-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
30-Nov--0001
ଭୁବନେଶ୍ବର (ମହାମାୟା ମହାନ୍ତି) : ଆଉ ୧୦ ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡିଶା ବୋଲି ଜଣାପଡିଛି l ଗତକାଲି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ହେଲା ଏହି ବଡ ଘୋଷଣା l ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଖେଳାଳି ମାନଙ୍କୁ ଏକ ସ୍ଵତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଥିଲେ l୨୦୩୩ ମସିହା ପର୍ଯ୍ୟନ୍ତ ଓଡିଶା ପ୍ରାୟୋଜକ ରହିବା ନେଇ ମଧ୍ୟ ଘୋଷଣା ହୋଇଛି l ଏହି କ୍ରମରେ ଓଡିଶା ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି l
ଶେଷ କିଛି ବର୍ଷ ହେଲା ଓଡ଼ିଶା ହକି ଇଣ୍ଡିଆର ମେରୁଦଣ୍ଡ ହୋଇ ରହିଛି। ଆଜି ଯଦି ଟୋକିଓରେ ଇଣ୍ଡିଆନ ହକି ଟିମ ମେଡାଲ ପାଇଛି କିମ୍ବା ମହିଳା ଟିମ ଚତୁର୍ଥ ସ୍ଥାନରେ ଫିନିସ କରିଛ ତେବେ ଏହା ପଛରେ ସବୁଠୁ ବଡ଼ ଭୂମିକା ଓଡ଼ିଶାର ରହିଛି ବୋଲି ଏଫ୍ ଆଇ ଏଚ୍ ର ସଭାପତି ନରେନ୍ଦ୍ର ଧୃବ ବାତ୍ରା ଜଣାଇଛନ୍ତି ।ଓଡ଼ିଶାର ଭଲ ପାଇବା ଓ ସପୋର୍ଟ ପାଇଁ ହକି ଇଣ୍ଡିଆ ବହୁତ ଆଗକୁ ଯାଇଛି। ନିରନ୍ତର ଭାବେ ଓଡ଼ିଶା ସରକାର ସହଯୋଗ ଓ ପ୍ରୋତ୍ସାହନ କରୁଛି। ହକି ଖେଳାଳି ଆଜି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ତାହା କେବେ ଓଡ଼ିଶା ସରକାରଙ୍କ ପାଇଁ। କ୍ରିକେଟରେ ଗ୍ଲାମର ଥିବାରୁ ସମସ୍ତେ କ୍ରିକେଟ ପଛରେ ଦୌଡୁ ଥିଲେ। ହେଲେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ହକିକୁ ଆଗେଇ ନେବାକୁ ଆଗକୁ ଆସିଥିଲା ବୋଲି ଶ୍ରୀ ବାତ୍ରା ସ୍ପଷ୍ଟ କରିଛନ୍ତି l