-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
31-Oct-2026
(ରଂଜିତ ମହାନ୍ତି )
ଦେଶର ଅଖଣ୍ଡତା, ସମ୍ପ୍ରୀତି ଏବଂ ସୁରକ୍ଷା ପାଇଁଜୀବନ ଉତ୍ସର୍ଗ କରିଥିବା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା 'ରାଷ୍ଟ୍ରୀୟ ଏକତା ଦିବସ' ଅବସରରେ ଆଜି ବରୀ ପୋଲିସ ପ୍ରଶାସନ ପକ୍ଷରୁ ଏକ ଭବ୍ୟ 'ଗଣଦୌଡ଼' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସୂଚନା ଅନୁଯାୟୀ, ଆଜି ସକାଳେ ବରୀ ମାଉଣ୍ଡରୁ ବାହାରିଥିବା ଏହି ବିଶାଳ ଗଣଦୌଡ଼ କୃପାସନ୍ଧୁ ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ବରୀ ଥାନା ଅଧିକାରିଣୀ ଶ୍ରୀମତୀ ହେମଲତା ଦାସଙ୍କ ପ୍ରତ୍ୟକ୍ଷ ନେତୃତ୍ୱ ଓ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୋଲିସ କର୍ମଚାରୀଙ୍କ ସମେତ ସ୍କୁଲ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।
କେବଳ ଜାତୀୟ ଏକତା ନୁହେଁ, ବରଂ ଏକ ସୁସ୍ଥ ସମାଜ ଗଠନର ବାର୍ତ୍ତାକୁ ଆଗକୁ ବଢ଼ାଇ ଏହି ଅବସରରେ ଏକ 'ନିଶାମୁକ୍ତ ଓଡ଼ିଶା' ଗଠନ ପାଇଁ ମଧ୍ୟ ସମସ୍ତେ ଏକାଠି ଦୃଢ଼ ଶପଥ ନେଇଛନ୍ତି। ଯୁବପିଢ଼ିକୁ ମାର୍ଗଭ୍ରଷ୍ଟ ହେବାରୁ ରକ୍ଷା କରିବା, ନିଶା ଦ୍ରବ୍ୟଠାରୁ ଦୂରେଇ ରଖିବା ଏବଂ ଏକ ଅପରାଧମୁକ୍ତ ଓ ପ୍ରଗତିଶୀଳ ସମାଜ ଗଠନ ପାଇଁ ବରୀ ପୋଲିସର ଏଭଳି ପ୍ରୟାସ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସିତ ହୋଇଛି।ଯାଜପୁର ବରୀ ରୁ ଅମର ପଣ୍ଡା ଙ୍କ ରିପୋର୍ଟ ନିର୍ଭିକ ଖବର ||