-+91-9937148622 |
prerana_bgr@rediffmail.com |
Sunday 1st November 2026 |
R.N.I. Regd No. ODIODI/2010/46693
Breaking News
01-Nov-2026
ବରପାଲି (ସୁଦାମ ଦୀପ) ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ରେଟାମୁଣ୍ଡା ଗଣ୍ଡା ପଡ଼ାଠାରେ ନୂତନ ଭାବେ ନିର୍ମାଣ ଭୋଗ ମଣ୍ଡପ ତିଆରି ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ ଅନୁଷ୍ଠିତ ହୋଯାଇଅଛି l ଏହି ଅବସରରେ ବିଜେପୁର ବିଧାୟକ ସନତ କୁମାର ଗଡତିଆଙ୍କ ଆହ୍ଵାନ କ୍ରମେ ରେଟାମୁଣ୍ଡା ଗଣ୍ଡା ପରାରେ ବିକାଶ ମୂଳକ କାର୍ଯ୍ୟର ଶୁଭାରମ୍ଭ ହୋଇଛି l ମଣ୍ଡପ ଆଗଲପୁର ମଣ୍ଡଳ ସଭାପତି ପ୍ରଦୀପ ପଧାନ , ଏସି ମୂର୍ଚ୍ଚା ସଭାପତି ପ୍ରଭାକର ଶିକା, ବାରଗୁଡା ସଭାପତି ମାନସ ବାରିକ, ସୁଜିଆ ସଭାପତି, ଶତ୍ରୁଗ୍ନ ରାଉତ, ରେଟାମୁଣ୍ଡା ସଭାପତି ଧୀରେନ୍ଦ୍ର ଦୀପ, ଭଟୀଗାଁ ପଞ୍ଚାୟତ ପ୍ରମୁଖ ଗଣପତି ସାହୁ, ରେଟାମୁଣ୍ଡା ୱାର୍ଡ ସଭ୍ୟା ଗନ୍ଧରବି ଶିକା ତ୍ରିଲୋଚନ ଶିକା, ଓ ପଡ଼ାର ସମସ୍ତ ସମାଜ ସେବୀ ଉପସ୍ଥିତିରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଭୋଗ ମଣ୍ଡପ ପାଞ୍ଚ ଲକ୍ଷ ଟଙ୍କାରେ ବିନିଯୋଗ ହେବ l ବହୁତ ଦିନ ପରେ ଏହି ଦାବି ପୁରଣ କାର୍ଯ୍ୟ ହେଉଥିବାରୁ ପଡ଼ାବାସୀ ଖୁସି ସାବ୍ୟସ୍ତ୍ୟ ହୋଇ ବିଜେପୁର ମାନ୍ୟବର ବିଧାୟକ ସନତ କୁମାର ଗଡାତୀୟା ଙ୍କୁ ଧନ୍ୟବାଦ ଦେଇଛନ୍ତି l