-+91-9937148622 |
prerana_bgr@rediffmail.com |
Tuesday 3rd November 2026 |
R.N.I. Regd No. ODIODI/2010/46693
Breaking News
02-Nov-2026
କୋକସରା (ତ୍ରିନାଥ ବେଶ୍ରା)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ବୁଢାରଜାଙ୍କ ପ୍ରସିଦ୍ଧ ବାର୍ଷିକ ଦଶରା ପର୍ବ ଶନିବାର ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛଛି । ସକାଳୁ ଦଶରା ପୁଜା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପୂର୍ବ ବିଧି ଅନୁସାରେ ମଧ୍ୟାହ୍ନ ୧୧ଟା ସମୟରେ ଏକ ବିରାଟ ଲାଠିଯାତ୍ରା ପୁଜକଙ୍କ ଘରୁ ଶୋଭାଯାତ୍ରାରେ ବାହାରି ବୁଢାରଜାଙ୍କ ମୁଖ୍ୟ ପୀଠକୁ ପହଞ୍ଚିଥିଲା । ଲାଠି ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମରୁ ଦେବାଦେବୀଙ୍କ ଲାଠି, କାଳିଶୀଙ୍କ ଗହଣରେ ନିଶାନ ଦଳ, ଘଣ୍ଟଦଳ, ପାରମ୍ପରିକ ଘୁମୁରା ଭଲି ବିଭିନ୍ନ ଲୋକନୃତ୍ୟ ନିଜ ନିଜର ବାଦ୍ୟ ବଜାଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବିଶେଷ କରି ନାଗରା ଓ ଘଣ୍ଟ ବାଦ୍ୟର ତାଳେ ତାଳେ ଦେବାଦେବୀ ମାନେ ଝୁମିଝୁମି ନାଚି ଯାଉଥିବା ଦୃଶ୍ୟ ଭକ୍ତ ଓ ଦର୍ଶକକୁ ଆକର୍ଷିତ କରିଥିଲା। ପୁଜକଙ୍କ ଘର ନିକଟରୁ ମନ୍ଦିର ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଜନ
ସମାଗମ ଦେଖିବାକୁ ମିଳିଥିଲା। ଏହି ସମୟ ମଧ୍ୟରେ ସ୍ଥାନୀୟ ପୁରୁଣା ପୁଲିସ ଥାନା ନିକଟରେ ବାଲି ଗଜା ଅର୍ପଣ କରାଯାଇ ଥିଲା । ମନ୍ଦିରକୁ ଲାଠି ପହଞ୍ଚିବା ପରେ ସ୍ଵାଗତ କରି ପାଛୋଟି ନିଆଯାଇଥିଲା । ଏହାପରେ ମନ୍ଦିରରେ ପୁଜାପାଠ ଆରମ୍ଭ ହୋଇଥିଲା। ମଣ୍ଡେଇ ଯାତ୍ରା ସମାପନ ହେବାପରେ ମନ୍ଦିର ନିକଟରେ ଲାଖବିନ୍ଧା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ । ଏଥିରେ ଶହଶହ ଯୁବକ ଲାଖବିନ୍ଧା କାର୍ଯ୍ୟକ୍ରମରେ ଯୋଗଦେଇ ଗଛ ଶିଖରରେ ରଖାଯାଇ ଥିବା ଜହ୍ନିକୁ ଲକ୍ଷ କରି ପଥର ଫୋପାଡି ଥିଲେ | ତା’ ପରେ ମନ୍ଦିର ପଶ୍ଵରେ ଥିବା ଜେନାବୁଢା ପୀଠରେ ବଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା | ହଜାର ହଜାର ଭକ୍ତ ଓ ଦର୍ଶକ ବୁଢାରଜାଙ୍କ ନିକଟରେ ପୂଜା କରିବା ସହ ଶହ ଶହ ସଂଖ୍ୟାରେ ପଶୁ, ପକ୍ଷୀଙ୍କୁ ରକ୍ତ ଭୋଗରେ ବଳି ଅର୍ପଣ କରାଯାଇଥିଲା । ଭକ୍ତ ଓ ଶ୍ରଦ୍ଧାଳୁ ନିଜର ମନସ୍କାମନା ପୁରଣ ଓ ସୁଖରେ ରଖିଥା କାମନା କରି ଗୁହାରି କରିଥିଲେ । ରକ୍ତ ଭୋଗ ଅର୍ପଣ ଫଳରେ ବଳି ସ୍ଥଳ ରକ୍ତ ରଞ୍ଜିତ ହୋଇଥିବା ଦେଖି ବାକୁ
ମିଳିଥିଲା । ସଂଧ୍ୟାରେ ବୁଢାରଜା ମଞ୍ଚରେ ସାଂସ୍କୃତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲା ତଥା ରାଜ୍ୟ ବାହାରୁ ସାଂସ୍କୃତିକ ଦଳ ଗୁଡ଼ିକ ଯୋଗଦେଇ ନିଜର ନୃତ୍ୟ ପରିବେଷଣ କରି ହଜାର ହଜାର ଭକ୍ତ ଓ ଦର୍ଶକ କୁ ବିମୋହିତ କରିଥିଲେ । ହଜାର ହଜାର ଦର୍ଶକ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ହଜେଇ ବାଦ୍ୟ, ଗୀତ ଓ ନୃତ୍ୟର ତାଳେ ତାଳେ ନାଚି ଉଠିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ସମାପନ ହେବା ପରେ ବିଳମ୍ବିତ ରାତିରେ ଘୁମୁରା ଓ ନାଟକ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଆମପାଣି ବୁଢାରଜା ଦଶରା ଯାତ୍ରା ବହୁଳ ଭାବେ ଜନ ଗହଳି ରହିଥିବାରୁ ଉପଖଣ୍ଡ ପୁଲିସ ଅଧିକାରୀ ଓ ଆମପାଣି ଥାନା ଅଧିକାରୀ ଙ୍କ ନେତୃତ୍ୱରେ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଆମପାଣିର ସବୁ ସ୍ଥାନରେ ପୋଲିସ ଫୋର୍ସ ମୃତୟନ କରିଥିଲେ। ଏହି ଦଶରା ପୁଜା ଓ ମହୋତ୍ସବ ଦେଖି ବାକୁ ସୀମାନ୍ତ ଜିଲ୍ଲା, ରାଜ୍ୟ ତଥା ଆଖପାଖ ଅଞ୍ଚଳରୁ ୫୦ ହଜାରରୁ ଉଦ୍ଧ ଭକ୍ତ ଓ ଦର୍ଶକ ସମାଗମ ହୋଇଥିବା ଦେଖି ବାକୁ ମିଳିଥିଲା।ବିଭିନ୍ନ ଅନୁଷ୍ଠାନ ତରଫରୁ ଭକ୍ତମାନଙ୍କୁ ଲେମ୍ବୁପାଣି ଦେଇଥିବାବେଳେ -ମହାକାଳ ଗ୍ରୁପ ଲଡ଼ୁ ଗାଁ ତରଫରୁ ସର୍ବ ସାଧାରଣ ଜନତା ଙ୍କ ପାଇଁ ମାଗଣା ରେ ଅର୍ଣ୍ଣ ଭୋଗ ସେବା ଯୋଗାଇ ଥିବା ବେଳେ ବୁଢ଼ାରଜା ସେନାର ସଦସ୍ୟ ମାନେ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ।