-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
06-Jun-2024
ବଲାଙ୍ଗିର (ପ୍ରେରଣା ଖବର ): ଶିଳ୍ପାୟନ, ଜଙ୍ଗଲ କ୍ଷୟ ଯୋଗୁଁ ସବୁଜ ବଳୟ ଧୀରେଧୀରେ ନଷ୍ଟ ହେବାରେ ଲାଗିଛି l ଏକଦା ଘଞ୍ଚ ଜଙ୍ଗଲ ଥିବା ଅଞ୍ଚଳ ଗୁଡ଼ିକ ଏବେ ପଦl ହେବାରେ ବସିଲାଣି l ପରିବେଶ ପ୍ରଦୂଷଣର ଏହି ବିଷମ ପରିସ୍ଥିତି ଏବେ ମଣିଷ ସାମାଜ ପ୍ରତି ବିପଦ ସୃଷ୍ଟି କରିଛି l ଆମ ପରିବେଶ ଓ ମଣିଷ ସମାଜକୁ ମରଣ ମୁହଁରୁ ବଞ୍ଚାଇବାକୁ ହେଲେ ଆମକୁ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ l
ବଲାଙ୍ଗିରର ବୁଦ୍ଧିଜୀବୀ, ସଚେତନ ନାଗରିକ ମାନଙ୍କୁ ନେଇ ଶାଗୁଆ ବଲାଙ୍ଗିର ତରଫରୁ ଆୟୋଯିତ ଏକ ବୈଠକରେ ଏହି ମତପ୍ରକାଶ ପାଇଛି l ଗତକାଲି ବିଶ୍ଵ ପରିବେଶ ଦିବସ ଅବସରରେ ପରିବେଶ ସୁରକ୍ଷାକୁ ନେଇ ଆରମ୍ଭ ହୋଇଥିବା ଅଭିଯାନ 'ଶାଗୁଆ ବଲାଙ୍ଗିର' ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବଲାଙ୍ଗିର ସହରକୁ ସବୁଜ ସୁନ୍ଦର କରି ଗଢି ତୋଳିବା ତଥା ବ୍ୟାପକ ବୃକ୍ଷରୋପଣ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଶାଗୁଆ ବଲାଙ୍ଗିର ପକ୍ଷରୁ ସ୍ଥାନୀୟ ପି .ପି ଏକାଡେମୀ ଠାରେ ସହରର ବହୁ ସଚେତନ ନାଗରିକ, ପରିବେଶପ୍ରେମୀ ଓ ସମାଜସେବୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ସଭାକୁ ସୂଚନା ଅଧିକାରୀ କର୍ମୀ ହେମନ୍ତ ପଣ୍ଡା ସଂଯୋଜନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଟାଙ୍ଗିଆ ଜାମ୍ ଆନ୍ଦୋଳନ ର ଗୋପାଳ ଚନ୍ଦ୍ର ହୋତା, ପ୍ରଫେସର ମନମୋହନ ବାଗ ବିଜେପି ନେତା ଅନନ୍ତ ଦାସ, ନେସନାଲ୍ ପିସ୍ ୟୁନିସନ ର ସତ୍ୟ ରଞ୍ଜନ ମିଶ୍ର, ରବି ପୁଝାରୀ, ବାସନ୍ତୀ ସିଂହ,ବବିତା ପ୍ରଧାନ,ସୂରଜ ତ୍ରିପାଠୀ, ରାଧାକାନ୍ତ ମହାପାତ୍ର,ନାରୀ ନେତ୍ରୀ ନୂତନ ଦାସ, ଆଇନଜୀବୀ ଜୟରାମ ମିଶ୍ର, ରତନ ମହାରଣା, ମନୋରଞ୍ଜନ ସାହୁ, ପ୍ରଭାକର ମିଶ୍ର, ଧର୍ମେନ୍ଦ୍ର ନନ୍ଦ, ବିଷ୍ନୁ ପ୍ରସାଦ କେଡ଼ିଆ, ପ୍ରଶାନ୍ତ ମହାକୁଡ, ଶାନ୍ତନୁ ରଣା,ଜନ୍ମେଜୟ ଭ୍ରମର, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବୃକ୍ଷରୋପଣ ସହ ବୃକ୍ଷର ଯତ୍ନ ଓ ରକ୍ଷଣାବେକ୍ଷଣ ଦିଗରେ ସମସ୍ତେ ଯତ୍ନଶୀଳ ହେବା ଆବଶ୍ୟକ ବୋଲି ମତଦେଇଥିଲେ ଜଙ୍ଗଲର ଉପଯୁକ୍ତ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ସହ ସମନ୍ଵୟ ରକ୍ଷା କରି କାମ କଲେ ଏହା ଆହୁରି ଫଳପ୍ରଦ ହୋଇପାରିବ ବୋଲି ବକ୍ତା ମାନେ କହିଥିଲେ l ଦଳମତ ନିର୍ବିଶେଷରେ ଏକ ବୃହତ୍ତର ସ୍ଵାର୍ଥ ନେଇ ତଥା ଆଗାମୀ ୫୦ବର୍ଷର ବଲାଙ୍ଗିରକୁ ନେଇ ଶାଗୁଆ ବଲାଙ୍ଗିର ସଂକଳ୍ପ ନେଉ ବୋଲି ବକ୍ତାମାନେ ମତ ରଖିଥିଲେ । ବଲାଙ୍ଗିର ଶେଷରେ ଜୟ ପୁରୋହିତ ଧନ୍ଯବାଦ ଅର୍ପଣ କରିଥିଲେ l