-+91-9937148622 |

prerana_bgr@rediffmail.com |

  Thursday 12th November 2026 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାମାଳରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା   (12-Nov-2026)       ||      ଗଣ୍ଡାବାହାଲି ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳ ନୂଆପଡ଼ାଙ୍କୁ ଦାବିପତ୍ର   (12-Nov-2026)       ||      *ଡାବୁଗାଁ ଅଞ୍ଚଳରେ ଜିଓ ନେଟ୍‌ୱାର୍କ ସମସ୍ୟା ଯୋଗୁଁ ଡିଜିଟାଲ୍ ସେବା ଠପ୍, ଫୋନ୍ କଲ୍ ଓ ଇଣ୍ଟର୍ନେଟ୍ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ*   (12-Nov-2026)       ||      ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀର ର ଶିକ୍ଷା ବିଭାଗ ତରଫରୁ "ଜାତୀୟ ଶିକ୍ଷା ଦିବସ" ୨୦୨୬ ପାଳିତ   (11-Nov-2026)       ||      ଏସ୍ ଯୁଜେ ବୌଦ୍ଧ ଶାଖାର ବାର୍ଷିକୋତ୍ସବ ୨୯ରେ    (11-Nov-2026)       ||      ୮୬ ବର୍ଷରେ ଆଖି ବୁଜିଲେ ଭାଗବତପ୍ରେମୀ ମକରଧ୍ୱଜ ନାୟକ, ତାଙ୍କ ବିୟୋଗରେ ବଲାଙ୍ଗିରରୁ ଭାଲୁପାଲି ପର୍ଯ୍ୟନ୍ତ ଶୋକର ଛାୟା।   (11-Nov-2026)       ||      ଦାଦନ ଶ୍ରମିକଙ୍କ ସୁରକ୍ଷା, ଶିଶୁ ଶ୍ରମିକ ନିରାକରଣ ଓ ମହିଳା ଅଧିକାର ଉପରେ ଗୁରୁତ୍ୱାରୋପ   (11-Nov-2026)       ||      ବରିଷ୍ଠ ସାମ୍ବାଦିକ ଆହତ   (11-Nov-2026)       ||      ବିଶ୍ୱନାଥ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର : ୩୦ ୟୁନିଟ୍ ରକ୍ତ ସଂଗ୍ରହ   (11-Nov-2026)       ||      ଆଠ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ କୋଶଳ ସୁନ୍ଦରୀ ମୁକୁଟ ହାତେଇଲେ ବଲାଙ୍ଗିରର ରାଜଶ୍ରୀ ଦାଶ   (11-Nov-2026)       ||      ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇଲେ ମୋସିନ ଖାଁ ଓ ଘନଶ୍ୟାମ ଆଡ଼ଯୁଆଡ    (11-Nov-2026)       ||      ଭୀମପାହାଡ ମହୋତ୍ସବ-୨୦୨୬ର ତୃତୀୟ ସଂଧ୍ୟା,ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ   (11-Nov-2026)       ||      ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ 150 ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ପଲ୍ଲିଶ୍ରୀ ପଡ଼ିଆ ଡୁଡୁକା ଠାରେ ୟୁନିଟି ସ୍ପୋର୍ଟସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ    (10-Nov-2026)       ||      ବଲାଙ୍ଗୀରରେ ଗୋପାଳଜୀ ମନ୍ଦିରରେ ଦକ୍ଷିଣ କାଳୀ ପୂଜା, ପାଟଣେଶ୍ୱରୀ ପୀଠକୁ ନେଇ ବିବାଦ ମଧ୍ୟରେ ଉଠିଲା ନୂଆ ପ୍ରଶ୍ନ!   (10-Nov-2026)       ||      ସଇଁତଳା ଥାନା ସମ୍ମୁଖରେ ଜଗନ୍ନାଥ୍ ଏକ୍ସପ୍ରେସ ବସ୍ ଓ ଟ୍ରକ୍ ଧକ୍କା ଘଟଣା - ଏକ ନମ୍ବର ସିଟରେ ବସିଥିବା ସତ୍ୟଭାମା ସାହୁଙ୍କୁ ମୁଣ୍ଡରେ ଲାଗିଛି ଗଭିର ଆଘାତ - ପଡ଼ିଲା ୧୬ ଷ୍ଟିଚ   (10-Nov-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ବିଜ୍ଞାନ ଦିବସ ପାଳିତ   (10-Nov-2026)       ||      କେଲିଆ ଶୈବପୀଠ ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ   (10-Nov-2026)       ||      ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଗ୍ରାମବାସୀ   (10-Nov-2026)       ||      ଝରିଗାଁ କୋର୍ଟ ପରିସରରେ ଆଇନଜୀବି ଉପରେ ଆକ୍ରମଣ କୁ ଦୃଢ଼ ନିନ୍ଦା କଲେ ଡାବୁଗାଁ ଆଇନଜୀବୀମାନେ   (10-Nov-2026)       ||      ବିନିକା କଂସାରୀପଡ଼ାରେ ମହା ଆଡ଼ମ୍ବରରେ ପାଳିତ ହେଲା ଗିରି ଗୋବର୍ଦ୍ଧନ ପୂଜା,ବିରାଟ ଶୋଭାଯାତ୍ରାରେ କମ୍ପିଲା ସହର   (10-Nov-2026)       ||     

HOME   ଜିଲ୍ଲା

‘ବିକଶିତ ଭାରତ-୨୦୪୭’ ଓ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ଚକ୍ର♦️ଶିକ୍ଷାର ବିକାଶ ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ

03-Nov-2026



ଲୋଇସିଂହା(ବିନୋଦ ଦୀପ): ସ୍ଥାନୀୟ ଅଗ୍ରସେନ ଭବନଠାରେ ଅବସରପ୍ରାପ୍ତ ଓ କାର୍ଯ୍ୟରତ ଶିକ୍ଷକ ତଥା ଶିକ୍ଷାକର୍ମଚାରୀଙ୍କ ପକ୍ଷରୁ ‘ବିକଶିତ ଭାରତ-୨୦୪୭ ଏବଂ ଶିକ୍ଷା ବ୍ୟବସ୍ଥା’ ଶୀର୍ଷକ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମାଧ୍ୟମିକ ଶିକ୍ଷା ସଂଘର ପୂର୍ବତନ ଅଧ୍ୟକ୍ଷ ପୁରନ୍ଦର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଏବଂ ରାଜ୍ୟସଭା ସାଂସଦ ସୁଜିତ କୁମାର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଉଭୟ ଅତିଥି ଶିକ୍ଷା କ୍ଷେତ୍ରର ବିକାଶ ନିମନ୍ତେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ଓ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଓଷ୍ଟାର ପୂର୍ବତନ ସାଧାରଣ ସମ୍ପାଦକ ପ୍ରକାଶଚନ୍ଦ୍ର ମହାନ୍ତି, ନୂଆପଡ଼ା ଜିଲ୍ଲା ଓଷ୍ଟା ସମ୍ପାଦକ ରବୀନ୍ଦ୍ର ଜୋଷୀ, ଉପସଭାପତି ସାରଙ୍ଗଧର ଠାକୁର, ଓଷ୍ଟାର ପୂର୍ବତନ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ସମ୍ବଲପୁର ଜିଲ୍ଲା ଓଷ୍ଟା ସମ୍ପାଦକ ବିଭୂତି ଚାନ୍ଦ, ପୂର୍ବତନ କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ବାବୁ, ବଲାଙ୍ଗୀରର ପୂର୍ବତନ ଡିଇଓ ନୀଳମଣି ପଟେଲ, ଦିଲୀପ ପାଠୀ ଓ ପୂର୍ବତନ ବିଆରସିସି ରାଜେନ୍ଦ୍ର ବିଶ୍ୱାଳଙ୍କ ସମେତ ବହୁ ଶିକ୍ଷାବିତ୍ ଆଲୋଚନାଚକ୍ରରେ ଯୋଗଦେଇଥିଲେ । ପ୍ରାରମ୍ଭରେ ଓଷ୍ଟା ସଭ୍ୟ ତାରାକାନ୍ତ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମିତ୍ରଭାନୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସୋମନାଥ ବିଶ୍ୱାଳ, ଶଶାଙ୍କ ସାହୁ, ତରଣୀ ପ୍ରଧାନ ଓ ସାରଥୀ ସାହୁଙ୍କ ସମେତ ବହୁ ଅବସରପ୍ରାପ୍ତ ଓ କାର୍ଯ୍ୟରତ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାମାଳରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା   12-Nov-2026
  ଜିଲ୍ଲା  
ଗଣ୍ଡାବାହାଲି ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳ ନୂଆପଡ଼ାଙ୍କୁ ଦାବିପତ୍ର   12-Nov-2026
  ଜିଲ୍ଲା  
*ଡାବୁଗାଁ ଅଞ୍ଚଳରେ ଜିଓ ନେଟ୍‌ୱାର୍କ ସମସ୍ୟା ଯୋଗୁଁ ଡିଜିଟାଲ୍ ସେବା ଠପ୍, ଫୋନ୍ କଲ୍ ଓ ଇଣ୍ଟର୍ନେଟ୍ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ*   12-Nov-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀର ର ଶିକ୍ଷା ବିଭାଗ ତରଫରୁ "ଜାତୀୟ ଶିକ୍ଷା ଦିବସ" ୨୦୨୬ ପାଳିତ   11-Nov-2026
  ଜିଲ୍ଲା  
ଏସ୍ ଯୁଜେ ବୌଦ୍ଧ ଶାଖାର ବାର୍ଷିକୋତ୍ସବ ୨୯ରେ   11-Nov-2026
  ଜିଲ୍ଲା  
୮୬ ବର୍ଷରେ ଆଖି ବୁଜିଲେ ଭାଗବତପ୍ରେମୀ ମକରଧ୍ୱଜ ନାୟକ, ତାଙ୍କ ବିୟୋଗରେ ବଲାଙ୍ଗିରରୁ ଭାଲୁପାଲି ପର୍ଯ୍ୟନ୍ତ ଶୋକର ଛାୟା।   11-Nov-2026
  ଜିଲ୍ଲା  
ଦାଦନ ଶ୍ରମିକଙ୍କ ସୁରକ୍ଷା, ଶିଶୁ ଶ୍ରମିକ ନିରାକରଣ ଓ ମହିଳା ଅଧିକାର ଉପରେ ଗୁରୁତ୍ୱାରୋପ   11-Nov-2026
  ଜିଲ୍ଲା  
ବରିଷ୍ଠ ସାମ୍ବାଦିକ ଆହତ   11-Nov-2026
  ଜିଲ୍ଲା  
ବିଶ୍ୱନାଥ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର : ୩୦ ୟୁନିଟ୍ ରକ୍ତ ସଂଗ୍ରହ   11-Nov-2026
  ଜିଲ୍ଲା  
ଆଠ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ କୋଶଳ ସୁନ୍ଦରୀ ମୁକୁଟ ହାତେଇଲେ ବଲାଙ୍ଗିରର ରାଜଶ୍ରୀ ଦାଶ   11-Nov-2026
  ଜିଲ୍ଲା  
ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇଲେ ମୋସିନ ଖାଁ ଓ ଘନଶ୍ୟାମ ଆଡ଼ଯୁଆଡ   11-Nov-2026
  ଜିଲ୍ଲା  
ଭୀମପାହାଡ ମହୋତ୍ସବ-୨୦୨୬ର ତୃତୀୟ ସଂଧ୍ୟା,ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ   11-Nov-2026

You Might Also Like