-+91-9937148622 |
prerana_bgr@rediffmail.com |
Thursday 29th October 2026 |
R.N.I. Regd No. ODIODI/2010/46693
Breaking News
29-Oct-2026
ବରୀ,( ରଂଜିତ ମହାନ୍ତି)
ଯାଜପୁର ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ପକ୍ଷରୁ ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ଏକ ମିଳିତ ଚଢ଼ାଉ ଅଭିଯାନ ଆୟୋଜିତ ହୋଇଥିଲା। ଏହି ଅଭିଯାନର ନେତୃତ୍ୱ ସହକାରୀ ଶ୍ରମ ଅଧିକାରୀ, ବରୀ ସ୍ମୃତି ରଞ୍ଜନ ପଣ୍ଡା ନେଇଥିବାବେଳେ ବରୀ-ରାମଚନ୍ଦ୍ରପୁର ଥାନାର ପୋଲିସ କର୍ମଚାରୀ ଏବଂ ରୁଚିକା ଏନ୍ଜିଓର ପ୍ରତିନିଧି ମାନେ ଏଥିରେ ସାମିଲ ହୋଇଥିଲେ। ଅଭିଯାନ ସମୟରେ ବରୀ ବ୍ଲକର ବିଭିନ୍ନ ଅଞ୍ଚଳରେ ଥିବା ପ୍ରାୟ ୫୦ଟି ବାଣିଜ୍ୟିକ ପ୍ରତିଷ୍ଠାନରେ ପହଞ୍ଚି ଯାଞ୍ଚ କରାଯାଇଥିଲା। ଶିଶୁ ଶ୍ରମିକ ନିୟୋଜନ ରୋକିବା, ଶିଶୁମାନଙ୍କୁ ଶ୍ରମରୁ ମୁକ୍ତ କରି ଶିକ୍ଷାର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଏବଂ ଶିଶୁ ଅଧିକାରର ସୁରକ୍ଷା ସୁନିଶ୍ଚିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଶିଶୁ ଶ୍ରମିକ ନିୟୋଜନ ଏକ ଆଇନଗତ ଅପରାଧ। ତେଣୁ କୌଣସି ବ୍ୟବସାୟୀ କିମ୍ବା ନିଯୁକ୍ତିଦାତା ଶିଶୁମାନଙ୍କୁ ଶ୍ରମରେ ନିୟୋଜିତ ନକରିବା ସହ ଶିଶୁ ଶ୍ରମିକ ସମ୍ପର୍କରେ କୌଣସି ସୂଚନା ମିଳିଲେ ତୁରନ୍ତ ସମ୍ପୃକ୍ତ ପ୍ରଶାସନକୁ ଜଣାଇବାକୁ ଅନୁରୋଧ କରାଯାଇଛି।