ସମସ୍ତ ବିଭାଗ ସହ ଏହି ପ୍ରତିନିଧି ମଣ୍ଡଳି ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ଆଲୋଚନା ଏବଂ ଯଦି ସଫଳ ନ ହେଲେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି ଆଲୋଚନା ସଭାରେ ବଲାଙ୍ଗିରର ବର୍ଷିୟାନ ନାଗରିକ ଶିକ୍ଷାବିଦ୍ ମଧୁସୁଦନ ପତି, ବଣିକ ସଂଘର କିଶୋର ରଥ, ପ୍ରକାଶ ଦାଶ, ଧର୍ମେନ୍ଦ୍ର ଝା, ରୁଦ୍ରଦେବ ପ୍ରଧାନ, ନାଗରିକ କମିଟି ସଂପାଦକ ମଧୁସୁଦନ ନାୟକ, ବିରେନ୍ଦ୍ର ବନଛୋର, ବିରଂଚି ବହିଦାର, ଡ. ବିପିନ ମିଶ୍ର, ଅଙ୍କୁଶ ପାଣ୍ଡିଆ, ଡା. ମଂଜୁବାଳା ପଣ୍ଡା, ଛାତ୍ର ନେତା ଚିନ୍ମୟ ବେହେରା, ଆୟୁର୍ବେଦିକ କଲେଜ ଛାତ୍ର ସଂସଦ ଉପସଭାପତି ଅଭିଷେକ ରଥଙ୍କ ସମେତ ସହସ୍ରାଧିକ ବୁଦ୍ଧିଜୀବୀ, ସଂଗଠନ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଅପରାଧ  
ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟୁଥିଲେ, ଶେଷରେ ପୋଲିସ ହାତରେ ଗିରଫ ହେଲେ ଠକ   21-Nov-2026
  ରାଜନୀତି  
କୃଷିମହାବିଦ୍ୟାଳୟ ଶିଳାନ୍ୟାସ ପ୍ରସଙ୍ଗ.. ବିଧାୟକଙ୍କର ପ୍ରଶ୍ନ ସରକାରଙ୍କୁ ; ଉତ୍ତର ସରକାର ବଦଳରେ ବିଜେପି ପାର୍ଟିର   21-Nov-2026
  ଜିଲ୍ଲା  
ସଡ଼କ ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କ କଡ଼ା ଆଭିମୁଖ୍ୟ, ୨୩ରୁ ସରକାରୀ କର୍ମଚାରୀଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ   21-Nov-2026
  ଜିଲ୍ଲା  
ପିଲାମାନଙ୍କ ପ୍ରତିଭା, ସୃଜନଶୀଳତା ଓ ସୁରକ୍ଷାର ବାର୍ତ୍ତା ନେଇ ଆୟୋଜିତ ହେଲା ‘ପତଙ୍ଗୀ – ଶିଶୁ ମହୋତ୍ସବ ୨୦୨୬’   21-Nov-2026
  ଜିଲ୍ଲା  
ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ   21-Nov-2026
  ଜିଲ୍ଲା  
ଓଡ଼ିଶାର ବହୁଚର୍ଚ୍ଚିତ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଲାଇଭରେ ଝୁମିଲେ ଛାତ୍ରଛାତ୍ରୀ   21-Nov-2026
  ଜିଲ୍ଲା  
ବିଶ୍ୱ ଦର୍ଶନଶାସ୍ତ୍ର ଦିବସ ପାଳିତ   21-Nov-2026
  ଜିଲ୍ଲା  
ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ନାଗାବଳୀ ଛାତ୍ରୀ ନିବାସରେ ଖାଦ୍ୟରୁ ବଡ଼ ପୋକ ବାହାରିବା ଘଟଣା: ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଟେଣ୍ଡର ପ୍ରକ୍ରିୟା ପାଇଁ ଦାବି   21-Nov-2026
  ଜିଲ୍ଲା  
ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଟିକ୍ରାପଡା ରାମଜୀ ମନ୍ଦିର ଛକ ରେ ଆଜିଠାରୁ ଆରମ୍ଭ   21-Nov-2026
  ଜିଲ୍ଲା  
ବଲାଙ୍ଗିରର ସାମଗ୍ରିକ ବିକାଶକୁ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କଲେ ନରସିଂହ♦️ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା, ପରିବେଶ ପ୍ରଦୂଷଣ ଓ ଦୁର୍ନୀତିକୁ ନେଇ ବିଭିନ୍ନ ପ୍ରସ୍ତାବ   21-Nov-2026
  ଜିଲ୍ଲା  
ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ: ସୁବର୍ଣ୍ଣପୁର ଜିଲ୍ଲାର ୮୩୩ଟି ଗ୍ରାମ ବାଲ୍ୟ ବିବାହ ମୁକ୍ତ ଘୋଷିତ   21-Nov-2026
  ଜିଲ୍ଲା  
ବଲାଙ୍ଗିରର ସାମଗ୍ରିକ ବିକାଶକୁ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କଲେ ନରସିଂହ♦️ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା, ପରିବେଶ ପ୍ରଦୂଷଣ ଓ ଦୁର୍ନୀତିକୁ ନେଇ ବିଭିନ୍ନ ପ୍ରସ୍ତାବ   21-Nov-2026

You Might Also Like