-+91-9937148622 |
prerana_bgr@rediffmail.com |
Thursday 29th October 2026 |
R.N.I. Regd No. ODIODI/2010/46693
Breaking News
29-Oct-2026
ବଲାଙ୍ଗିର,- ଆଜି ବଲାଙ୍ଗିର ସମ୍ବାଦିନ ଭବନ ଠାରେ ଓଡିଶା କେଉଁତ-କୈବର୍ତ୍ତ-ଧୀବର (କେକେଡି) ହଟାଓ ଆକ୍ସନ କମିଟି ର ଆବାହକ ତଥା ସାଧାରଣ ସଂପାଦକ ଡିଙ୍ଗର କୁମ୍ଭାର ଏବଂ ସଂଘର ଉପସଭାପତି ସୁବ୍ରତ ଜଗଦଲା ଏବଂ ଭୀମ ଆର୍ମୀର ଚିନୁ ହରପାଲ ଓ ଆଇନଜୀବୀ ନିନେଶ ନାଗ ଙ୍କ ନେତୃତ୍ୱରେ ଅଲ ଓଡିଶା କେଉଁତ-କୈବର୍ତ୍ତ-ଧୀବର (କେକେଡି) ହଟାଓ ଆକ୍ସନ କମିଟି ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ (ଏନ୍.ସି.ଏସ୍.ସି) ନିକଟରେ ଏକ ବିସ୍ତୃତ ଓ ତଥ୍ୟ ଭିତ୍ତିକ ଅଭିଯୋଗ ପତ୍ର ଦାଖଲ କରିଛି । ଓଡିଶା ସରକାର ପତ୍ର ନଂ.୨୪୨୦୪ ତା.୦୬.୧୦.୨୦୨୫ ତଥା ଏସ୍ସିଏସ୍ଟି ଆରଟିଆଇ ରିପୋର୍ଟ ଅନୁସାରେ ଓଡିଶା ଅନୁସୂଚିତ ଜାତି ତାଲିକାର କ୍ରମିକ ନଂ.୨୪ ରୁ କୈଉଁତ-କୈବର୍ତ୍ତ-ଧିବର ଙ୍କୁ ତୁରନ୍ତ ବାଦ ଦେବା ଦାବି କରାଯାଇଛି । ବୈଜ୍ଞନିକ ଅଧ୍ୟୟନ ଓ ସରକାରୀ ଅଭିଲେଖ ଦ୍ୱାରା ଏହି ଗୋଷ୍ଠୀମାନେ ଅଛୁଆଁ ନୁହଁନ୍ତି ଏବଂ ସାଧାରଣ / ଓବିସି ବର୍ଗ ଅର୍ନ୍ତଭୁୁକ୍ତ ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଛି । ୨୦୦୨ ମସିହାର ଭୁଲ ଅନ୍ତର୍ଭୁକ୍ତି ଯୋଗୁଁ ମୂଳ ଅସ୍ପୃଶ୍ୟ ଦଳିତ ସମାଜ ମାତ୍ରାଧିକ ଭେଦଭାବ, ସୁଯୋଗହାନୀ ଓ ସମାଜିକ ଅନ୍ୟାୟର ଶିକାର ହେଉଛନ୍ତି । କମିଟି ଆହୁରି ମଧ୍ୟ ଯାଜପୁର (ଏସ୍.ସି) ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଉଠାଇଛି । ଉକ୍ତ ଉଭୟ କେଉଁଟ ଜାତିର ଅଟନ୍ତି ଏବଂ ଯଥାକ୍ରମେ କୈବର୍ତ୍ତ ଏମ୍ପ୍ଲୟିଜ ଫୋରମ ଅଫ୍ ଓଡିଶାର ଅଧ୍ୟକ୍ଷ ଓ ମୁଖ୍ୟ ଉପଦେଷ୍ଟା ରହିଛନ୍ତି । ସେମାନେ ସରକାରୀ ପଦବୀର ଅପବ୍ୟବହାର କରି ସରକାରୀ କର୍ମଚାରୀଙ୍କୁ ସରକାର ବିରୋଧରେ ସ୍ୱର ଉଠାଇବାକୁ ଉତ୍ସାହିତ କରିବା ସହିତ ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗର
ବୈଧ ପ୍ରକ୍ରିୟାକୁ ରାଜନୈତିକ ହସ୍ତକ୍ଷେପ ଦ୍ୱାରା ବାଧା ଦେଉଥିବା ଅଭିଯୋଗ କରାଯାଇଛି । ଏପରିକି ଉକ୍ତ ଦୁଇଟି ବ୍ୟକ୍ତି ବିରୋଧୀ ବିଜୁ ଜନତା ଦଳ ଓ ଭାରତୀୟ ଜାତୀୟ କଂଗ୍ରେସ ଦଳ ତତ୍ ସମ୍ବନ୍ଧୀୟ ସାମ୍ବାଦିକ ସମ୍ମିଳନୀ ଓ ପରବର୍ତ୍ତୀ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବିରାମ ଦେବାରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । କେଉଁଟ ସମ୍ପ୍ରଦାୟର ଅନେକ କାର୍ଯ୍ୟରତ ଅଫିସରଙ୍କ ସରକାର ବିରୋଧୀ ଆଭିମୁଖ୍ୟ ଉକ୍ତ ରାଜନୈତିିକ ବ୍ୟକ୍ତି ବିଶେଷଙ୍କ ପ୍ରତ୍ୟକ୍ଷ ପୃଷ୍ଠପୋଷକତା ଯୋଗୁଁ ସମ୍ଭବ ହୋଇଛି । ବଗତ ସମୟରେ ରାଜ୍ୟ ସ୍ତରୀୟ ଜାତି ପ୍ରମାଣପତ୍ର ଯାଞ୍ଚ କମିଟିକୁ ପ୍ରଭାବିତ କରି ମାମଲା ସ୍ଥଗିତ କରାଇବା, ତଥା ଡଃ ମୁକେଶ ମହାଲିଙ୍ଗ ବିରୁଦ୍ଧରେ ୨୦୦୨ ପୂର୍ବରୁ ଏକାଧିକ ଜାଳି ଜାତି ପ୍ରମାଣପତ୍ର ବ୍ୟବହାର କରିଥିବା ଆଧାରରେ ପଦ୍ମପୁର ଏସ୍ଡିଜେଏମ୍ ଦ୍ୱାରା ଏଫ୍ଆଇଆର ରୁଜୁ କରିବାର ଆଦେଶନାମାକୁ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟ, କଟକ ଦ୍ୱାରା ସ୍ଥଗିତ ରଖାଇବା ଭଳି ସମ୍ବିଧାନ ବିରୋଧୀ କାର୍ଯ୍ୟକଳାପ କରାଯାଇଛି । ଏହା ସହିତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ଓଡିଶାର ସରକାରୀ ସୁପାରିଶ କୁ ଚ୍ୟାଲେଞ୍ଜ କରି ଅଭିଯୋଗ ପତ୍ର ଦାଖଲ କରାଯାଇଛି । ଜଣେ କ୍ୟାବିନେଟ ମନ୍ତ୍ରୀ ଓ ସରକାରୀ ଦଳର ସାଂସଦ ଥାଇ ମଧ୍ୟ ସରକାର ଓ ଦଳ ବିରୋଧୀ କାର୍ଯ କରିବା ଗମ୍ଭୀର ସମ୍ବିଧାନିକ ଓ ପ୍ରଶାସନିକ ଅନୁଶୀଳନର ବିଷୟ । ଏଣୁ ସରକାର ତୁରନ୍ତ ଯଥୋଚିତ ପଦକ୍ଷେପ ନ ନେଲେ, ୩୦ ନଭେମ୍ବର ୨୦୨୬ ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସାମୁହିକ ଅନଶନରେ ସମସ୍ତ ଦଳିତ ସମାଜ ବସିବାକୁ ନୋଟିସ ଜାରି କରାଯାଉଛି । ଏହି ମାମଲା ତୁରନ୍ତ, ନିରପେକ୍ଷ ଓ ନ୍ୟାୟ ସଙ୍ଗତ ନିଷ୍ପତ୍ତି ନେବାକୁ ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଦୃଢ ଆହ୍ୱାନ କରାଯାଉଛି ।