-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
31-Oct-2026
*ନବରଙ୍ଗପୁର:* (ପ୍ରିୟଦର୍ଶିନୀ ପାତ୍ର)ଜିଲ୍ଲାରେ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ଗୁଣବତ୍ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ବାତ୍ୟା ପରିସ୍ଥିତି ପରେ ସ୍କୁଲ ଖୋଲିଥିଲେ ମଧ୍ୟ କେତେକ ବିଦ୍ୟାଳୟରେ ଶିକ୍ଷକଙ୍କ ନିୟମିତ ଉପସ୍ଥାନ ଓ ପାଠଦାନକୁ ନେଇ ଅଭିଯୋଗ ହେଉଛି। ତେବେ ଏହାର ସତ୍ୟତା ନିରପେକ୍ଷ ଯାଞ୍ଚ ପରେ ହିଁ ସ୍ପଷ୍ଟ ହେବ। ଖାସ କରି ଡାବୁଗାଁ ବ୍ଲକରେ ଥିବା କଇଲାରୀ ବିଦ୍ୟାଳୟ ଯାହାକି ସବୁବେଳେ ଚର୍ଚଜାର କେନ୍ଦ୍ରସ୍ଥଳୀ ପାଲିଟିଛି କିଛି ଶିକ୍ଷକ ଏହି ବିଦ୍ୟାଳୟ ରେ ଆଜିକୁ ପ୍ରାୟ 7/8 ବର୍ଷ ହେବ ଅଛନ୍ତି କିନ୍ତୁ ତାଙ୍କର ଅନ୍ୟତ୍ର ବଦଳି ମଧ୍ୟ ହେଉନାହିଁ। ନିଅମ ପ୍ରକାରେ 2/3ବର୍ଷ ଭିତରେ ବଦଳି ହେବା ନିଅମ ରହିଛି ।ବିଦ୍ୟାଳୟ ପରିଚାଳନାରେ HM ଓ CRCCଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।କିନ୍ତୁ ଡାବୁଗାଁ ବ୍ଲକରେ କିଛି Crcc ନିଜର ଦାୟିତ୍ୱ ସଠିକ ଭାବରେ ତୁଲାଉ ନଥିବା ଦେଖୁବାକୁ କୁ ମିଳୁଛି।ଶିକ୍ଷକ ଉପସ୍ଥାନ ଯାଞ୍ଚ, ଶୈକ୍ଷିକ କ୍ୟାଲେଣ୍ଡର ଅନୁପାଳନ, ନିପୁଣ ଓଡ଼ିଶା ଓ ଦୁର୍ବଳ ଛାତ୍ରଙ୍କ ଶିକ୍ଷଣରେ ଉନ୍ନତି ପାଇଁ ନିୟମିତ ତଦାରଖ ଜରୁରୀ ହେଲେ Crcc ମାନଙ୍କ ପାଖରେ ନଚ ଗୀତ ଷ୍ଟେଜ ସୋ କରିବା ରୁ ଫୁରସତ ମିଳୁନାହିଁ ଅନ୍ୟକାମ କରିବେ କେତେବେଳେ ବୋଲି ବୁଦ୍ଧିଜୀବୀ ମହଲ ରେ ଆଲଚନା ହେଉଛି ଏବଂ ଏହା କେବଳ କାଗଜପତ୍ରରେ ସୀମିତ ରହୁଛି କି ନାହିଁ, ତାହା ଯାଞ୍ଚ କରିବା ଆବଶ୍ୟକ।ଛୁଟି ପୂର୍ବରୁ କେତେକ ଶିକ୍ଷକ ଅନୁପସ୍ଥିତ ରହୁଥିବା ଅଭିଯୋଗ ଥିଲେ ଉପସ୍ଥାନ ରେଜିଷ୍ଟର, ଛୁଟି ରେକର୍ଡ ଓ ପରିଦର୍ଶନ ରିପୋର୍ଟ ଯାଞ୍ଚ କରି ତଥ୍ୟ ଆଧାରରେ ପଦକ୍ଷେପ ନେବା ଉଚିତ। ଅଭିଯୋଗ ପ୍ରମାଣିତ ହେଲେ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ।ଏବେ ସମସ୍ତଙ୍କ ନଜର ଜିଲ୍ଲା ଶିକ୍ଷା ପ୍ରଶାସନ ଉପରେ। ଆକସ୍ମିକ ପରିଦର୍ଶନ ଓ ପାଠଦାନ ସମୀକ୍ଷା ହେଲେ ପ୍ରକୃତ ଚିତ୍ର ସାମ୍ନାକୁ ଆସିବ ବୋଲି ଅଭିଭାବକ ଓ ବୁଦ୍ଧିଜୀବୀ ମହଲ ଆଶା ରଖିଛନ୍ତି।