-+91-9937148622 |
prerana_bgr@rediffmail.com |
Tuesday 27th October 2026 |
R.N.I. Regd No. ODIODI/2010/46693
Breaking News
27-Oct-2026
ବଲାଙ୍ଗିର(ପ୍ରେରଣା ଖବର)- ୧ ନଭେମ୍ବର ବଲାଙ୍ଗିର ଦିନ୍ ଉଧେ ଆଜି ମାଁ ସମଲେଶ୍ଵରୀ ମନ୍ଦିର ପରିସରରେ ମାଁ ସମଲେଶ୍ଵରୀ ମନ୍ଦିର ଆଳତି କମିଟି ପକ୍ଷରୁ ହୁଲାହୁଳି ଓ ଶଙ୍ଖ ଫୁଙ୍କା ପ୍ରତିଯୋଗିତା ଆୟୋଜନ ହୋଇଥିଲା । କାର୍ଯ୍ୟ କ୍ରମରେ ଶଙ୍ଖଫୁକରେ ୨୫ ଜଣ ଓ ହୁଳହୁଳୀରେ ୨୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବଲାଙ୍ଗିର ପୌରପାଳିକା ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ବଲାଙ୍ଗିର ଦିନ ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ, ସଂପାଦକ ଲୋଟସ ଷଡ଼ଙ୍ଗୀ, ପ୍ରତାପ ଚନ୍ଦ୍ର ରଥ, ସାଗରିକା ଗୁରୁ, ସୋମନାଥ ମିଶ୍ର, ଶ୍ରାବଣୀ ମେହେର, ସଙ୍ଗୀତା ଦାସ , ସ୍ନିଗ୍ଧାମୟୀ ମିଶ୍ର ,ମିଳି ବାରିକ ପ୍ରମୁଖ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବିଚାରକ ମଣ୍ଡଳୀ ଭାବରେ ମାଁ ସମଲେଶ୍ଵରୀ ମନ୍ଦିରର ମୁଖ୍ୟ ପୂଜକ ଟଙ୍କଧର ଦିଶ୍ରୀ(ଅକ୍ଷୟ) ଏବଂ ମାହେଶ୍ୱରୀ ମନ୍ଦିର ପୂଜକ ଦୁର୍ଗା ଚରଣ ପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ମାଁ ସମଲେଶ୍ଵରୀ ମନ୍ଦିର ଆଳତି କମିଟିର ସଭାପତି ବିକାଶ ସା ପରିଚାଳନା କରିଥିଲେ ଏବଂ ମାଁ ସମଲେଶ୍ଵରୀ ମନ୍ଦିର ଆଳତି କମିଟି ର ଲିକୁନ ପାତ୍ର, ହରିଓମ ପଟେଲ,ରାମ ନାରାୟଣ ସାହୁ,ସିବୁ ପାତ୍ର, କରନ ତାଣ୍ଡି, ସୋମ୍ୟରଞ୍ଜନ ବାଗ, ଦେବବ୍ରତ ଦିପ, ପ୍ରିୟାଂଶ ସାହୁ, ଆନନ୍ଦ ସାହୁ, ସଂଗ୍ରାମ ବିଶ୍ଵାଳ,ନିଶିକାନ୍ତ ସିଂ ଧାରୁଆ , ବିଶ୍ୱଜିତ ହୋତା, ମୁକେଶ ଭୋଇ,ପ୍ରେମ ରଞ୍ଜନ ରଥ ଏବଂ ସମସ୍ତ ଭକ୍ତବୃନ୍ଦ ଉପସ୍ଥିତ ଥିଲେ ଆଉ
କାର୍ଯ୍ୟକ୍ରମକୁ ସଫଳ କରିଥିଲେ l
ଠିକ୍ ସେହିପରି ସ୍ଥାନୀୟ ପିପି ଏକାଡେମୀ ହାଇସ୍କୁଲ ଠାରେ ଓଡ଼ିଆ ସାହିତ୍ୟ ସେବା ଓ ସୁରକ୍ଷା ପକ୍ଷରୁ ରଶ୍ମି ପାତ୍ର ଙ୍କ ସଂଯୋଜନାରେ ବହୁଭାଷୀ କବିତା ଆସର ହୋଇଥିଲା l ଏଥିରେ ପୌରାଧ୍ୟକ୍ଷା ଲୀକା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ l ଦିଲିପ ପୁରୋହିତ ପ୍ରାରମ୍ଭିକ ଅଭିଭାଷଣ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ କମିଟିର ଅଧ୍ୟକ୍ଷ ଗୋପଲଜୀ ପାଣିଗ୍ରାହୀ,କିଶୋର କୁମାର ରଥ, ବିଧୁଭୁଷଣ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ l ସରସ୍ଵତୀ ନନ୍ଦ, କପିଳେଶ୍ଵର ଖମାରି, କବି ଭାଗୀରଥୀ ମିଶ୍ର, ସନ୍ଦୀପ କୁଅଁର ବିଚାରକ ଭାବରେ ଯୋଗ ଦେଇଥିଲେ l ଏଥିରେ ପ୍ରାୟ ୭୦ ଜଣ କବି ଓ କବୟିତ୍ରୀଗଣ ସ୍ବରଚିତ କବିତା ପାଠ କରିଥିଲେ l