-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ

16-Oct-2026



ରିପୋର୍ଟ: ମଳୟ ମିଶ୍ର 

ବଲାଙ୍ଗୀର:  ବଲାଙ୍ଗୀରର କେତୋଟି ବହୁଚର୍ଚ୍ଚିତ ଅପରାଧ ମାମଲାର ତଦନ୍ତ ଅଧାପନ୍ତରିଆ ରହିଛି ।  ଏଥିଯୋଗୁଁ  ଜନସାଧାରଣଙ୍କ ପକ୍ଷରୁ ଏଥିରେ ତଦନ୍ତକାରୀ ପୁଲିସ ଅହେତୁକ କାଳକ୍ଷେପଣ କରୁଥିବାର ଅଭିଯୋଗ ପ୍ରକାଶ ପାଇଛି ।  ଏଥିମଧ୍ୟରୁ ଗତ ଅଗଷ୍ଟ ୭ ତାରିଖ ରାତିରେ ଘଟିଥିବା ପୁଇଁନ୍ତଳା ଥାନାନ୍ତର୍ଗତ ଖମାରମୁଣ୍ଡା ଗ୍ରାମର ଜଣେ ଅବିବାହିତା ଯୁବତୀଙ୍କୁ ଜମିବାଡି ହସ୍ତାନ୍ତର ନ କରୁଥିବାରୁ ଘରେ ପଶି ଶୋଇଥିବା ଅବସ୍ଥାରେ ନିର୍ମମ ହତ୍ୟାକାଣ୍ଡ ମାମଲାରେ ଯୁବତୀର ଭାଇମାନଙ୍କମଧ୍ୟରୁ ୩ ଜଣଙ୍କୁ ଥାନାରେ ପଚରାଉଚୁରା ନିମନ୍ତେ ଦୁଇ/ ତିନିଦିନ ଅଟକ ରଖିବାପରେ , ଜଣକୁ ଗିରଫ କରି କୋର୍ଟ ଚାଲାଣ ପରେ ତାଙ୍କ ବୟାନ ଅନୁଯାୟୀ ମାରିଥିବା ଗ୍ରାମର ଫେରାର୍ ଅଭିଯୁକ୍ତ ୨ ଜଣ ଦଳିତ ଜାତିର ଜମିଦଲାଲଙ୍କୁ ଏଯାବତ୍ ଦୁଇମାସ ହେଲା ପୁଲିସ ଧରି ନପାରିବା ଓ ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ତଦନ୍ତର ପରିସରଭୁକ୍ତ କରୁ ନଥିବା ,ଅଗଷ୍ଟ ୧୪ ତାରିଖରେ ସହରର ଜଣେ ବିଶିଷ୍ଟ ହୋଟେଲ ତଥା ଜମିଜମା ଓ ଅନ୍ୟାନ୍ୟ କାରବାରର ଯୁବବ୍ୟବସାୟୀ ଗୁଣ୍ଡା ସାହୁଙ୍କୁ ଦିନ ଦ୍ବିପ୍ରହରରେ ପୁଇଁନ୍ତଳା ଥାନାନ୍ତର୍ଗତ ରଣ୍ଡାଛକରୁ ଭୁବନେଶ୍ବରକୁ ଚାରିଚକିଆ ଗାଡିରେ ବନ୍ଧୁକମୁନରେ ଅପହରଣ ପରେ ତାଙ୍କୁ ଖଣ୍ଡଗିରି ଥାନାରୁ ଉଦ୍ଧାର ପରେ ମୁଖ୍ୟଅଭିଯୁକ୍ତ ସହିତ ତାର ପୁଲିସ ଚାକିରୀ କରୁଥିବା ଭଉଣୀ , ଜଣେ ସାମ୍ବାଦିକ ଓ ଜଣେ ସ୍ଥାନୀୟ ଜମିଦଲାଲଙ୍କୁ ଗିରଫ କରି କୋର୍ଟଚାଲାଣ ସତ୍ତ୍ବେ ଅଦ୍ୟାବଧି ଏହାର ଉଦ୍ଦେଶ୍ୟ ବା କାରଣ ପୁଲିସ ସ୍ପଷ୍ଟ କରୁ ନଥିବା , ଗତ ମାସ ୨୦ ତାରିଖରେ ବଲାଙ୍ଗୀର ଲକ୍ଷ୍ମୀଯୋର ଥାନାନ୍ତର୍ଗତ ବଲାଙ୍ଗୀର ବନବିଭାଗର ବଲାଙ୍ଗୀର ରେଞ୍ଜ ର କାର୍ଯ୍ୟରତ ବରିଷ୍ଠ ରାଜ୍ୟ ଓ ଜିଲ୍ଲାସ୍ତରରେ ପୁରସ୍କୃତ ଫରେଷ୍ଟର ବ୍ୟାସଦେବ ସାହୁଙ୍କର ସରକାରୀ କ୍ବାର୍ଟରରେ ବେକରେ ରଶି ଦିଆଯାଇ କଥିତ ଆତ୍ମହତ୍ୟା ଅନ୍ତରାଳରେ ପରିବାର ପକ୍ଷରୁ ହୋଇଥିବା ବିଭାଗୀୟ ନିର୍ଯାତନା ସହ ଉପରିସ୍ଥ ଅଧିକାରୀଙ୍କ ଦ୍ବାରା ସେ କରିଥିବା ଲକ୍ଷାଧିକ ଟଙ୍କାର ସରକାରୀ କାମର ବିଲ୍ ପାଇବାରେ ଲକ୍ଷ ଲକ୍ଷ ଟଙ୍କାର ପିସି ମଗାଯାଇଥିବାର ଅଭିଯୋଗ  ଇତ୍ୟାଦିର ତଦନ୍ତର ଖୁଲାସା କରାଯାଉନାହିଁ  !  

ଉଲ୍ଲେଖଯୋଗ୍ଯ ଯେ , ଇତିମଧ୍ୟରେ ନବଅବସ୍ଥାପିତ  ସମ୍ବଲପୁର ଉତ୍ତରାଞ୍ଚଳ ଡିଆଇଜି ଚରଣ ସିଂ ମୀନା ଆସି ଜିଲ୍ଲାର ଉପରୋକ୍ତ ଅପରାଧମାମଲାଗୁଡିକର ତତ୍ତ୍ବାବଧାନ କରିଯାଇଥିଲେ ହେଁ , ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଅଗ୍ରଗତି କରିପାରୁ ନାହିଁ  ! 

ଗୀତାଞ୍ଜଳି ଷଡଙ୍ଗୀ ହତ୍ୟାକାଣ୍ଡ ଘଟଣାର ପଛରେ କୋଟି କୋଟି ଟଙ୍କାର ପୈତୃକ ଜମିବିକ୍ରିର ଝାମେଲା ମୁଖ୍ୟ ବୋଲି ଜଣାପଡିଛି । ମୃତାମହିଳା ଜଣକ ତାଙ୍କର ଅଂଶଦେବାକୁ ରାଜିହେଉ ନ ଥିବାରୁ ପ୍ରାୟ ତିନିବର୍ଷକାଳ ଗାଁ' ଉକ୍ତ ଅଭିଯୁକ୍ତ ଜମିଦଲାଲଙ୍କ ମାର୍ଫତ୍ ରେ ବଲାଙ୍ଗୀରର ଯେଉଁ କ୍ରେତାଙ୍କ ଠାରୁ ପ୍ରାୟ ଏକକୋଟି ଟଙ୍କାର ଅଗ୍ରୀମ ନେଇଥିଲେ , ସେମାନଙ୍କ ସହ ଅନ୍ୟ ଅଂଶୀଦାର ଭାଇମାନଙ୍କର ଏହି ହତ୍ୟାକାଣ୍ଡରେ କୌଣସିପ୍ରକାର ସମ୍ପୃକ୍ତି ରହିଛି କି  , ପୁଲିସ ଏ କ୍ଷେତ୍ରରେ ନୀରବତା ଅବଲମ୍ବନ କରୁଥିବା ସନ୍ଦେହ ସୃଷ୍ଟି କରୁଛି ।  ଦ୍ବିତୀୟରେ ଗୁଣ୍ଡା ସାହୁ ଅପହରଣ କାଣ୍ଡର ପ୍ରକୃତ ମୋଟିଭ୍ କ'ଣ ଥିଲା  ? ମୁଖ୍ୟ ଅଭିଯୁକ୍ତର ବୟାନ ଅନୁଯାୟୀ , ବିରଳ ହନୁମାନ ମୁଦ୍ରା କାରବାର ପାଇଁ ୨ କୋଟି ୭୦ ଲକ୍ଷ ଟଙ୍କାର ଅଗ୍ରୀମ ନା ଏହାପଛରେ ଅନ୍ୟକୌଣସି ଅବୈଧ କାରବାର , ଇତିମଧ୍ୟରେ ପୁଲିସ ମୁଖ୍ୟଅଭିଯୁକ୍ତ କ୍ଷିତୀଶ ଚନ୍ଦ୍ର ସାହୁକୁ ଜେଲ୍ ହାଜତରୁ ଦୁଇଦିନକାଳ ରିମାଣ୍ଡରେ  ଆଣି ଜେରା କରିଥିବା ସତ୍ତ୍ବେ ଅଦ୍ୟାବଧି କ'ଣ ସୂତ୍ର ପାଇଲା , ଲୋକେ ଜାଣିପାରୁ ନ ଥିବାରୁ  ଓ ଅଭିଯୁକ୍ତମାନେ କେବଳ ମୁଣ୍ଡଜାମିନ ରଖି ଅପହରଣ କରିଥିବା କାହାଣୀକୁ ବିଶ୍ବାସ କରୁନଥିବା ପ୍ରକାଶ  ।  ସେହିପରି ତୃତୀୟ ମାମଲାରେ ଫରେଷ୍ଟରଙ୍କ ଆତ୍ମହତ୍ୟାର କାରଣକୁ ଡି ଏଫ ଓ  , ଏସି ଏଫ୍ ଓ ରେଞ୍ଜରଙ୍କ ଆଡକୁ ଅଙ୍ଗୁଳିନିର୍ଦ୍ଦେଶ ହେଉଥିବା ବେଳେ , ମୃତ ଫରେଷ୍ଟରଙ୍କ ପୁଅଙ୍କୁ ଚାକିରୀ ଲୋଭ ଦେଇ ଓ ପୁଲିସକୁ ବଡଧରଣର ରାଜନୈତିକ ଚାପ ବା ଅନ୍ୟକୌଣସି ବଳରେ ପ୍ରଭାବିତ କରି ବିଭାଗୀୟ ବଡ ଆର୍ଥିକ ଅନିୟମିତତାକୁ ଚପାଇ ଦିଆଯିବାର ଷଡଯନ୍ତ୍ର ସଫଳ ହୋଇଥିବା ଲୋକଙ୍କ ଭିତରେ ଚର୍ଚ୍ଚାର ବିଷୟ ପାଲଟିଛି । 

ଜିଲ୍ଲାରେ ଆହୁରି କେତେକ ମାମଲାରେ ମଧ୍ୟ ଅନୁରୂପ ଅଧାପନ୍ତରିଆ ତଦନ୍ତର ଅଭିଯୋଗ ଉଠିଛି । ଏଥିମଧ୍ୟରେ ଦାଦନଚାଲାଣ ଧରପଗଡରେ ସର୍ଦ୍ଦାରଙ୍କୁ ଜାଣିଶୁଣି ଛାଡିଦିଆଯାଉଥିବା , ପାଟଣାଗଡ ଗଞ୍ଜେଇ ଚୋରାଚାଲାଣର ଚାଲାଣକାରୀଙ୍କୁ ଖସାଇ ଦିଆଯିବା ଓ ସଇଁନ୍ତଳାର ଜନୈକ ଠିକାଦାରଙ୍କ ଦ୍ବାରା ବନ୍ଧୁକ ଦେଖାଇ ଠିକାଦାରଙ୍କୁ ଧମକ ଅଭିଯୋଗ ଇତ୍ୟାଦି ଅନ୍ତର୍ଭୁକ୍ତ  ।  ପ୍ରକାଶଯୋଗ୍ୟ ଯେ , ବଲାଙ୍ଗୀର ଯୁବ ଆଇପିଏସ୍ ଏସ୍ ପି ଅଭିଳାଷ ଜି ଜଣେ ସୁଦକ୍ଷ ସଚ୍ଚୋଟ ଅଧିକାରୀ ହୋଇଥିଲେ ହେଁ , ଉପଖଣ୍ଡ ଓ ଥାନା , ଫାଣ୍ଡିସ୍ତରରେ ଅନେକ ତ୍ରୁଟିବିଚ୍ୟୁତି ରହୁଥିବା ଓ ପୁଲିସ୍ କେତେକକ୍ଷେତ୍ରରେ ରାଜନୈତିକ ଚାପର ସମ୍ମୁଖୀନ ହେଉଥିବା ଜନସାଧାରଣଙ୍କ ଆଲୋଚନାରୁ ପ୍ରକାଶ ।  ଟିଟିଲାଗଡ, କଣ୍ଟାବାଞ୍ଜି ,ପାଟଣାଗଡ ଓ ଖପ୍ରାଖୋଲ ଅଞ୍ଚଳର କେତେକ ମାମଲାରେ ଏହା ପରିଲକ୍ଷିତ  । ସରକାର ଏଥିପ୍ରତି ଦୃଷ୍ଟିପାତ କରନ୍ତୁ  !


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like