-+91-9937148622 |
prerana_bgr@rediffmail.com |
Tuesday 27th October 2026 |
R.N.I. Regd No. ODIODI/2010/46693
Breaking News
27-Oct-2026
ବଲାଙ୍ଗୀର(ପ୍ରେରଣା ଖବର)- ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ ସ୍ଥାନୀୟ ମାରୱାଡ଼ି ସେବା ସଦନ (ରାଧାରାଣୀପଡ଼ା)ଠାରେ ଅତ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ଭବ୍ୟ କାର୍ଯ୍ୟକ୍ରମରେ ବଲାଙ୍ଗୀର ଡିଭିଜନର ଡାକ ଅଧୀକ୍ଷକ ଶ୍ରୀ ରାଜକିଶୋର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଓଡ଼ିଶା ସର୍କଲର ଉପ-ସଭାପତି କମ୍ରେଡ୍ ଶ୍ରୀ ରୂପେଶ ବାଗ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବରେ ପୂର୍ବତନ ମଣ୍ଡଳ ସମ୍ପାଦକ ତଥା ଅବସରପ୍ରାପ୍ତ ପୋଷ୍ଟମାଷ୍ଟର କମ୍ରେଡ୍ ଶ୍ରୀ ଲମ୍ବୋଦର ମିଶ୍ର ଏବଂ ସମ୍ୱଲପୁର ଡାକ ମଣ୍ଡଲ ର ସଂମ୍ପାଦକ କମ୍ରେଡ ଶ୍ରୀ ମହେଶ ସାହୁ ଯୋଗ ଦେଇ ଥିଲେ । ମୁଖ୍ୟ ଅତିଥି ଶ୍ରୀ ମହାରଣା ଡାକବିଭାଗ ର ସମସ୍ତଙ୍କ ସହଯୋଗ ରେ ମଣ୍ଡଲ କୁ ଉନ୍ନତି ପଥରେ ନେବାକୁ ଆହ୍ବାନ ଦେଇ, ସଙ୍ଘ ତଥା କର୍ମଚାରୀ ମାନଙ୍କୁ ସବୁ ପ୍ରକାର ସୁବିଧାସୁଯୋଗ ଦେବା ପାଇଁ ଆଶ୍ଵାସନା ଦେଇଥିବା ବେଳେ ମୁଖ୍ୟ ବକ୍ତା ଶ୍ରୀ ବାଗ, ସଂଘ ର ଇତିହାସ, ମହତ୍ତ୍ୱ ତଥା ଅଷ୍ଟମ ବେତନ ତଥା ବିଭିନ୍ନ କର୍ମଚାରୀ ମାନଙ୍କ ବିକାଶ ଵିଷୟ ରେ ଦୃଷ୍ଟି ଆକର୍ଷଣ କରିଲେ ।ସମ୍ମାନନୀୟ ଅତିଥି ଶ୍ରୀ ମିଶ୍ର, ସଙ୍ଘ ର ବିଭିନ୍ନ ଦାୟିତ୍ବ ବିଷୟରେ ପୁଙ୍ଖାନୁପୁଙ୍ଖ କରିଥିବା ବେଳେ ସମ୍ମାନନୀୟ ଅତିଥି ଶ୍ରୀ ସାହୁ ସଙ୍ଘ ର ଆଗାମୀ ହେବାକୁ ଥିବା କାର୍ଯ୍ୟକ୍ରମ" ମେମ୍ବରଶିପ" ପ୍ରକ୍ରିୟାରେ ବିସ୍ମୃତ ଭାବରେ ଯୋଗଦାନ କରିବାକୁ ଆହ୍ବାନ ଦେଇଥିଲେ। ଅବସରପ୍ରାପ୍ତ ପୂର୍ବତନ କମ୍ରେଡ୍ ମାନଙ୍କୁ ସଙ୍ଘ୍ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ମଞ୍ଚର ସଭାପତିତ୍ୱ ଶ୍ରୀ ଲବ ଭୋଇ ପରିଚାଳିତ ହୋଇଥିବା ବେଳେ ସ୍ୱାଗତ ସମିତିର ଅଧ୍ୟକ୍ଷ ଶ୍ରୀ ସୁବାଷ ଷଡ଼ଙ୍ଗୀ ଓ ମଣ୍ଡଳ ସମ୍ପାଦକ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନେତୃତ୍ୱରେ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଟ୍ରେଡ ୟୁନିଅନ ନେତା ତଥା ସମାଜସେବୀ ଶ୍ରୀ ରମେଶ ଚନ୍ଦ୍ର ସାହୁ ପରିଶେଷ ରେ ସମସ୍ତକୁ ସୁନ୍ଦର୍ ଭାବରେ ଧନ୍ଯବାଦ ଦେଇଥିଲେ।
ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଗଣତାନ୍ତ୍ରିକ ପଦ୍ଧତିରେ ସଙ୍ଘ ର ନୂତନ କର୍ମକର୍ତ୍ତା ନିର୍ବାଚନ କରଯାଇଥିଲା। ସର୍ବସମ୍ମତି କ୍ରମେ ନୂତନ ଭାବେ ଶ୍ରୀ ଲବ ଭୋଇ, ସଭାପତି ହୋଇଥିବା ବେଳେ ଶ୍ରୀ ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ହୋଇଥିଲେ। ଏହି ପରିପେକ୍ଷୀରେ ଶ୍ରୀ ରମେଶ ଚନ୍ଦ୍ର ଦାଙ୍ଗ, ଶ୍ରୀ ବିକ୍ରମ ସିଂ ଡ଼ନସେନା ଓ ଶ୍ରୀ ମୁନା ରଣା , ଉପ- ସଭାପତି ହୋଇଥିବା ବେଲେ ସହକାରୀ ସମ୍ପାଦକ (ହେଡ୍ କ୍ୱାର୍ଟର) ରେ ଶ୍ରୀ ଆନନ୍ଦ କୁମାର ଦଳପତି ଏବଂ କୋଷାଧ୍ୟକ୍ଷ ଭାବରେ ଶ୍ରୀ ଅନିଲ କୁମାର ପଟେଲ ହୋଇଥିଲେ।
ଏହା ସହିତ ସଂଗଠନର ସୁପରିଚାଳନା ପାଇଁ ସହକାରୀ ସମ୍ପାଦକ, ସଂଗଠନ ସମ୍ପାଦକ, ଅଡିଟର ଏବଂ ସର୍କଲ କାଉନସିଲର ଭଳି ପଦବୀରେ ଅନ୍ୟ ସଦସ୍ୟମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ନୂତନ ଭାବେ ନିର୍ବାଚିତ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ ସମସ୍ତକ ସହଯୋଗ ଏବଂ ଆଗାମୀ ଦିନରେ ବିଭିନ୍ନ ଉନ୍ନତ୍ତି ମୂଳକ ପଦକ୍ଷେପ ନେବାକୁ ଆଶାବାଦୀ ହୋଇଛନ୍ତି।ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଡିଭିଜନର ବହୁ ସଂଖ୍ୟକ ଡାକ କର୍ମଚାରୀ ଉପସ୍ଥିତ ରହି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ।