-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
16-Oct-2026
ବଲାଙ୍ଗିରଗତ ୧୩.୧୦.୨୦୨୬ ତାରିଖ ସନ୍ଧ୍ୟା ସମୟରେ ବଲାଙ୍ଗୀର ପୌର ପରିଷଦ କାର୍ଯ୍ୟାଳୟର ୱର୍କସ ସେକ୍ସନକୁ ଯାଇ ଉପେନ ଦୀପ ପୂର୍ବତନ କାଉନସିଲ୍ ଦାଦାଗିରି କରିବା, ଗାଳିଗୁଲଜ କରିବା ଏବଂ ଧମକ ଦେବା ଅଭିଯୋଗରେ ପୌର ପରିଷଦର ନିର୍ବାହୀ ଅଧିକାରୀ ସ୍ଥାନୀୟ ଟାଉନ୍ ଥାନାରେ ଏକ ଏତଲା ଦାଖଲ କରିଥିଲେ।
ଏହି ଏତଲା ଆଧାରରେ ପୋଲିସ ଟାଉନ୍ ଥାନା କେସ୍ ନମ୍ବର ୪୮୦, ତାରିଖ ୧୩.୧୦.୨୦୨୬ ରୁଜୁ କରି ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୧୩୨/୨୯୬/୭୪/୩୫୧(୩) ଅନୁଯାୟୀ ମାମଲା ରୁଜୁ କରିଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ତାଙ୍କୁ ଜେଲ୍ ଯିବାକୁ ପଡ଼ିଛି। ସରକାରୀ କାର୍ଯ୍ୟାଳୟରେ ଅଶୋଭନୀୟ ଆଚରଣ, କର୍ମଚାରୀଙ୍କୁ ଧମକ ଓ ଦାଦାଗିରି ଭଳି ଘଟଣାକୁ ନେଇ ଏହି ଘଟଣା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକାଶ ଯେ, ଉପେନ୍ଦ୍ର ଦୀପ ନାମରେ ପୂର୍ବରୁ ମଧ୍ୟ ଅନେକ୍ ଗୁଡିଏ ମାମଲା ରହିଥିବା ସୂଚନା ମିଳିଛି l