-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
16-Oct-2026
ଭୁବନେଶ୍ୱର-୧୬/୧୦- ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଦ୍ୱାରା ଆୟୋଜିତ ୟୋନେକ୍ସ-ସନରା ଇଜ ମିନି ଓ ସବଜୁନିଅର ସବ୍ଜୁନିୟର (୧୧ବର୍ଷ ଓ ୧୩ ବର୍ଷରୁ କମ୍ ) ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଭୁବନେଶ୍ୱର ର ପୋଖରୀପୁଟ ସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖି ଇନ୍ଡୋର ଷ୍ଟାଡିୟମ ଠାରେ ଉଦ୍ଘାଟନ ହୋଇଯାଇଛି । ଏହି ଚମ୍ପିୟାନସିପ୍ ରେ ୧୧ ଓ ୧୩ବର୍ଷରୁ କମ୍ ବାଳକ ବିଭାଗରେ ୯୧ ଜଣ ବାଳକ ଏବଂ ବାଳିକା ବିଭାଗ ରେ ୩୩ ଜଣ ଖେଳାଳୀ ଟାଇଟଲ ଲଢେଇ ରେ ଅବତୀର୍ଣ୍ଣ ହେବେ l
ଓସ୍ବା ସଂପାଦକ ନିଲିନ କୁମାର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ ଏହି ଚମ୍ପିୟାନ ସିପ ର ଆୟୋଜନ ସମିତି ସମ୍ପାଦକ ଭାବେ ଦୀପକ ମହାନ୍ତି ଏବଂ ଅଜିତ ମହାନ୍ତି ଦାୟିତ୍ୱ ନେଇଛନ୍ତି l ତିନି ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତା ର କୃତି ଖେଳାଳୀ ମlନେ ଆଗାମୀ ଜାତୀୟ ଚମ୍ପିୟାନସିପ ରେ ଯୋଗ୍ୟତା ଅର୍ଜନ ପାଇଁ ରେଙ୍କିଙ୍ଗ ପଏଣ୍ଟ ଅର୍ଜନ କରିବେ l
ଯୁଗ୍ମ ସମ୍ପାଦକ ଶୈଳେନ୍ଦ୍ର ଉପସଭାପତି ପ୍ରଦୀପ ପଟ୍ଟନାୟକ ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ଭାବେ, ସନ୍ଦୀପ ସୌରଭ ମିଶ୍ର ପ୍ରତିଯୋଗୀତା ର ନିର୍ଦେଶକ ଏବଂ ତାରାକାନ୍ତ ଦାସ, ଅବଦୁଲ ହାକିମ ଓ ଲକ୍ଷ୍ୟପତି ନନ୍ଦ ପ୍ରତିଯୋଗୀତା ର ସଂଯୋଜକ ଭାବେ ଦାୟିତ୍ୱ ତୁଲାଉଛନ୍ତି l
ପ୍ରଥମ ଦିନରେ ଉଭୟ ବୟସ ବର୍ଗ ର ୮୨ ଗୋଟି ମେଚ ହୋଇ ଯାଇଛି, ଏଥିରେ ପ୍ରାୟତଃ ସିଡେଡ଼ ଖେଳାଳୀ ନିଜ ନିଜ ମେଚ ଜିତି ପରବର୍ତୀ ରାଉଣ୍ଡ ରେ ପ୍ରବେଶ କରିଛନ୍ତି l
ମୁଖ୍ୟ ରେଫରି ସ୍ୱାଧୀନ ମିଶ୍ର ପ୍ରତିଯୋଗିତା ର ସମସ୍ତ ମେଚ ପରିଚାଳନା କରୁଛନ୍ତି l