-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ଅପରାଧ

ଏସ୍‌.ସି.-ଏସ୍‌.ଟି. ଙ୍କ ପ୍ରତି ସରକାର ଙ୍କ ବୈମାତୃକ ମନୋଭାବ, ଏସଟି ଏସସି ମାରଣ ନିତୀ ବିରୁଦ୍ଧରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର  ପ୍ରତିବାଦ

11-Jun-2026



ବଲାଙ୍ଗୀର(ପ୍ରେରଣା ଖବର):  ଓଡ଼ିଶାର  ଏସଟି ଏସସି ସମ୍ପ୍ରଦାୟର ଲୋକଙ୍କୁ ଦେଶର ମୁଖ୍ୟସ୍ରୋତ ରେ ସାମିଲ  କରିବା ପାଇଁ ଶିକ୍ଷା, ନିଯୁକ୍ତି, ପଦୋନ୍ନତି, ରାଜନୈତିକ ପଦବୀ ରେ ସଂରକ୍ଷଣ ଆଇନ ଅଛି କିନ୍ତୁ ଓଡିଶା ସରକାର ୨0୧୫ ରୁ  ଅନ୍ଵେଷା ଯୋଜନା ଆରମ୍ଭ କରିଥିଲେ l ଗ୍ରାମାଞ୍ଚଳ ର ଏସଟି ଏସସି ଛାତ୍ରଛାତ୍ରୀ ପ୍ରାଇଭେଟ ଇଂଲିଶ ମିଡ଼ିଅମ ସ୍କୁଲ ରେ ପଢୁଥିଲେ l ଏଡମିଶନ ଫିଜ, ୟୁନିଫର୍ମ, ପାଠ୍ୟ ଉପକରଣ, ହଷ୍ଟେଲ ସୁବିଧା, ଖାଇବା ଖର୍ଚ୍ଚ ସରକାର ବହନ କରୁଥିଲେ ଓଡିଶା ରେ ୫ଓ ହଜାର ଏସଟି ଏସସି ଛାତ୍ରଛାତ୍ରୀ ପଢୁଥିଲେ l ଓଡିଶା ସରକାର ବର୍ଷକୁ ୧୨୫କୋଟି ଟଙ୍କା ପାଣ୍ଠି ପ୍ରଦାନ କରୁଥିଲେ l କିନ୍ତୁ ଜାନୁୟାରୀ ୨୦୨୫ ଠାରୁ ସରକାର ଏହି ଯୋଜନାରେ ଏଡମିଶନ ବନ୍ଦ କରିଦେଇଛନ୍ତି l ବର୍ତ୍ତମାନ ଅନ୍ୟ ସ୍କୁଲ କୁ ସ୍ଥାନାନ୍ତର କରିବା ପାଇଁ ଆଦେଶ ଦେଇଛନ୍ତି l“ଅନ୍ୱେଷା” ଯୋଜନା ଏସ୍‌.ସି./ଏସ୍‌.ଟି. ଛାତ୍ରଛାତ୍ରୀଙ୍କ  ଗୁଣାତ୍ମକ ଶିକ୍ଷା, ଉଚ୍ଚ ଶିକ୍ଷା, ବୃତ୍ତିଗତ  ଶିକ୍ଷା ଉନ୍ନତି ପାଇଁ ଅତ୍ୟନ୍ତ ଉପକାରୀ ଥିଲା। ଏହି ଯୋଜନା ବନ୍ଦ ହେବାରୁ ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ରୁ ବଞ୍ଚିତ  ହେଉଛନ୍ତି । ତେଣୁ ଅନ୍ଵେଷା ଯୋଜନା ରେ ଏଡମିଶନ ଚଳିତ ଜୁଲାଇ ମାସରୁ ଲାଗୁ  କରାଯାଉ। କାରଣ ଏବେବି ଆଦିବାସୀ ଲୋକ ପଛୁଆ, ଅବହେଳିତ, ଉପେକ୍ଷିତ, ଶୋଷିତ, ନିର୍ଯ୍ୟାତିତ ଅଛନ୍ତି l
୨. ଓଡିଶା ରେ ପ୍ରାୟ ୩ ହଜାର ୫ଶହ ଏସଟି ଏସସି  ଛାତ୍ରଛାତ୍ରୀ ବିଏସସି ନର୍ସିଂ ଏବଂ ଜି.ଏନ.ଏମ ପାଠ ପଢୁଥିଲେ l ଓଡିଶା ସରକାର ଜି.ଏନ୍‌.ଏମ୍‌ ଓ ବି.ଏସ୍‌.ସି. ନର୍ସିଂ ଛାତ୍ରଛାତ୍ରୀଙ୍କୁ ୫୦,୦୦୦ ଟଙ୍କା ଛାତ୍ରବୃତ୍ତି ପ୍ରତିବର୍ଷ ପ୍ରଦାନ କରୁଥିଲେ l ପଢ଼ି ସାରିବା ପରେ ଚାକିରୀ ପାଉଥିଲେ l 
 ଏହି  ସହାୟତା 2025 ରୁ ସରକାର ବନ୍ଦ କରିଛନ୍ତି,ଫଳରେ ଏସଟି ଏସସି  ଛାତ୍ରଛାତ୍ରୀ ଶିକ୍ଷା ଏବଂ ନିଯୁକ୍ତି ରୁ ବଞ୍ଚିତ ହେଉଛନ୍ତି ।
୩. ଓଡିଶା ଆଦର୍ଶ ବିଦ୍ୟାଳୟ ରେ ୩୫ ହଜାର ଏସଟି ଏସସି ଛାତ୍ରଛାତ୍ରୀଙ୍କ ବର୍ଷକୁ ୧୨ ହଜାର ଟଙ୍କା  ଏନଏମଏମଏସ ଛାତ୍ରବୃତ୍ତି  ପାଉଥିଲେ lଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପଢ଼ୁଥିବା ଗ୍ରାମାଞ୍ଚଳର ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନେ  ଛାତ୍ରବୃତ୍ତିରୁ ବଞ୍ଚିତ ହେଉଥିବାରୁ ସେମାନଙ୍କ ଶିକ୍ଷାରେ ବାଧା ସୃଷ୍ଟି ହେଉଛି। ସରକାର ପ୍ରତିବର୍ଷ 12 ହଜାର ଟଙ୍କା ଛାତ୍ର ବୃତ୍ତି ଦେଉଥିଲେ lଏହାକୁ ତତ୍କାଳ ପୁନଃ ଲାଗୁ କରନ୍ତୁ।
୪. ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ୩ ମାସ ହେଲା ଦିଆଯାଉ ନାହିଁ l ଫଳରେ ଆଦିବାସୀ ଦଳିତ ଶ୍ରେଣୀ ର ଗରିବ ବୁଢ଼ା ବୁଢ଼ୀ ଅନାହାର ଅର୍ଦ୍ଧାହାର ଭଳିଆ ପରିସ୍ଥିତି ସମ୍ମୁଖୀନ ହେଉଛନ୍ତି l 
5. ରନ୍ଧନ ଗ୍ୟାସ ଅଭାବ ହେତୁ ଲୋକ ବହୁତ ହଇରାଣ ହେଉଛନ୍ତି l ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ଦରଦାମ ଆକାଶ ଛୁଆଁ, ଗରିବ ଏସଟି ଏସସି ଲୋକ ବହୁତ ଦୁଃଖ କଷ୍ଟ ରେ ଚଳୁଛନ୍ତି l ଦରଦାମ ନିୟନ୍ତ୍ରଣ କରାଯାଉ l 
୬ )ଏସ୍‌.ସି./ଏସ୍‌.ଟି. ଅତ୍ୟାଚାର ନିବାରଣ ଆଇନ ( ଏଟ୍ରୋସିଟି ଆକ୍ଟ ) କଡ଼ା କଡ଼ି କାର୍ଯ୍ୟକାରୀ କରାଯାଉ l ତଦନ୍ତ  କ୍ଷମତା ଏସଡିପିଓ ଙ୍କୁ ଦିଆଯାଉ l

୭ ) ପଞ୍ଚାୟତ ରାଜ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା  ତଥା 
ସରପଞ୍ଚ, ବ୍ଲକ ଅଧ୍ୟକ୍ଷ ଓ ସମିତି ସଭ୍ୟ ପଦବୀରେ  ଆଦିବାସୀ ପ୍ରାର୍ଥୀ ପାଇଁ ସଂରକ୍ଷଣ କରାଯାଉ l
୭. ଏସ୍‌.ସି./ଏସ୍‌.ଟି. ଜମିର ବେଆଇନ ହସ୍ତାନ୍ତରକୁ କଡାକଡି ରୋକାଯାଉ
ଅନେକ ସ୍ଥାନରେ ଏସ୍‌.ସି./ଏସ୍‌.ଟି. ଲୋକଙ୍କ ଜମି ବେଆଇନ ଭାବେ ଅଣ-ଏସ୍‌.ସି./ଏସ୍‌.ଟି. ବ୍ୟକ୍ତିଙ୍କ ନାମରେ ହସ୍ତାନ୍ତର ହେଉଛି, ଯାହା ଆଇନସମ୍ମତ ନୁହେଁ। ସରକାର ଏପରି ଘଟଣାରେ କଡା ପଦକ୍ଷେପ ନେଇ ଜମି ଅଧିକାର ସୁରକ୍ଷା କରନ୍ତୁ।
୮. ଜମିହୀନ ଗରିବ ଏସ୍‌.ସି./ଏସ୍‌.ଟି. ପରିବାରଙ୍କ ଘର ଭଙ୍ଗାକୁ ତତ୍କାଳ ବନ୍ଦ କରାଯାଉ
ବିଭିନ୍ନ ସ୍ଥାନରେ ଜମିହୀନ ଓ ଦରିଦ୍ର ଆଦିବାସୀ ପରିବାରଙ୍କ ଘରକୁ ନୋଟିସ ଦେଇ ଜେସିବି ମାଧ୍ୟମରେ ଭଙ୍ଗାଯାଉଥିବା ଘଟଣା ଅତ୍ୟନ୍ତ ଅମାନବିକ ଓ ସାମ୍ବିଧାନିକ ଅଧିକାର ବିରୋଧୀ। ସରକାର ତତ୍କାଳ ଏହି ପ୍ରକ୍ରିୟା ବନ୍ଦ କରି ଜମି, ବାସସ୍ଥାନ ଓ ପୁନର୍ବାସ ସୁନିଶ୍ଚିତ କରନ୍ତୁ।
୯. ଗ୍ରାମ ସଭାର ଅନୁମୋଦନ ବିନା ସାଲେପାଲି, ଲରମ୍ଭା, କନେଇଟାଲ, ଭାରତବlହାଲ, ବବଜା,  ବିଅରପାଲି ବକ୍ସାଇଟ  ମାଙ୍ଗାନିଜ ଖଣି ଲିଜ  ରବ୍ଦ କରାଯାଉ l 
ପଞ୍ଚମ ସୂଚୀ ଅଞ୍ଚଳରେ ଗ୍ରାମ ସଭାର ଅନୁମତି ବିନା ଖଣି,ବିନା ଜମି ଅଧିଗ୍ରହଣ ରେ ଅପର ଲlନ୍ଥ ଡ୍ୟାମ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଶିଳ୍ପ ପ୍ରକଳ୍ପ ଓ ଲିଜ ପ୍ରଦାନ କରି ଆଦିବାସୀ ଲୋକଙ୍କୁ ବଳପୂର୍ବକ ବିସ୍ଥାପନ କରାଯାଉଛି। ଏହା ସଂବିଧାନ, ପେସା ଆଇନ ଏବଂ ଜଙ୍ଗଲ ଅଧିକାର ଆଇନ ର ଉଲ୍ଲଂଘନ। ଏପରି ଜବରଦସ୍ତ ବିସ୍ଥାପନ ନୀତିକୁ ତତ୍କାଳ ବନ୍ଦ କରିବାକୁ ଦୃଢ଼ ଦାବି କରିଥିଲେ ।
ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରଦାନ କରାଯାଉ
“ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ (ଜଙ୍ଗଲ ଅଧିକାର ସ୍ୱୀକୃତି) ଆଇନ, ୨୦୦୬”ଅନୁସାରେ ଆଦିବାସୀ ଓ ପାରମ୍ପରିକ ବନବାସୀମାନଙ୍କୁ ଜଙ୍ଗଲ ଜମି ଉପରେ ବ୍ୟକ୍ତିଗତ  ଏବଂ ଗୋଷ୍ଠୀଗତ ଅଧିକାର ସ୍ୱୀକୃତି ଓ ପଟ୍ଟା ପ୍ରଦାନ କରିବା ସରକାରଙ୍କ ଆଇନଗତ ଓ ସାମ୍ବିଧାନିକ ଦାୟିତ୍ୱ ବୋଲି କହିଥିଲେ l
  ଏହି ଦାବୀ କେବଳ ଆଦିବାସୀ ସମୁଦାୟର ଦାବି ନୁହେଁ, ବରଂ ଭାରତୀୟ ସଂବିଧାନର ମୂଳ ଆତ୍ମା,ସମାନତା, ସାମାଜିକ ନ୍ୟାୟ ଓ ମାନବିକ ମର୍ଯ୍ୟାଦାର ପ୍ରଶ୍ନ ଅଟେ। 
ସାମ୍ବାଦିକ ସମ୍ମିଳନୀ ରେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ରସିକ ଧରୁଆ, ଭୁବନେଶ୍ୱର କୁଅଁର, ସାରଥୀ ବାଗ,ପ୍ରମୁଖ ଅଂଶଗ୍ରହଣ କରିଥିଲେ l ସରକାର ଦାବୀ ପୂରଣ ନ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ସାରା ରାଜ୍ୟରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଳି ଚେତାବନୀ ଦେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like