-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
30-Nov--0001
ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ): ବର୍ତମାନ ଲୋଇସିଂହା, ଆଗଲପୁର, ଗାଇସିଲେଟରେ ଚୋରି କାରବାର ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି l ଆଜି ଦୁଇଜଣ ଚୋରକୁ ଗାଡିନେଇ
ଫେରାର ହେଉଥିବା ସମୟରେ ଝରଣୀପାଲି ଠାରେ ଲୋକେ କାବୁ କରିନେଇଥିଲେ l ଘଟଣା ରୁ ପ୍ରକାଶ ଯେ, ପୋଢ଼ପାଲି ଗ୍ରାମ ଝରଣିପାଲି ପଂଚାୟତର ଭଗବାନ ସାହୁ ସକାଳ ୮ ଟା ସମୟରେ ନିକଟସ୍ଥ ପଥରମୁଣ୍ଡା ତାଙ୍କ ଜମିକୁ ମୁଗ ତୋଳିବାକୁ ଯାଇଥିଲେ ସାଥିରେ ନେଇଥିବା ହେରୋହୋଣ୍ଡା ମୋଟର ବାଇକ ନ. (OD15B 8961) ରୋଡ଼ ସାଇଟରେ ଲକ କରି ରଖି ଲୋକଙ୍କ ସହ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ l ଠିକ କିଛି ସମୟ ପରେ ଚୋର ରାହୁଲ ସାହୁ (ତେଲିପାଲି) ଓ ପଦ୍ମଲୋଚନ (ପୂଖାପାଲି)ର ଦୁଇଚୋର ଗାଡି ଲକ ଖୋଲି ଫେରାର ହେଲେ l ଏହା ଦେଖି ଭଗବାନ ପଛରେ ଦୌଡିଲେ ହେଲେ ହେଲେ ସେଠାରୁ ଚମ୍ପଟ ମାରିଲେ l ସୂଚନା ପାଇ ସ୍ଥାନୀୟ କରକଚିଆ ଛକ ନିକଟରେ ତ୍ରିବେଣୀ ସ୍ୱୟଂ ସହାୟକ କମିଟିର ପିଲାମାନେ ଧରିବାକୁ ଚେଷ୍ଟା କଲେ ହେଲେ କରକଚିଆ ଛକରୁ ଝରଣୀପାଲି ଆଡକୁ ବେକ କରି ଫେରୁଥିବା ସମୟରେ ଲୋକେ ଚୋର ଦୁହିଁଙ୍କ ସହ ମୋଟର ବାଇକକୁ କାବୁ କରିନେଇଥିଲେ l ପରେ ଭଗବାନ ସାହୁ ଲୋଇସିଂହା ଥାନାରେ ଅଭିଯୋଗକ୍ରମେ ପୋଲିସ ଚୋର ଦୁହିଁଙ୍କୁ ଥାନାକୁ ଆଣି ପଚରାଉଚରା ଚଳାଇଛି l