-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
16-Oct-2026
ବରପାଲି (ସୁଦାମ ଦୀପ): ଦୀର୍ଘ ୮ ବର୍ଷ ବ୍ୟବଧାନ ପରେ ଅନୁଷ୍ଠିତ ବରପାଲି ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ବାଜିମାତ କରିଛି। ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ରାଜନୈତିକ ବାତାବରଣ ସୃଷ୍ଟି ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଅପେକ୍ଷା ନେତାଙ୍କ ଗହଳି ଅଧିକ ଦେଖିବାକୁ ମିଳିଥିଲା। ଦୁଇ ପ୍ରମୁଖ ଦଳ ମଧ୍ୟରେ କଡ଼ା କସରତ ଦେଖିବାକୁ ମିଳିଥିଲା। ସଭାପତି ପଦ ପାଇଁ ଯୋଗାନନ୍ଦ ବାଗ ଓ ରୋହନ ମେହେର ଏବଂ ସାଧାରଣ ସମ୍ପାଦକ ପଦ ପାଇଁ ଧର୍ମରାଜ ବାରିକ ଓ ଶୋଭିତ ପଣ୍ଡାଙ୍କ ସମେତ ବିଭିନ୍ନ ପଦରେ ବହୁ ଛାତ୍ର ପ୍ରାର୍ଥୀ ହୋଇଥିଲେ।
ଶେଷରେ ବିସିଜେଡି ସମର୍ଥିତ ପ୍ୟାନେଲର ବିଜୟ ହୋଇଛି। ସଭାପତି ଭାବେ ରୋଶନ ମେହେର, ଉପ-ସଭାପତି ଭାବେ ପ୍ରିତମ ମହାରଣା, ସମ୍ପାଦକ ଭାବେ ଧର୍ମରାଜ ବାରିକ ଏବଂ ସହ-ସମ୍ପାଦକ ଭାବେ ତରୁଣ ଧାରୁଆ ନିର୍ବାଚିତ ହୋଇଛନ୍ତି।