-+91-9937148622 |

prerana_bgr@rediffmail.com |

  Sunday 22nd November 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟୁଥିଲେ, ଶେଷରେ ପୋଲିସ ହାତରେ ଗିରଫ ହେଲେ ଠକ    (21-Nov-2026)       ||      କୃଷିମହାବିଦ୍ୟାଳୟ ଶିଳାନ୍ୟାସ ପ୍ରସଙ୍ଗ.. ବିଧାୟକଙ୍କର ପ୍ରଶ୍ନ ସରକାରଙ୍କୁ ; ଉତ୍ତର ସରକାର ବଦଳରେ ବିଜେପି ପାର୍ଟିର   (21-Nov-2026)       ||      ସଡ଼କ ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କ କଡ଼ା ଆଭିମୁଖ୍ୟ, ୨୩ରୁ ସରକାରୀ କର୍ମଚାରୀଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ   (21-Nov-2026)       ||      ପିଲାମାନଙ୍କ ପ୍ରତିଭା, ସୃଜନଶୀଳତା ଓ ସୁରକ୍ଷାର ବାର୍ତ୍ତା ନେଇ ଆୟୋଜିତ ହେଲା ‘ପତଙ୍ଗୀ – ଶିଶୁ ମହୋତ୍ସବ ୨୦୨୬’   (21-Nov-2026)       ||      ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ   (21-Nov-2026)       ||      ଓଡ଼ିଶାର ବହୁଚର୍ଚ୍ଚିତ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଲାଇଭରେ ଝୁମିଲେ ଛାତ୍ରଛାତ୍ରୀ   (21-Nov-2026)       ||      ବିଶ୍ୱ ଦର୍ଶନଶାସ୍ତ୍ର ଦିବସ ପାଳିତ    (21-Nov-2026)       ||      ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ନାଗାବଳୀ ଛାତ୍ରୀ ନିବାସରେ ଖାଦ୍ୟରୁ ବଡ଼ ପୋକ ବାହାରିବା ଘଟଣା: ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଟେଣ୍ଡର ପ୍ରକ୍ରିୟା ପାଇଁ ଦାବି   (21-Nov-2026)       ||      ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଟିକ୍ରାପଡା ରାମଜୀ ମନ୍ଦିର ଛକ ରେ ଆଜିଠାରୁ ଆରମ୍ଭ    (21-Nov-2026)       ||      ବଲାଙ୍ଗିରର ସାମଗ୍ରିକ ବିକାଶକୁ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କଲେ ନରସିଂହ♦️ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା, ପରିବେଶ ପ୍ରଦୂଷଣ ଓ ଦୁର୍ନୀତିକୁ ନେଇ ବିଭିନ୍ନ ପ୍ରସ୍ତାବ   (21-Nov-2026)       ||      ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ: ସୁବର୍ଣ୍ଣପୁର ଜିଲ୍ଲାର ୮୩୩ଟି ଗ୍ରାମ ବାଲ୍ୟ ବିବାହ ମୁକ୍ତ ଘୋଷିତ   (21-Nov-2026)       ||      ବଲାଙ୍ଗିରର ସାମଗ୍ରିକ ବିକାଶକୁ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କଲେ ନରସିଂହ♦️ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା, ପରିବେଶ ପ୍ରଦୂଷଣ ଓ ଦୁର୍ନୀତିକୁ ନେଇ ବିଭିନ୍ନ ପ୍ରସ୍ତାବ   (21-Nov-2026)       ||      *ଉମରକୋଟ ବ୍ଲକରେ ପଦୋନ୍ନତି ପାଇଲେ ପ୍ରାଥମିକ ଶିକ୍ଷକ*   (21-Nov-2026)       ||      ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରରେ ଆଦିକବି ମହର୍ଷି ବାଲ୍ମୀକି ଜୟନ୍ତୀ ସମାରୋହ ଅନୁଷ୍ଠିତ   (21-Nov-2026)       ||      ସପ୍ତାହ ପାରାୟଣରେ ବଳି-ବାମନ ଚରିତ୍ର ଓ କୃଷ୍ଣ ଜନ୍ମ ବ୍ୟାଖ୍ୟା,ଭାବବିହ୍ଵଳ ହେଲେ ଶ୍ରୋତା   (21-Nov-2026)       ||      ବଲାଙ୍ଗୀରର ଜେଏସ୍‌ଏମ୍‌ ମହାବିଦ୍ୟାଳୟର ୧୧ତମ  ପ୍ରତିଷ୍ଠା ଦିବସ ପାଳିତ    (21-Nov-2026)       ||      ବାତ୍ୟା ଅକଭାନ୍ ର ସଫଳ ମୁକାବିଲା: ସ୍ଥିତି ସ୍ୱାଭାବିକ, କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ଓଡ଼ିଶାରେ ଟଳିଲା ବଡ଼ ବିପଦ: ବାତ୍ୟା ଅକଭାନ୍’ ପରେ ତ୍ୱରିତ ପୁନରୁଦ୍ଧାର ଏବଂ ଦୀର୍ଘମିଆଦୀ ବିପର୍ଯ୍ୟୟ ପରିଚାଳନା ଉପରେ ସରକାରଙ୍କ ଗୁରୁତ୍ୱ    (21-Nov-2026)       ||      ହାତୀ-ମଣିଷ ମୁହାଁମୁହିଁରେ ଉଭୟଙ୍କ ପ୍ରାଣହାନୀ ! ଘାଗୁର୍ଲିରେ ଜଣକର ମୃତ୍ୟୁର କାରଣ ଚଲାପଥ ଅବରୋଧ    (21-Nov-2026)       ||      ଥାଲେସେମିଆ ରୋଗୀର ଚିକିତ୍ସା ପାଇଁ ରକ୍ତ ବାଧକ   (21-Nov-2026)       ||      କ୍ଷୁଦ୍ର ଜଳସେଚନ ବିଭାଗର ପ୍ରକଳ୍ପ♦️ସରକାରୀ ଯୋଜନାର ବିକଳାଙ୍ଗ ଗର୍ଭପାତ !   (21-Nov-2026)       ||     

HOME   ଅପରାଧ

ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟୁଥିଲେ, ଶେଷରେ ପୋଲିସ ହାତରେ ଗିରଫ ହେଲେ ଠକ

21-Nov-2026



ବଲାଙ୍ଗୀର(ପ୍ରେରଣା ଖବର): ସରକାରୀ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ବେକାର ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ବଲାଙ୍ଗୀର ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପୁଇଁତଳା ଥାନା ଅନ୍ତର୍ଗତ ବୁବେଲ ଗ୍ରାମର ବେଣୁଧର ନାଏକଙ୍କ ପୁଅ ରୋନିତ ନାଏକ (୩୦)। ପୁଲିସର ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ମହୁଲପାଲି ଗ୍ରାମର ଦୋଳମଣି ରଣାଙ୍କ ପୁଅଙ୍କୁ ଏଲ୍‌ଟିଆର୍‌ ଯୋଜନାରେ ସରକାରୀ ଶିକ୍ଷକ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ୨୦୨୪ ମସିହାରେ ତିନିଟି କିସ୍ତିରେ ୮ ଲକ୍ଷ ଟଙ୍କା ନେଇଥିଲେ। ଅଭିଯୋଗ ଅନୁସାରେ, ଟଙ୍କା ନେବା ପରେ ଚାକିରି କରାଇ ନଦେବା ସହ ଟଙ୍କା ମଧ୍ୟ ଫେରାଇ ନଥିଲେ ।ଗତ ୨୧ ନଭେମ୍ବରରେ  ଡୋଳାମଣି ଓ ତାଙ୍କ ପୁଅ ଟଙ୍କା ଫେରସ୍ତ ମାଗିବାକୁ ଅଭିଯୁକ୍ତଙ୍କ ଘରକୁ ଯାଇଥିବା ବେଳେ ଅଭିଯୁକ୍ତ ଓ ତାଙ୍କ ସହଯୋଗୀ ମିଶି ଲୁହା ରଡ୍‌ରେ ପୁଅକୁ ଆକ୍ରମଣ କରିଥିବା ଏବଂ ସାର୍ଟ ଚିରି ଧମକ ଦେଇଥିବା ଅଭିଯୋଗ ହୋଇଛି।ଏହି ଘଟଣାରେ ପୁଲିସ ଆହତଙ୍କ ଚିରା ସାର୍ଟ, ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ଓ ଗୋଟିଏ ଲୁହା ରଡ୍ ଜବତ କରିଛି । ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ।ତଦନ୍ତ ବେଳେ ଅଭିଯୁକ୍ତ ଅନ୍ୟ ତିନି ଜଣଙ୍କଠାରୁ ମଧ୍ୟ ସରକାରୀ ଚାକିରି କରାଇଦେବା ନାଁରେ ଟଙ୍କା ନେଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ସଇଁତଳାର ପ୍ରଦୀପ କୁମାର ବାଗଙ୍କଠାରୁ ୨ ଲକ୍ଷ, ବାସୁଦେବ ମଲ୍ଲିକଙ୍କ ଠାରୁ ୧ ଲକ୍ଷ ଏବଂ ରାକେଶ ପାତ୍ରଙ୍କ ଠାରୁ ୩ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ରହିଛି । ଜେ.ଇ.ଇ, କିରାଣି ଓ ପିଅନ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ଏହି ଅର୍ଥ ନେଇଥିବା କୁହା ଯାଇଛି । ଏନେଇ ବଲାଙ୍ଗୀର ଟାଉନ୍ ଥାନାରେ ମଧ୍ୟ ଅନ୍ୟ ଏକ ମାମଲା ରୁଜୁ ହୋଇଛି। ପୁଲିସର ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ପୁଇଁତଳା ଥାନାରେ ଦୁଇଟି ମାମଲା ରହିଛି । ଅନ୍ୟପକ୍ଷରେ, ସରକାରୀ ଚାକିରି କରାଇଦେବା ନାଁରେ କେହି ଟଙ୍କା ମାଗିଲେ କିମ୍ବା ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ସମ୍ପର୍କ ଥିବା ଦାବି କରି ପ୍ରଲୋଭିତ କଲେ ତାଙ୍କ କଥାରେ ନ ପଡ଼ିବାକୁ ବଲାଙ୍ଗୀର ପୁଲିସ ସାଧାରଣ ଜନତା, ବିଶେଷ କରି ବେକାର ଯୁବକ ଓ ଚାକିରି ଆଶାୟୀଙ୍କୁ ସତର୍କ କରାଇଛି ।


News Comment




Photo in News

Advertisment
Lastest News
  ଅପରାଧ  
ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟୁଥିଲେ, ଶେଷରେ ପୋଲିସ ହାତରେ ଗିରଫ ହେଲେ ଠକ   21-Nov-2026
  ରାଜନୀତି  
କୃଷିମହାବିଦ୍ୟାଳୟ ଶିଳାନ୍ୟାସ ପ୍ରସଙ୍ଗ.. ବିଧାୟକଙ୍କର ପ୍ରଶ୍ନ ସରକାରଙ୍କୁ ; ଉତ୍ତର ସରକାର ବଦଳରେ ବିଜେପି ପାର୍ଟିର   21-Nov-2026
  ଜିଲ୍ଲା  
ସଡ଼କ ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କ କଡ଼ା ଆଭିମୁଖ୍ୟ, ୨୩ରୁ ସରକାରୀ କର୍ମଚାରୀଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ   21-Nov-2026
  ଜିଲ୍ଲା  
ପିଲାମାନଙ୍କ ପ୍ରତିଭା, ସୃଜନଶୀଳତା ଓ ସୁରକ୍ଷାର ବାର୍ତ୍ତା ନେଇ ଆୟୋଜିତ ହେଲା ‘ପତଙ୍ଗୀ – ଶିଶୁ ମହୋତ୍ସବ ୨୦୨୬’   21-Nov-2026
  ଜିଲ୍ଲା  
ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ   21-Nov-2026
  ଜିଲ୍ଲା  
ଓଡ଼ିଶାର ବହୁଚର୍ଚ୍ଚିତ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଲାଇଭରେ ଝୁମିଲେ ଛାତ୍ରଛାତ୍ରୀ   21-Nov-2026
  ଜିଲ୍ଲା  
ବିଶ୍ୱ ଦର୍ଶନଶାସ୍ତ୍ର ଦିବସ ପାଳିତ   21-Nov-2026
  ଜିଲ୍ଲା  
ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ନାଗାବଳୀ ଛାତ୍ରୀ ନିବାସରେ ଖାଦ୍ୟରୁ ବଡ଼ ପୋକ ବାହାରିବା ଘଟଣା: ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଟେଣ୍ଡର ପ୍ରକ୍ରିୟା ପାଇଁ ଦାବି   21-Nov-2026
  ଜିଲ୍ଲା  
ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଟିକ୍ରାପଡା ରାମଜୀ ମନ୍ଦିର ଛକ ରେ ଆଜିଠାରୁ ଆରମ୍ଭ   21-Nov-2026
  ଜିଲ୍ଲା  
ବଲାଙ୍ଗିରର ସାମଗ୍ରିକ ବିକାଶକୁ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କଲେ ନରସିଂହ♦️ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା, ପରିବେଶ ପ୍ରଦୂଷଣ ଓ ଦୁର୍ନୀତିକୁ ନେଇ ବିଭିନ୍ନ ପ୍ରସ୍ତାବ   21-Nov-2026
  ଜିଲ୍ଲା  
ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ: ସୁବର୍ଣ୍ଣପୁର ଜିଲ୍ଲାର ୮୩୩ଟି ଗ୍ରାମ ବାଲ୍ୟ ବିବାହ ମୁକ୍ତ ଘୋଷିତ   21-Nov-2026
  ଜିଲ୍ଲା  
ବଲାଙ୍ଗିରର ସାମଗ୍ରିକ ବିକାଶକୁ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କଲେ ନରସିଂହ♦️ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା, ପରିବେଶ ପ୍ରଦୂଷଣ ଓ ଦୁର୍ନୀତିକୁ ନେଇ ବିଭିନ୍ନ ପ୍ରସ୍ତାବ   21-Nov-2026

You Might Also Like