-+91-9937148622 |
prerana_bgr@rediffmail.com |
Monday 2nd November 2026 |
R.N.I. Regd No. ODIODI/2010/46693
Breaking News
02-Nov-2026
ଲୋଇସିଂହା, (ପ୍ରେରଣା ଖବର) ଆଜି ବୁଦ୍ଧିଜୀବୀ ସମ୍ମିଳନୀ ଏବଂ ଆଲୋଚନା ଚକ୍ର ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା ଅଗ୍ରେସନ ଭବନ ଠାରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଯୋଗ ଦେଇଥିଵା ବେଳେ ମୁଖ୍ୟବକ୍ତା ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଆଗାମୀ 2047 ପର୍ଯ୍ୟନ୍ତ ଶିକ୍ଷାନୀତି କିଭଳି ହେବା ଦରକାର ତଥା ସମତା ପୂର୍ଣ୍ଣ ଶିକ୍ଷକ ଯାହାକି କେତେଜଣ ଶିକ୍ଷକ ପେନସନ ପାଆନ୍ତି, କେତେ ଜଣ ପାଉନାହାନ୍ତି ଯାହାକି ଅସମତା ପୂର୍ଣ୍ଣ ଏଣୁ ସମତା ପୂର୍ଣ୍ଣ ଶିକ୍ଷା ଦରକାର l ଶିକ୍ଷା ସ୍ୱାସ୍ଥ୍ୟ ଓ ରୋଜଗାର ବିନା ଦେଶ କୁ ରଖିପରିବାର ନାହଁ ଯାହାକି ସାମ୍ବିଧାନିକ l ରାଜ୍ୟ ଓ ଦେଶ ରେ ମିଳିତ ଶିକ୍ଷା ଗୋଟେ ହେବା ଆବଶ୍ୟକ l ଏହାସହ ସବୁ ସ୍କୁଲ ରେ ପାଠ୍ୟକ୍ରମ ସମାନ ହେଉ ଯାହାକି ଗରିବ ଶହ ଧନୀ ପର୍ଯ୍ୟନ୍ତ ସମସ୍ତ ପିଲା ସୁବିଧା ରେ ପଢ଼ିପାରିବେ l କେବଳ ପାଠପଢି ଚାକିରୀ କରିବା ସହ ଯୁବକ ଗୋଷ୍ଠୀ ବିଭିନ୍ନ ସ୍କିଲ ମାଧ୍ୟମରେ ଉଦ୍ୟୋଗ ପତି ହୋଇପାରିବେ l ଏହାସହ ପଶ୍ଚିମ ଓଡିଶା ର ସମସ୍ତ ଜିଲ୍ଲା ରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକ ର ଅଭାବ, ଶ୍ରେଣୀଗୃହ ର ଅଭାବ l ଓଡିଶା ରେ ଦଶ ହଜାର ସ୍କୁଲ ବନ୍ଦ କୁ ନେଇ ରାଇଟ ଟୁ ଏଜୁକେଶନ ବାବଦରେ ଶିକ୍ଷକ ତଥା ବୁଦ୍ଧିଯିବି ମାନେ ଆଲୋଚନା କରିଥିଲେ l ଏଣୁ ଏମାନଙ୍କ ଦାବୀ କୁ ସହମତି ହୋଇ ସରକାର ଙ୍କ ଠାରେ ଉପସ୍ଥାପନା ପାଇଁ ମୁଖ୍ୟଅତିଥି ମନ୍ତ୍ରୀ ଡ଼. ମହାଳିଙ୍ଗ ପ୍ରତିଶୃତି ଦେଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ଜିଲ୍ଲା ର ଓଷ୍ଠା ସଭାପତି, ଶିକ୍ଷକ, ଅବସର ପ୍ରାପ୍ତ ଶିକ୍ଷକ, ବୁଦ୍ଧିଜୀବୀ ଉକ୍ତ ଆଲୋଚନା ଚକ୍ର ରେ ସାମିଲ ହୋଇଥିବା ବେଳେ ସରପଞ୍ଚ ସୁଦିପ ସା, କୁମର ପାଣ୍ଡେ, ଶିବ ଅଗ୍ରୱାଲ, ଭୁତନାଥ ନାଏକ, ବାହାଦୁର ନନ୍ଦ ପ୍ରମୁଖ ସହଯୋଗ କରିଥିଲେ