-+91-9937148622 |
prerana_bgr@rediffmail.com |
Tuesday 27th October 2026 |
R.N.I. Regd No. ODIODI/2010/46693
Breaking News
27-Oct-2026
ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ବ୍ଲକ ରତାଖଣ୍ଡି ଠାରେ ଲକ୍ଷେଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ - ୨୦୨୬ ମହା ଆଡମ୍ବରରେ ପାଳିତ ହୋଇଯାଇଛି l ଲୋଇସିଂହା ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜ ର ସଭାପତି ଅନନ୍ତ କଲେତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡିଶା ଲକ୍ଷେ ଘର ଗଣ୍ଡା ସମାଜ ର ସଭାପତି ଓମ ପ୍ରକାଶ କୁମ୍ଭାର ମୁଖ୍ୟଅତିଥି ରୂପେ ଯୋଗଦେଇ ବାବାସାହେବ ଡ. ବି.ଆର. ଆମ୍ବେଦକର ଏବଂ ମାଁ ସମଲେଶ୍ୱରୀଙ୍କ ଫଟୋଚିତ୍ର ରେ ଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ସହ ସାମାଜିକ ଚାଲିଚଲଣି ଯାହାକି ଗଣପର୍ବ ନୁଆଁଖାଇ ଏକତା, ଭାଇଚାରା ଓ ବନ୍ଧୁତ୍ୱ ପର୍ବ କହିବା ସହ ରୀତିନୀତି ଉପରେ ଆଲୋଚନା କରିଥିଲେ l ଏହି ଅବସରରେ ସମାଜର ବହୁ ବରିଷ୍ଠ ବ୍ୟକ୍ତି, ଯୁବକ ଓ ମହିଳାମାନେ ଉପସ୍ଥିତ ରହି ନୂଆଖାଇ ର ଶୁଭେଚ୍ଛା ଆଦାନ ପ୍ରଦାନ କରିଥିଲେ l ଶେଷରେ ସମ୍ବଲପୁରୀ, ରସରକେଳି ଭଳି ଗୀତ ନୃତ୍ୟ କୁନିକୁନି ଛୁଆ ଙ୍କ ଦ୍ୱାରା ପରିବେଷଣ ହୋଇଥିଲା l