-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
16-Oct-2026
ବଲାଙ୍ଗୀର: ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀ(୬୨) ଙ୍କ ଆଜି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ପରଲୋକ ଘଟିଛି । ଗତ କିଛି ଦିନ ହେଲା ସେ ବିଭିନ୍ନ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଗୁରୁତର ଅବସ୍ଥା ରେ ଭୁବନେଶ୍ୱର ନିଆଯାଇଥିଲା। ତେବେ ବାଟରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ସ୍ବର୍ଗତଃ ଯୋଶୀ ଜଣେ ମେଳାପୀ ଓ ସିଧାସାଧା ମଣିଷ ଥିଲେ। ଆଜି ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ବର୍ଗତଃ ଯୋଶୀ ଙ୍କ ଇଛା ପଡା ବାସଭବନରେ ଆତ୍ମୀୟ ସ୍ୱଜନ ଙ୍କ ଭିଡ଼ ଜମିଥିଲା। ମୃତ୍ୟୁ ଶଯ୍ୟାରେ ସ୍ବର୍ଗତଃ ଯୋଶୀଙ୍କ ଗୋଟିଏ ଓ ପୁଅ ଓ ଗୋଟିଏ ଝିଅ ଉପସ୍ଥିତ ଥିଲେ । ଅନ୍ୟାୟ ବିରୁଦ୍ଧରେ ସ୍ଵରଉତ୍ତୋଳନ କରିଆସୁଥିବା ସ୍ବର୍ଗତଃ ଯୋଶୀ ବିଭିନ୍ନ ସାମାଜିକ ଓ ସଂଗଠନ ସହ ଜଡ଼ିତ ରହି ସାଧାରଣ ଲୋକଙ୍କ ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ସକ୍ରିୟ ଭୂମିକା ନେଇଥିଲେ । ପଶାସନିକ କଳ ରେ ଚାଲିଥିବା ଦୁର୍ନୀତିକୁ ସେ ସୂଚନା ଅଧିକାର ଆଇନ ବଳରେ ଖୁଲାସା କରି ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l
ତାଙ୍କ ବିୟୋଗରେ ସହକର୍ମୀ, ବିଭିନ୍ନ ସଂଗଠନର ସଦସ୍ୟ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।