-+91-9937148622 |
prerana_bgr@rediffmail.com |
Tuesday 27th October 2026 |
R.N.I. Regd No. ODIODI/2010/46693
Breaking News
27-Oct-2026
ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ମିନି ଷ୍ଟାଡିୟମ ରେ ଦଶହରା ଫୁଟବଲ ଧମାକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପି.ଆର ଇଲେଭେନ ଝାରମୁଣ୍ଡା ଦ୍ୱାରା ଆୟୋଜିତ ପାଞ୍ଚ ଦିନିଆ ଫୁଟବଲ ଖେଳ କାର୍ଯ୍ୟକ୍ରମ ର ଉଦଘାଟିତ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଲୋଇସିଂହା ତହସିଲଦାର ଟିକୁନୁ ପୁଟା ଯୋଗ ଦେଇଥିବା ବେଳେ ଓଡିଶା ଆଦର୍ଶ ବିଦ୍ୟାଳୟ ଝାରମୁଣ୍ଡା ପ୍ରିନସିପାଲ ଡ଼. ଜୋତିର୍ମୟୀ ପଧାନ, ସାଂସଦ ଙ୍କ ଲୋଇସିଂହା ବ୍ଲକ ପ୍ରତିନିଧି ବାଲକୃଷ୍ଣ ଧରୁଆ, ବୁର୍ଡ଼l ସରପଞ୍ଚ ସୁଦିପ ସା, କୁସମେଲ ମଣ୍ଡଳ ଯୁବମୋର୍ଚ୍ଚl ସଭାପତି ଆନନ୍ଦ ମେହେର, ପ୍ରଧାନ ଶିକ୍ଷକ ନଦିଆ ବେହେରା, ୱାର୍ଡମେମ୍ବର ତରଣୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ପିଇଟି ମେମ୍ବର ଉପସ୍ଥିତ ଥିଲେ ସନ୍ତୋଷ ଧରୁଆ, ରଘୁନାଥ ସେଠି, ଶଶୀ ହୋତା ଆଶିଷ କୁମାର ଭୋଇ ପ୍ରମୁଖ l