-+91-9937148622 |
prerana_bgr@rediffmail.com |
Wednesday 4th November 2026 |
R.N.I. Regd No. ODIODI/2010/46693
Breaking News
03-Nov-2026
ଲୋଇସିଂହା, (ବିନୋଦ ଦୀପ ) ଲୋଇସିଂହା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ନୋଡାଲ ଉଚ୍ଚ ବିଦ୍ୟାଳୟ ଝାରମୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି l ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଲୋଇସିଂହା ପଞ୍ଚାୟତ ସମିତି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଝାରମୁଣ୍ଡା ସରପଞ୍ଚ ଶ୍ରୀମତୀ ବନିତା ମେହେର, ସାଂସଦ ଙ୍କ ଲୋଇସିଂହା ବ୍ଲକ ପ୍ରତିନିଧି ଶ୍ରୀଯୁକ୍ତ ବାଳକୃଷ୍ଣ ଧରୁଆ, ପରିଚାଳନା ସମିତି ର ଅଧ୍ୟକ୍ଷା ଭଗବତୀ ଧରୁଆ, ସହ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରୁଦ୍ରଦେବ ଷଡ଼ଙ୍ଗୀ, ଶ୍ରୀଯୁକ୍ତ ବସନ୍ତ କୁମାର ଭୋଇ, ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ କପିଳେଶ୍ୱର କୁମ୍ଭାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଭୁଏ ସଭାପତି ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଉଦଯାପନୀ ଉତ୍ସବରେ ଲୋଇସିଂହା ତହସିଲଦାର ଟିକୁନୁ ପୁଟା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଗଲପୁର ଶ୍ରୀଯୁକ୍ତ ଶ୍ୟାମ ମେହେର, ବିଧାୟକ ଙ୍କ ଲୋଇସିଂହା ପ୍ରତିନିଧି ଶ୍ରୀଯୁକ୍ତ ଗୌରାଙ୍ଗ ନାଏକ, ଲାଳ ବାହାଦୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ହେମନ୍ତ କୁମାର ବାରିକ, ବାଳିକା ଉଚ୍ଚ ବିଦ୍ୟାଳୟ ଲୋଇସିଂହା ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସଦାନନ୍ଦ ଭୋଇ, ସହ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରୁଦ୍ରଦେବ ଷଡ଼ଙ୍ଗୀ, ସହ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ସୁପର୍ ସିନିଅର, ସିନିଅର, ଜୁନିଅର ତଥା ଭିନ୍ନକ୍ଷମ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଗଲା l ସଭାପତି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଭୁଏ ଦାୟିତ୍ଵ ତୁଲାଇଥିଲେ। ଶ୍ରୀଯୁକ୍ତ ପର୍ଶୁରାମ ସୁନା, ଶ୍ରୀଯୁକ୍ତ ନିତ୍ୟାନନ୍ଦ ବାଗ, ଗୋବିନ୍ଦ ବେହେରା, କରୁଣାକର ପଟେଲ, ବିଷ୍ଣୁପ୍ରିୟା ଦାସ,ରୁକ୍ମଣ ପୋଢ଼ ମଞ୍ଚ ପରିଚାଳନା କରିଥିଲେ। ବ୍ଲକ ର ସମସ୍ତ ସିଆରସିସି, ପ୍ରଧାନଶିକ୍ଷକ ସହକାରୀ ଶିକ୍ଷକ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ, ପରିଚାଳନା ସମିତି ର ସମସ୍ତ ସଭ୍ୟ/ସଭ୍ଯା, ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ପ୍ରତିନିଧିତ୍ଵ କରିବା ପାଇଁ ସୂଚନା ଦିଆଯାଇଥିଲା l