-+91-9937148622 |
prerana_bgr@rediffmail.com |
Wednesday 4th November 2026 |
R.N.I. Regd No. ODIODI/2010/46693
Breaking News
03-Nov-2026
ଟିଟିଲାଗଡ(ପ୍ରେରଣା ଖବର)- ଟିଟିଲାଗଡ ପୌର ପରିଷଦ ପକ୍ଷରୁ ପୌର ପରିଷଦର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ ଓ ସେନିଟେସନ ଅଫିସର୍ ବିନୋଦ ସାହୁ ଏବଂ ପୌର ପରିଷଦର କର୍ମଚାରୀ ମାନେ ବିଭିନ୍ନ ଦୋକାନ ମାନ ବୁଲି ବୁଲି ୧୨୦ ମାଇକ୍ରନ ପଲିଥିନ୍ ଯେଉଁମାନେ ଜିନିଷ ଦେବାରେ ବ୍ୟବହାର କରୁ ନ ଥିଲେ, ସେମାନଙ୍କ ଦୋକାନରୁ ପଲିଥିନ୍, ପ୍ଲାଷ୍ଟିକ ଜରି, ଗ୍ଲାସ ଭଳି ଜିନିଷ ପାଖାପାଖି ଦୁଇ କ୍ୱିଣ୍ଟାଲରୁ ଅଧୀକ ପରିମାଣରେ ଜବତ କରିବା ସହ ଜୋରିମାନା ଆଦାୟ କରିଥିଲେ।
ଏହି ଚଢ଼ାଉ ପରେ ବ୍ୟବସାୟୀ ମାନେ ଚିନ୍ତାରେ ପଡ଼ିବା ସହ ଆଗକୁ ଦୀପାବଳି ଅଛି ବ୍ୟବସାୟରେ ଅସୁବିଧା ସୃଷ୍ଟି ହେବ ବୋଲି କୁହାକୁହି ଆରମ୍ଭ କରି ସୋସିଆଲ ମିଡିଆରେ ନିଜର ଅସୁବିଧା ବିଷୟରେ ନିଜ ସଂଘର ସଭାପତି ଓ କାର୍ଯ୍ୟକାରୀ ସଦସ୍ୟଙ୍କୁ ଅବଗତ କରାଇବା ସହ ସମାଧାନ କିପରି କରାଯିବ ବୋଲି ଚର୍ଚ୍ଚା ଆରମ୍ଭ କରିଦେଇଥିଲେ। ଏହି ଅଭିଯୋଗ ପାଇବା ପରେ ତଥା ଖବର ପ୍ରଚାରିତ ହେବା ପରେ ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ପୌରପରିଷଦ କାର୍ଯ୍ୟାଳୟକୁ ଯାଇ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଚନ୍ଦନ ଶତପଥୀଙ୍କୁ ଦୀପାବଳି ସମୟରେ ବ୍ୟବସାୟୀଙ୍କୁ କାହିଁକି ହଇରାଣ କରୁଛନ୍ତି ? ଏବେ ବ୍ୟାପାର ସମୟ, ତେଣୁ କିଛି ଦିନର ମହଲୋତ ଦେବା ସହ ମାଇକ୍ ଯୋଗେ ଆଗ ଘୋଷଣା କରନ୍ତୁ କିମ୍ବା ଆଗ ସଚେତନ କି ସମୟ ଦିଅନ୍ତୁ ତାପରେ ଏହିପରି ପଦକ୍ଷେପ ଗ୍ରହଣ କରିବାକୁ କହିବା ସହ ଯେଉଁ ଯେଉଁ ଦୋକାନରେ ଚଢ଼ାଉ କରି ସାମଗ୍ରୀ ଜବତ କରି ଜୋରିମାନା ଆଦାୟ କରିଥିଲେ ସେ ସମସ୍ତ ଦୋକାନୀଙ୍କ ନିକଟକୁ ଯାଇ ଜିନିଷ ସହ ଆଦାୟ ଜୋରିମାନା ଫେରସ୍ତ କରିଛନ୍ତି। ଯାହାକି ବ୍ୟାପରୀଙ୍କ
ମୁହଁରେ ଖୁସି ଫେରିବା ସହ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନଙ୍କୁ ଭୂୟସୀ ପ୍ରଶଂସା କରୁଛନ୍ତି। ଲୋକଙ୍କ ସରକାର ବୋଲାଉଥିବା ମୋହନ ମାଝୀଙ୍କ ସରକାରରେ ଲୋକ ହଇରାଣ ହେବେ ନାହିଁ, ତାଙ୍କର ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରି ପରିବେଶ ସୁଧାରିବାକୁ ତାଙ୍କର ସହଯୋଗ ଲୋଡ଼ିବା ସହ ପଲିଥିନ୍ ବ୍ୟବହାର ନ କରିବା, ତାହାର ବିକଳ୍ପ ବ୍ୟବସ୍ଥା କରି ବ୍ୟବସାୟ କରିବା ପାଇଁ ଆହ୍ୱାନ କରିଥିଲେ। ତେବେ ପୌରାଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ଏହି ପରି ପଦକ୍ଷେପ ଗ୍ରହଣ କରି ଲୋକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି ବୋଲି ବଜାର ଭିତରେ ଆଲୋଚନା ହେଉଛି। ତେବେ ଅନ୍ୟ କିଛି ଗରିବ ଦୋକାନୀ/ ବ୍ୟବସାୟୀ ତାଙ୍କର ଟଙ୍କା ଫେରସ୍ତ ପାଇ ପାରି ନ ଥିବା ଜଣାପଡ଼ିିଛି। ସେମାନଙ୍କୁ ମଧ୍ୟ ଫେରେଇଲେ ସେମାନେ ବି ଉପକୃତ ହୁଅନ୍ତେ ବୋଲି ଦାବି ହେଉଛି।