-+91-9937148622 |
prerana_bgr@rediffmail.com |
Thursday 29th October 2026 |
R.N.I. Regd No. ODIODI/2010/46693
Breaking News
29-Oct-2026
ବରପାଲି(ସୁଦାମ ଦୀପ):.ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ୨୬ ନଂ ଜାତୀୟ ରାଜପଥ ମହଦା ଗାଁ ସମ୍ଭୁଖରେ ଗତ ୨୮/୧୦ ରିଖ ବୁଧବାର ରାତ୍ରି ସମୟ ରେ ଏକମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ବାତ୍ୟା ଅର୍ଣ୍ଣବ୍ ର ପ୍ରଭାବରେ ଲଗାଣ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଗତ ରାତିରେ ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି l ଧକ୍କାର ତୀବ୍ରତା ଏତିକି ଥିଲା ଯେ ଗୋଟିଏ ଟ୍ରକର ସମ୍ବୁଖ ଭାଗ ସମ୍ପୂର୍ଣ ଚୂର୍ ମାର ହୋଇଯାଇ ଥିଲା l ଏବଂ ଚାଳକ ଜଣକ କେବିନ୍ ଭିତରେ ଚାପି ହୋଇ ଅସହାୟ ଅବସ୍ଥାରେ ରହିଯାଇଥିଲେ l ଚାରିଆଡ଼େ ବର୍ଷାର ତାଣ୍ଡବ , ରାତ୍ରୀର ଅନ୍ଧକାର ଆଉ ଦୁର୍ଘଟଣା ର ଭୟଙ୍କର ଦୃଶ୍ୟ ମଧ୍ୟରେ ଚାଳକଙ୍କ ଜୀବନ ରକ୍ଷା କରିବା ଏକ ବଡ଼ ଆହ୍ବାନ ପାଲଟିଥିଲା l ଦୁର୍ଘଟଣା ଖବର ପାଇବା ମାତ୍ରେ ସ୍ଥାନୀୟ ସମାଜସେବୀ ବିରୋସେନ ସାହୁଙ୍କ ସହ ମହଦା ଗ୍ରାମର ଲୋକ ମାନେ ମାନବିକତା ର ପରିଚୟ ଦେଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ ଏବଂ ଉଦ୍ଧାର କାର୍ଯ୍ୟ ରେ ଲାଗି ପଡ଼ିଥିଲେ l ଖବର ପାଇ ବରପାଲି ଥାନା ଆଆଇସି ପ୍ରମୋଦ କୁମାର ସାହୁ ପୋଲିସ ଦଳ ସହ ପହଞ୍ଚିଥିବା ବେଳେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ l ଦୀର୍ଘ ପ୍ରୟାସ ଓ ସମସ୍ତଙ୍କ ମିଳିତ ଉଦ୍ୟମରେ ଭାଙ୍ଗି ଯାଇ ଥିବା କେବିନ୍ ଭିତରୁ ଚାପି ହୋଇ ରହିଥିବା ଚାଳକଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା l ଏତେ ଭୟଙ୍କର ହୋଇ ଥିଲେ ମଧ୍ୟ ଚାଳକ ଜଣକ ଆହତ ହୋଇଛନ୍ତି l ତାଙ୍କୁ ବରପାଲି ଡ଼ାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲା l ଏହି ଦୁର୍ଘଣାରେ କାହାରି ମୃତ ହୋଇ ନଥିବା ସୂଚନା ମିଳିଛି