-+91-9937148622 |
prerana_bgr@rediffmail.com |
Wednesday 28th October 2026 |
R.N.I. Regd No. ODIODI/2010/46693
Breaking News
26-Oct-2026
(ମନୋରଞ୍ଜନ ତ୍ରିପାଠୀ )
ସୋନପୁର -ବଲାଙ୍ଗିର ଜାତୀୟ ରାଜପଥ ହରଡ଼ଖୋଲ ରାସ୍ତାକଡ଼ ରୁ ଆଜି ଏକ କଇଁଛକୁ ଅସହାୟ ଅବସ୍ଥାରେ ଉଦ୍ଧାର କରିଛନ୍ତି ସୋନପୁର ବ୍ଲକ୍ ଅନ୍ତର୍ଗତ କୁଲିପାଲି ଗ୍ରାମ ର ପ୍ରକୃତି ପ୍ରେମୀ ବ୍ଯାସ ଦେବ ନନ୍ଦ । ଏହି ନିରୀହ ଜୀବଟିର ସୁରକ୍ଷା ଓ ଉପଯୁକ୍ତ ଯତ୍ନକୁ ଗୁରୁତ୍ୱ ଦେଇ ସେ ସୋନପୁର ଜୁନିୟର୍ ରେଡ୍କ୍ରସ୍ର ପରାମର୍ଶ ଦାତା ଶ୍ରୀ ବିକ୍ରମ କୁମାର ନନ୍ଦଙ୍କ ପରାମର୍ଶକ୍ରମେ ସୋନପୁର ବନ ଅଧିକାରୀଙ୍କ ସହ ତୁରନ୍ତ ଯୋଗାଯୋଗ କରିଥିଲେ ଏବଂ ଏହି କଇଁଛ ଶାବକଟିକୁ ଉପଯୁକ୍ତ ପ୍ରାକୃତିକ ଆବାସରେ ଛାଡ଼ିବା ଉଦ୍ଦେଶ୍ୟରେ ବନ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ। କୁଲିପାଲିର ଶିକ୍ଷକ ବିକ୍ରମ କୁମାର ନନ୍ଦ,ପ୍ରଶାନ୍ତ,ପ୍ରଦୀପ ଜୟନ୍ତ ପ୍ରଧାନ ପ୍ରମୁଖ ଏହି ମହତ କାର୍ଯ୍ୟ ରେ ଶ୍ରୀ ନନ୍ଦ ଙ୍କୁ ପ୍ରେରଣା ଯୋଗାଇ ଥିଲେ।ଏହି ଅବସରରେ ଶ୍ରୀ ନନ୍ଦ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ସହ ଜୈବ ବିବିଧତାର ରକ୍ଷା ପାଇଁ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ସଚେତନ କରିଥିଲେ l ଏଥିସହ ଜଙ୍ଗଲ ଓ ପରିବେଶର ସନ୍ତୁଳନ ରକ୍ଷା କରିବାରେ ପ୍ରତ୍ୟେକ ଜୀବଜନ୍ତୁଙ୍କର ଗୁରୁତ୍ୱ ରହିଛି ବୋଲି ପରିବେଶ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିଥିଲେ। ଶ୍ରୀ ନନ୍ଦ ଙ୍କ ଏହି ମହତ୍ କାର୍ଯ୍ୟ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି l ଏମାନଙ୍କ ସୁରକ୍ଷା କେବଳ ବନ ବିଭାଗର ଦାୟିତ୍ୱ ନୁହେଁ, ବରଂ ସମାଜର ପ୍ରତ୍ୟେକ ନାଗରିକଙ୍କର ନୈତିକ କର୍ତ୍ତବ୍ୟ। ରାସ୍ତାକଡ଼ରେ କିମ୍ବା ଜନବସତି ନିକଟରେ କୌଣସି ବନ୍ୟପ୍ରାଣୀ ଅସହାୟ ଅବସ୍ଥାରେ ଦେଖାଗଲେ, ତାକୁ ଆଘାତ ନଦେଇ ତୁରନ୍ତ ବନ ବିଭାଗକୁ ଖବର ଦେବା ଉଚିତ।ବନ୍ୟପ୍ରାଣୀଙ୍କୁ ନିଜ ଘରେ ରଖିବା କିମ୍ବା ନିଜ ଇଚ୍ଛାରେ ଅନ୍ୟତ୍ର ଛାଡ଼ିବା ପରିବର୍ତ୍ତେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ। ଜୀବେ ଦୟା, ପ୍ରକୃତି ପ୍ରତି ଶ୍ରଦ୍ଧା—ଏହା ହିଁ ପ୍ରକୃତ ମାନବିକତା।