-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||     

HOME   ଅପରାଧ

ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ

19-Jun-2026



ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ସହରରେ ଖୁଲମ୍ ଖୁଲ୍ଲା ଅପରାଧୀଙ୍କ ଆତଙ୍କରାଜ ବଢ଼ି ଚାଲିଛି। ବିଭିନ୍ନ ଆପ୍ ମାଧ୍ୟମରେ ଅପରାଧୀକ କାର୍ଯ୍ୟକଳାପ ସଞ୍ଚାଳନ,ସାଇବର୍ ଅପରାଧ,ଆର୍ଥିକ ଜାଲିଆତି ଏବଂ ବେଆଇନ ଡ୍ରଗ୍ସ ଚୋରା କାରବାର ଭଳି ସଂଗଠିତ ଅପରାଧ ବ୍ୟାପକ ଭାବେ ବୃଦ୍ଧି ପାଇବାରେ ଲାଗିଛି, ଯାହା ଜିଲ୍ଲାର ଜନତାଙ୍କ ସୁରକ୍ଷା ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଉଛି। ସବୁଠାରୁ ବଡ ଗମ୍ଭୀର ବିଷୟ ହେଉଛି, ୨୦ ରୁ ୨୫ ବର୍ଷ ଭିତରେ ଥିବା ଯୁବ ଗୋଷ୍ଠୀ ଏହି ଡ୍ରଗ୍ସ ବ୍ୟବହାରରେ ଅନେକ ଅପରାଧୀକ କାର୍ଯ୍ୟକଳାପରେ ଲିପ୍ତ ରହି ନିଜର ଜୀବନକୁ ନଷ୍ଟ କରିବା ସହ ସମାଜ ପ୍ରତି ବିପଦ ସୃଷ୍ଟି କରୁଛନ୍ତି।ଯୁବକ ମାନେ ଦେଶର ମେରୁଦଣ୍ଡ ବୋଲି କହୁଥିବା ବେଳେ ସେହି ଯୁବକ ମାନେ ଡ୍ରଗ୍ସ ର ବଶବର୍ତ୍ତୀ ହୋଇ ଦେଶ, ରାଜ୍ୟ ତଥା ଜିଲ୍ଲା ପାଇଁ ବିପଦ ସୃଷ୍ଟି କରୁଥିବା ପରିଲକ୍ଷିତ ହେଉଛି।ସହରରେ ବେଆଇନ ଡ୍ରଗ୍ସ କାରବାର ଜୋରଦାର ଚାଲିଥିବା ବେଳେ ପୋଲିସ ବିପୁଳ ପରିମାଣରେ କଫ ସିରପ ଜବତ କରୁଛି। ହେଲେ ପୋଲିସ ଡ୍ରଗ୍ସ କାରବାରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବାରେ ଫେଲ୍ ମାରିଛି। କୋଟି କୋଟି ଟଙ୍କାର ଡ୍ରଗ୍ସ କାରବାର କରୁଥିବା ବ୍ୟବସାୟୀ ମାନେ ମାଲାମାଲ୍ ହେଉଥିବା ବେଳେ ଏହାକୁ ବ୍ୟବହାର କରୁଥିବା ଯୁବକ ମାନେ ନିଜର ହିତା ହିତ ଜ୍ଞାନ ହଜାଇ ଅପରାଧ କରିବା ପାଇଁ ପଛାଉ ନାହାନ୍ତି। ଡ୍ରଗ୍ସ ସେବନ କରି ସହର ମଧ୍ୟରେ ଅନେକ ଦୁଇ ଚକିଆ ଯାନ ରେ ଦୁଇ ରୁ ତିନି ଜଣ ଯୁବକ ବସି ନିଶା ପ୍ରଭାବରେ ତୀବ୍ର ବେଗରେ ଗାଡ଼ି ଚଳାଉଥିବା ବେଳେ ପୋଲିସ ଏମାନଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି। ସହରରେ ଅବାଧରେ ଘୁରି ବୁଲୁଛି ବେଆଇନ ବନ୍ଧୁକ ଏବଂ ମାରଣାସ୍ତ୍ର।ଶାନ୍ତିର ସହର ବଲାଙ୍ଗିର ଏବେ ଅଶାନ୍ତ ହୋଇ ପଡିଛି।ସାଧାରଣ ଜନତାଙ୍କ ମଧ୍ୟରେ ଭୟର ଲହରୀ ଖେଳିଯାଇଛି। ପ୍ରକାଶଥାଉକି,  ୨୦୨୪ ସାଧାରଣ ନିର୍ବାଚନ ସମୟରେ ତତ୍କାଳୀନ ବିଜେପି ର କେନ୍ଦ୍ରୀୟ ସଭାପତି ଜେ.ପି ନଡ୍ଡା ଓଡ଼ିଶା ପାଇଁ ମୋଦୀ ଙ୍କ ଗ୍ୟାରେଣ୍ଟି ସଙ୍କଳ୍ପପତ୍ର ଉନ୍ମୋଚନ କରିଥିଲେ।ଉକ୍ତ ସଂକଳ୍ପପତ୍ରରେ ଓଡ଼ିଶାକୁ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ମୋଦୀ ଙ୍କ ନାମରେ ଗ୍ୟାରେଣ୍ଟି ଦିଆ ଯାଇଥିଲା।କିନ୍ତୁ ବିଜେପି ଶାସନର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଓଡ଼ିଶାରେ ନିଶା ନିବାରଣ ହେବା ପରିବର୍ତ୍ତେ ଅଧିକ ମାତ୍ରାରେ କାରବାର ବୃଦ୍ଧି ପାଇଛି।ଏହି ନିଶା କାରବାରର ପ୍ରାଦୁର୍ଭାବ ଅନ୍ୟ ଜିଲ୍ଲା ଅପେକ୍ଷା ବଲାଙ୍ଗିର ଜିଲ୍ଲାରେ ବିଶେଷ ଭାବରେ ଦେଖାଦେଇଛି। ସୂଚନାରୁ ଜଣାପଡ଼େ ୨୦୦୦ ମସିହା ରେ ରାଜ୍ୟର ଅବକାରୀ ରାଜସ୍ୱ ୧୩୫ କୋଟି ୩୫ ଲକ୍ଷ ଟଙ୍କା ଥିବା ବେଳେ ଏବେ କୁଆଡେ ତାହା ୧୦ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ସରକାର ଆକଳନ କରୁଥିବା ଚର୍ଚ୍ଚା ଜୋର୍ ଧରିଛି। ଗୋଟିଏ ପଟେ ସରକାର ନିଶାମୁକ୍ତ ଓଡିଶା ଗଠନ କରିବାର ସଂକଳ୍ପ ନେଉଥିବା ବେଳେ ଅନ୍ୟ ପଟେ ରାଜ୍ୟ ରାଜସ୍ବ ବୃଦ୍ଧି ପାଇଁ ନିଶା କାରବାର ବଢ଼ାଇ ରାଜସ୍ୱ ଆଦାୟ ପାଇଁ ଯୋଜନା କରୁଛନ୍ତି। ବିଜେପି ଶାସିତ ରାଜ୍ୟ ବିହାର ଏବଂ ଗୁଜରାଟ ରେ ସମ୍ପୂର୍ଣ୍ଣ ନିଶା ନିବାରଣ ଲାଗୁ କରାଯାଇ ଥିବା ବେଳେ ଓଡ଼ିଶାକୁ ମଧ୍ୟ ନିଶା କାରବାର କବଳରୁ ମୁକ୍ତ କରି ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେଲେ ମୋଦୀ ଙ୍କ ସ୍ବପ୍ନ ସାକାର ହେବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026
  ଜିଲ୍ଲା  
ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   13-Oct-2026
  ଜିଲ୍ଲା  
ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   13-Oct-2026
  ଜିଲ୍ଲା  
ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   13-Oct-2026

You Might Also Like