-+91-9937148622 |
prerana_bgr@rediffmail.com |
Tuesday 3rd November 2026 |
R.N.I. Regd No. ODIODI/2010/46693
Breaking News
02-Nov-2026
ଟିଟିଲାଗଡ(ପ୍ରେରଣା ଖବର): ପ୍ରାଥମିକ ଶିକ୍ଷକ ଭବନରେ ପ୍ରାଥମିକ ଶିକ୍ଷକ ସଂଘର ଏକ ଗୁରୁତତ୍ୱପୂର୍ଣ୍ଣ ବୈଠକ ପଞ୍ଚାନନ ବୈଠକଟି ସଂଘର ମୁଖ୍ୟ ପରାମର୍ଶ ଦାତା ଶ୍ରୀଯୁକ୍ତ ରାମଗୋପାଳ ମେହେତୋଙ୍କ ମାର୍ଗଦର୍ଶନରେ ଓ ସଂଘର ସଭାପତି ଶ୍ରୀ ପଞ୍ଚାନନ ଗଡତ୍ୟାଙ୍କ ସଭାପତିତ୍ଵରେ ନୂତନ ସଂଘ ଗଠନ ପାଇଁ ଆହ୍ୱାନ କରାଯାଇଥିଲା । ଉପସ୍ଥିତ ଥିବା ସମସ୍ତ ଶିକ୍ଷକଙ୍କ ସର୍ବ ସମ୍ମତି କ୍ରମେ ନୂତନ ସଂଘ ଗଠନ କରାଗଲା । ନୂତନ କାର୍ଯ୍ୟକର୍ତ୍ତା ଭାବରେ ସଭାପତି ଶ୍ରୀ ସୁଶାନ୍ତ କୁମାର ରଥ , ସାଧାରଣ ସମ୍ପାଦକ ଶ୍ରୀ ଅନଙ୍ଗ କୁମାର ବିଶି , ଉପ ସଭାପତି ଶ୍ରୀ ଦେବାନନ୍ଦ ସାହୁ , ଶ୍ରୀ ଅଲେଖ ଜାଲ, ଶ୍ରୀ ଥରିନ୍ଦ୍ର ବାଗ , ଯୁଗ୍ମ ସମ୍ପାଦକ ଶ୍ରୀ ଅନିଲ ତ୍ରିପାଠୀ , ଶ୍ରୀ ରଜତ କୁମାର ଛତର , ଶ୍ରୀ କିଶୋର ବନଛୋର , କାର୍ଯ୍ୟକାରୀ ସଭାପତି - ଶ୍ରୀ ଇନ୍ଦ୍ରମଣି ପୁଟେଲ୍ , ଶ୍ରୀ ସୁନୀଲ ହରପାଲ , ଶ୍ରୀ ଯଦୁମଣି ସାହୁ ,ଶ୍ରୀ ସୁନୀଲ ତାଣ୍ଡି ,ଶ୍ରୀ ଆଦିମୂଳ ଶତପଥୀ,ଶ୍ରୀ ମୀନକେତନ ମହାନନ୍ଦ , କୋଷାଧ୍ୟକ୍ଷ ଶ୍ରୀ ରମେଶ ପର୍ଡିଆ , ଗଣମାଧ୍ୟମ ସଂଯୋଜକ ଶ୍ରୀ ଚିନ୍ମୟ ତାଣ୍ଡିଆ ,ଶ୍ରୀ ଅଜୟ କୁମାର ରାଉତ ଙ୍କୁ ମନୋନୀତ କରାଗଲା । ମନୋନୀତ ହୋଇଥିବା ଶିକ୍ଷକ ବୃନ୍ଦ ଆଗାମୀ ଭବିଷ୍ୟତରେ ଟିଟିଲାଗଡ ବ୍ଲକ ପାଇଁ ଏକ ନୂତନ ଯୁଗର ଅଭ୍ୟୁଦୟ ପୂର୍ବକ ଆଗେଇ ଆସି ଶିକ୍ଷକ ମାନଙ୍କ ହିତ ପାଇଁ କାର୍ଯ୍ୟ କରିବେ ବୋଲି ଶପଥ ନେଲେ । ଏହି ବୈଠକ କୁ ଆସିଥିବା ସମସ୍ତ ଶିକ୍ଷକଙ୍କୁ ଶେଷରେ ବରିଷ୍ଠ ଶିକ୍ଷକ ଶ୍ରୀ ବବଲୁ ଜାଲ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ ।