-+91-9937148622 |
prerana_bgr@rediffmail.com |
Tuesday 3rd November 2026 |
R.N.I. Regd No. ODIODI/2010/46693
Breaking News
02-Nov-2026
ବଲାଙ୍ଗୀର(ପ୍ରେରଣା ଖବର ): ବଲାଙ୍ଗୀର ପବ୍ଲିକ୍ ସ୍କୁଲ୍ ପରିସରରେ ସ୍ବାଧିନତା ସଂଗ୍ରାମୀ, ପୂର୍ବତନ ସାଂସଦ ତଥା ସମାଜସେବୀ ଯୁଧିଷ୍ଠିର ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ ପାଳନ କରାଯାଇଥିଲା।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଅତିଥି ଭାବର ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ ଅଧ୍ୟାପକ ସନ୍ଦିପ କୁଅଁର ଓ ଧରିତ୍ରୀର ଜିଲ୍ଲା ପ୍ରତିନିଧି ସାମ୍ବାଦିକ ବିରେନ୍ଦ୍ର ଝାଙ୍କର ଯୋଗଦେଇ ଯୁଧିଷ୍ଠିର ମିଶ୍ରଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ବଳନ କରିଥିଲେ । ସମସ୍ତ ଅତିଥି ତାଙ୍କର ଅଭିଭାଷଣରେ ଶ୍ରୀଯୁକ୍ତ ଯୁଧିଷ୍ଠିର ମିଶ୍ରଙ୍କ ସଂଘର୍ଷମୟ ଜୀବନ ଉପରେ ଆଲୋକପାତ କରିଥିଲେ। ସମାଜପ୍ରତି ଅବଦାନ ସଂପର୍କରେ ବର୍ଣ୍ଣନା କରିଥିଲେ ଓ ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ ।ପୂର୍ବ ରୁ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀ ସରକାରୀ ବାଳିକା ବିଦ୍ୟାଳୟ ବଲାଙ୍ଗିର ଛାତ୍ରୀ ଶୁଶ୍ରୀ ଦମୟନ୍ତୀ ଖୁଆସ ପ୍ରଥମ ବଲାଙ୍ଗିର ପବ୍ଲିକ ସ୍କୁଲ ର ଛାତ୍ରୀ ପ୍ରିୟାଶିଂ ସାହୁ ଦ୍ବିତୀୟ ଓ ଅଦୈତା ପାଣିଗ୍ରାହୀ ତୃତୀୟ ସ୍ଥାନ ଅଧିକାର କରଥିବାରୁ ପୁରସ୍କୃତ କରା ଯାଇଥିଲା ।ଅଧ୍ୟକ୍ଷ ସତିଶ ପଧାନ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର କୋଷାଧ୍ୟକ୍ଷ ଆଲୋକ ରଂଜନ ବେଦବାକ୍, ସଭ୍ୟ ଶିରିଶ ଚନ୍ଦ୍ର ହୋତା,ବାଦଲ ମହାକୁର ଯୋଗ ଦେଇଥିଲେ । ବରିଷ୍ଠ ଶିକ୍ଷକ ହରେକୃଷ୍ଣ ନାୟକଙ୍କ ସଭାକାର୍ଯ୍ୟ ସଂଯୋଜନା କରିଥିବାବେଳେ ଉପାଧ୍ୟକ୍ଷ ମମିତା ବେହେରା ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ବଲାଙ୍ଗିର ସହରର ବରିଷ୍ଠ ବ୍ୟକ୍ତିବିଶେଷ ଡ. ସନ୍ତୋଷ ରଥ,ସନାତନ ଠାକୁର ସୁରେନ୍ଦ୍ର ତ୍ରିପାଠୀ, ଜୟରାମ ମିଶ୍ର ,ବାମଦେବ ମିଶ୍ର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।