-+91-9937148622 |
prerana_bgr@rediffmail.com |
Sunday 1st November 2026 |
R.N.I. Regd No. ODIODI/2010/46693
Breaking News
01-Nov-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରା ବୀରସୁରେନ୍ଦ୍ର ସାଏ ଖେଳପଡ଼ିଆ ଠାରେ ୟଙ୍ଗ ଷ୍ଟାର ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ୧୪ତମ ପୀତାମ୍ବର ମେମୋରିଆଲ ଏକଦିବସୀୟ ଫୁଟବଲ ଟୁଣ୍ଟାମେଣ୍ଟ ରବିବାର ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଶଙ୍କରା ସରପଞ୍ଚ ଅଶୋକ ପୃଷ୍ଟି,ସମ୍ମାନିତ ଅତିଥି ଭାବେ ଶଙ୍କରା ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଦିନବନ୍ଧୁ ନାୟକ,ପୂର୍ବତନ ସମିତିସଭ୍ୟ ଦାଶରଥି ନନ୍ଦ,ଶଙ୍କରା ପ୍ୟାକ୍ସ ସଭାପତି ଧର୍ମରାଜ ପଣ୍ଡା, ଶିକ୍ଷାବିତ ଧୃବଚରଣ ନାଏକ, ଅରବିନ୍ଦ ପଣ୍ଡା,ସତ୍ୟ ଦାସ ପ୍ରମୁଖ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ l ଟୁଣ୍ଟାମେଣ୍ଟରେ କଦଳୀପାଲି,ଧାତୁକିପାଲି, ପପଙ୍ଗା,ଖୁର୍ଡିଆବାହାଲ, ବିଏମପୁର,ମେଘେଲା,ଚରଦା, ସୋନପୁର ପ୍ରମୁଖ ଆଠଟି ଦଳ ଅଂଶଗ୍ରହଣ କରିଥିଲେ l ପ୍ରଥମ ସେମି ଫାଇନାଲ ଖେଳ କଦଳୀପାଲି ଓ ପପଙ୍ଗା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଖେଳର ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କେହି କାହାକୁ ଗୋଲ ଦେଇ ପାରିନଥିଲେ l ପେନାଲଟି ଜରୀଆରେ ୧-୦ କଦଳୀପାଲିକୁ ହରାଇ ପପଙ୍ଗା ଫାଇନାଲରେ ପ୍ରଵେଶ କରିଥିଲା l ଦ୍ଵିତୀୟ ସେମିଫାଇନାଲ ଖେଳ ମେଘେଲା ଓ ଚରଦା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମେଘେଲା ଦଳକୁ ୧ - 0 ହରାଇ ଚରଦା ଫାଇନାଲରେ ପ୍ରଵେଶ କରିଥିଲା l ଫାଇନାଲ ଖେଳ ଚରଦା ଓ ପପଙ୍ଗା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଚରଦା ଦଳ ଚମ୍ପିୟାନ ହୋଇଥିଲା l ଖେଳ ଗୁଡ଼ିକୁ ନରସିଂହ ସେଠୀ,ବାବୁଲାଲ ସାହୁ,ଆନନ୍ଦ ବଢ଼େଇ,ସୁଶାନ୍ତ ବାଗ,ଆଶିଷ ପଣ୍ଡା ପରିଚାଳନା କରିଥିବା ବେଲେ ସଞ୍ଜୟ ପଟ୍ଟନାୟକ ଧାରା ବିବରଣୀ ପ୍ରଦାନ କରିଥିଲେ l ସ୍ବର୍ଗତ ପିତାମ୍ବର ପଧାନଙ୍କ ସୁପୁତ୍ର ତଥା ଯୁବ ଆଇନଯିବି ଜୟପ୍ରକାଶ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଏମପୁରର ପୂର୍ବତନ ବିଧାୟକ ପଦ୍ମନାଭ ବେହେରା,ସମ୍ମାନିତ ଅତିଥି ଅତିଥି ଭାବେ ଚନ୍ଦ୍ରଶେଖର ପଣ୍ଡା,ଜିଲ୍ଲା ପରିଷଦ ସଭ୍ୟ ବଶିଷ୍ଠ ଭରାସାଗର,ବିହାରିଲାଲ ମିଶ୍ର, ହରିଶଙ୍କର ତରାଇ, ଯୁବ ଆଇନଜୀବୀ ଅଦ୍ଵୈତ ପଣ୍ଡା,ରାମଜୀ ବିଶ୍ବାଳ,ଆଶିଷ ପାତ୍ର,ସଦାନନ୍ଦ ଥନପତି , ଧର୍ମେନ୍ଦ୍ର ଥନାପତି ଯୋଗଦେଇ ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ l ପ୍ରତିଯୋଗିତାରେ ମେନ୍ ଅଫ ଦି ମ୍ୟାଚ୍ ଚରଦା ଦଳର ଅନିଲ ଓ ମ୍ୟାନ ଅଫ ଦି ସିରିଜ ଭାବେ ପପଙ୍ଗା ଦଳର ବିରେନ୍ଦ୍ରଙ୍କୁ ପୁରସ୍କୃତ କରାଯାଇଥିଲା l ଶେଷରେ ଶିବଶଙ୍କର ଧନ୍ୟବାଦ ଦେଇଥିଲେ l ଏଥିରେ ସୁକାନ୍ତ ବାଗ,ଭାଗିରଥି ବାଗ,ପ୍ରଶନ୍ନ ସାହୁ,ଶୁଭମ ଦଣ୍ଡସେନା,ନନ୍ଦି କିଶୋର ବାଗ,ସଞ୍ଜିବ ସାହୁ, ସନ୍ତୋଷ ମୁଣ୍ଡା,ଆଶୁତୋଷ ରଣା, ତ୍ରିଲୋଚନ ଗୁଦୁରିଆ,ଜିତୁ ଭୂଏ, ଲୁକୁ ମୁଣ୍ଡା,ସୂର୍ଯ୍ୟମଣି ବାଗ, ଅଂଶୁମାନ ସାହୁ,ବିକ୍ରମ ଭୂଏ ପ୍ରମୁଖଙ୍କ ସମେତ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l