-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   (01-Nov-2026)       ||      “୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   (01-Nov-2026)       ||      ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||     

HOME   ଜିଲ୍ଲା

୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ

01-Nov-2026



କଳାହାଣ୍ଡି(ଦୁଷ୍ମନ୍ତ ପଣ୍ଡା): ୭୭ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ଅବସରରେ ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ଵିଭାଗ ପକ୍ଷରୁ ଉତ୍ସାହ ଓ ଉଦ୍ଦୀପନାର ସହ ରାହାଗିରି ପଥ ଉତ୍ସବ,ମଶାଲ ଯାତ୍ରା,ସଭା, ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲାର ଗୌରବମୟ ଐତିହ୍ୟ, ସମୃଦ୍ଧ ସଂସ୍କୃତି, କଳା, ସାହିତ୍ୟ ଓ ପରମ୍ପରା,କୃଷି ଓ ଜଳସେଚନ ଉନ୍ନତିକୁ ସ୍ମରଣ କରାଯିବା ସହ କଳାହାଣ୍ଡିର ସର୍ବାଙ୍ଗୀଣ ବିକାଶ ପାଇଁ ସାମୂହିକ ପ୍ରୟାସ ନିମନ୍ତେ ଆହ୍ୱାନ ଦିଆଯାଇଥିଲା
ସକାଳ ୭.୩୦ ମିନିଟ୍ ସମୟରେ ଜେଲଖାନା ଛକ ଠାରୁ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ରାହାଗିରି

ପଥ ଉତ୍ସବରେ ପତଞ୍ଜଳି ଯୋଗ ସମିତି ,ବିକାଶ ଶିକ୍ଷା ଅନୁଷ୍ଠାନ,ପ୍ରଗତି ଶିକ୍ଷା ଅନୁଷ୍ଠାନ,ଦିବ୍ୟ ଜ୍ୟୋତି, ବି ଏଡ କଲେଜ, ଶାସ୍ତ୍ରୀ ଶିକ୍ଷା ନିକେତନ,କଳାହାଣ୍ଡି ଆର୍ଟ ଆଣ୍ଡ ରିସର୍ଚ୍ଚ ପକ୍ଷରୁ  ବିଭିନ୍ନ କଳା, ଯୋଗ,ଶାରୀରିକ କ୍ରୀଡ଼ା କୌଶଳ,ରଙ୍ଗୋଲି,କୁମ୍ଫୁ ଆତ୍ମରକ୍ଷା,ବନ୍ଦେ ମାତରଂ ,ଚିତ୍ରକଳା , ବାଲୁକାକଳା ପ୍ରଦର୍ଶନ କରିଥିଲେ। ରାହାଗିରି ପଥ ଉତ୍ସବ କୁ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।ଏଥିରେ ଶିକ୍ଷାବିତ୍ ଡ଼ ଉମେଶ ଚନ୍ଦ୍ର ଶତପଥୀ ସଭ ସଞ୍ଚାଳନ କରିଥିଲେ ଏବଂ ମଞ୍ଚରେ ଶିକ୍ଷାବିତ୍ ଡ଼ ଅଜୟ ମିଶ୍ର,ଆଇନଜୀବୀ ସଞ୍ଜୟ କୁମାର,ଡି ଆଇ ପି ଆର୍ ଓ ମନୋଜ ବେହେରା, ଡି ଡି ପ୍ଲାନିଙ୍ଗ ଶ୍ରୀକାନ୍ତ ଦଳେଇ,ଡେପୁଟୀ କଲେକ୍ଟର ଅବିନାଶ ଦଳେଇ, ସି ଡବ୍ଲୁ ସି ଅଧ୍ୟକ୍ଷ ସ୍ଵର୍ଣ୍ଣଲତା ମହାନ୍ତି,ଶୋଭାଗିନୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଳା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ସମସ୍ତ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ସକାଳ ୯.୩୦ ମିନିଟ ସମୟରେ ମା ମାଣିକେଶ୍ୱରୀ ମନ୍ଦିର ନିକଟରୁ ଏକ ମଶାଲ ଶୋଭାଯାତ୍ରା ଧର୍ମଗଡ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ,ଜିଲ୍ଲପାଳ, ଅତିରିକ୍ତ ଜିଲ୍ଲାପାଳ,ସି ଡି ଓ, ପ୍ରଶା ସନିକ ଅଧିକାରୀ, ଛାତ୍ର ଛାତ୍ରୀ,ସାଂସ୍କୃତିକ ଦଳ, ଗଣ ମାଧ୍ୟମ ପ୍ରତିନିଧି,ସହରର ବୁଦ୍ଧିଜୀବୀ,ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ସାମିଲ ହୋଇ ଟାଉନ ହଲ ଠାରେ ଆୟୋଜିତ ସଭାରେ  ସମାଵେଶ ହୋଇଥିଲେ।

ଟାଉନ ହଲରେ ଅନୁଷ୍ଠିତ ସଭାରେ  ଧର୍ମଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ସୁଧୀର ପାଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ତନ୍ମୟ କୁମାର ଦରୱାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ ଏବଂ ଭବାନୀପାଟଣା ଉପଜିଲ୍ଲାପାଳ ଶ୍ରୀମତୀ ଆଶିନି ଏ.ଏଲ. ପ୍ରମୁଖ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଦିବସ ଧନ୍ୟବାଦ ଅର୍ପଣ କରିଥିଲେ।ସଭା ପୂର୍ବରୁ ବନ୍ଦେ ମାତରଂ ଓ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା।

ମୁଖ୍ୟ ଅତିଥି ଶ୍ରୀ ପାଟ୍ଟଯୋଶୀ ନିଜ ଅଭିଭାଷଣରେ ୧୯୪୯ ମସିହା ନଭେମ୍ବର ୧ ତାରିଖ ରେ କଳାହାଣ୍ଡି ଜିଲ୍ଲା ଗଠନ,ଏହାର ଗୌରବମୟ ଅତୀତ, ଐତିହାସିକ ପରମ୍ପରା ଓ ଜନସାଧାରଣଙ୍କ ଅଦମ୍ୟ ଉଦ୍ୟମର ସ୍ମୃତିଚାରଣ କରିଥିଲେ। ଜିଲ୍ଲାର ଅପାର ପ୍ରାକୃତିକ ସମ୍ପଦ, କୃଷି ସମ୍ଭାବନା, ଜଳ ସେଚନ,ପର୍ଯ୍ୟଟନସ୍ଥଳୀ ଓ ମାନବ ସମ୍ବଳକୁ ସଠିକ୍ ଭାବେ ଉପଯୋଗ କରି କଳାହାଣ୍ଡିକୁ ବିକାଶର ନୂତନ ଶିଖରରେ ପହଞ୍ଚାଇବା ଦିଗରେ ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ  ପୁଷ୍ପେନ୍ଦ୍ର ସିଂହଦେଓ ଜିଲ୍ଲାର ସମୃଦ୍ଧ ଲୋକକଳା, ଲୋକ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ ଗ୍ରାମାଞ୍ଚଳର ବିକାଶ ଓ ଜନସାଧାରଣଙ୍କ ଜୀବନଧାରଣ ମାନର ଉନ୍ନତି ଉପରେ ଗୁରୁତ୍ୱ ଦେଇଥିଲେ।

ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶ ନିଜ ଅଧ୍ୟକ୍ଷୀୟ ଅଭିଭାଷଣରେ ଜିଲ୍ଲାର ବିକାଶ ଯାତ୍ରାରେ ଜଳସେଚନ,ଶିକ୍ଷା,ସ୍ବାସ୍ଥ୍ୟ,ପର୍ଯ୍ୟଟନ ,ଗମନାଗମନ , କୃଷି ଉପରେ ଉଲ୍ଲେଖନୀୟ ପ୍ରଗତିର ତଥ୍ୟ ରଖି ଜନସାଧାରଣଙ୍କ ସହଯୋଗ, ପ୍ରଶାସନର ସମନ୍ୱିତ ପ୍ରୟାସ ଏବଂ ରାଜ୍ୟ ସରକାର ଙ୍କ ପଦକ୍ଷେପ ଯୋଗୁଁ ଆଜି କଳାହାଣ୍ଡି ଉନ୍ନତି ଦିଗରେ ଆଗେଇଚାଲିଛି ବୋଲି ମତ ରଖିଥିଲେ।
ଏହି ଅବସରରେ ଏକ  ମିନିଟରେ ସର୍ବାଧିକ ପଞ୍ଚ ମାରି ଗିନିଜ୍ ବୁକ ଅଫ ୱର୍ଲ୍ଡ ରେକର୍ଡ ରେ ସ୍ଥାନ ପାଇଥିବା କଳାହାଣ୍ଡି ର ସୁଯୋଗ୍ୟ ସନ୍ତାନ ସତ୍ୟପୀର ପ୍ରଧାନ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।ଜିଲ୍ଲା ଗଠନ ଦିବସ ପାଳନ ଉପଲକ୍ଷେ ପ୍ରବନ୍ଧ,ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସକ୍ଷମ ଡାନ୍ସ,ମହାବୀର ସାଂସ୍କୃତିକ ଅନୁଷ୍ଠାନ, ବଞ୍ଜାରି ସାଂସ୍କୃତିକ ଅନୁଷ୍ଠାନ,ଆଦିମ, ଜେ କେ ଡାନ୍ସ ଓଡିଶୀ ନୃତ୍ୟ,ଘୁମୁରା, ବଜାଶାଲ, ଲୋକନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।ସକାଳ ସମୟରୁ ଆରମ୍ଭ ହୋଇଥିବା କଳାହାଣ୍ଡି ଜିଲ୍ଲା ଗଠନ ଦିବସ ଉତ୍ସବର ପଥ ଉତ୍ସବ,ମଶାଲ ଓ ସଭା କାର୍ଯ୍ୟକ୍ରମ ରେ ୧୦୦୦ ରୁ ଉର୍ଦ୍ଧ୍ ଲୋକଙ୍କ ସମାଗମ ହୋଇଥିଲା।ଗବେଷକ ତଥା ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର ଟାଉନହଲ ର କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   01-Nov-2026
  ଜିଲ୍ଲା  
“୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   01-Nov-2026
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026

You Might Also Like