-+91-9937148622 |

prerana_bgr@rediffmail.com |

  Thursday 12th November 2026 |

| | | |

R.N.I. Regd No. ODIODI/2010/46693

Breaking News

ବରଗଡ଼ ଚିନିକଳର ପୁନରୁଦ୍ଧାର ପାଇଁ ଅମିତ ଶାହଙ୍କ ପ୍ରତିଶ୍ରୁତି : ବାୟୋ-ଇଥାନଲ୍‌ ପ୍ରକଳ୍ପର ଉଦ୍‌ଘାଟନ ପାଇଁ ବରଗଡ଼ ଆସିବାକୁ ସାଂସଦ ପ୍ରଦୀପ ପୁରୋହିତଙ୍କ ନିମନ୍ତ୍ରଣ   (12-Nov-2026)       ||      କଣ୍ଟାମାଳରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା   (12-Nov-2026)       ||      ଗଣ୍ଡାବାହାଲି ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳ ନୂଆପଡ଼ାଙ୍କୁ ଦାବିପତ୍ର   (12-Nov-2026)       ||      *ଡାବୁଗାଁ ଅଞ୍ଚଳରେ ଜିଓ ନେଟ୍‌ୱାର୍କ ସମସ୍ୟା ଯୋଗୁଁ ଡିଜିଟାଲ୍ ସେବା ଠପ୍, ଫୋନ୍ କଲ୍ ଓ ଇଣ୍ଟର୍ନେଟ୍ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ*   (12-Nov-2026)       ||      ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀର ର ଶିକ୍ଷା ବିଭାଗ ତରଫରୁ "ଜାତୀୟ ଶିକ୍ଷା ଦିବସ" ୨୦୨୬ ପାଳିତ   (11-Nov-2026)       ||      ଏସ୍ ଯୁଜେ ବୌଦ୍ଧ ଶାଖାର ବାର୍ଷିକୋତ୍ସବ ୨୯ରେ    (11-Nov-2026)       ||      ୮୬ ବର୍ଷରେ ଆଖି ବୁଜିଲେ ଭାଗବତପ୍ରେମୀ ମକରଧ୍ୱଜ ନାୟକ, ତାଙ୍କ ବିୟୋଗରେ ବଲାଙ୍ଗିରରୁ ଭାଲୁପାଲି ପର୍ଯ୍ୟନ୍ତ ଶୋକର ଛାୟା।   (11-Nov-2026)       ||      ଦାଦନ ଶ୍ରମିକଙ୍କ ସୁରକ୍ଷା, ଶିଶୁ ଶ୍ରମିକ ନିରାକରଣ ଓ ମହିଳା ଅଧିକାର ଉପରେ ଗୁରୁତ୍ୱାରୋପ   (11-Nov-2026)       ||      ବରିଷ୍ଠ ସାମ୍ବାଦିକ ଆହତ   (11-Nov-2026)       ||      ବିଶ୍ୱନାଥ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର : ୩୦ ୟୁନିଟ୍ ରକ୍ତ ସଂଗ୍ରହ   (11-Nov-2026)       ||      ଆଠ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ କୋଶଳ ସୁନ୍ଦରୀ ମୁକୁଟ ହାତେଇଲେ ବଲାଙ୍ଗିରର ରାଜଶ୍ରୀ ଦାଶ   (11-Nov-2026)       ||      ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇଲେ ମୋସିନ ଖାଁ ଓ ଘନଶ୍ୟାମ ଆଡ଼ଯୁଆଡ    (11-Nov-2026)       ||      ଭୀମପାହାଡ ମହୋତ୍ସବ-୨୦୨୬ର ତୃତୀୟ ସଂଧ୍ୟା,ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ   (11-Nov-2026)       ||      ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ 150 ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ପଲ୍ଲିଶ୍ରୀ ପଡ଼ିଆ ଡୁଡୁକା ଠାରେ ୟୁନିଟି ସ୍ପୋର୍ଟସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ    (10-Nov-2026)       ||      ବଲାଙ୍ଗୀରରେ ଗୋପାଳଜୀ ମନ୍ଦିରରେ ଦକ୍ଷିଣ କାଳୀ ପୂଜା, ପାଟଣେଶ୍ୱରୀ ପୀଠକୁ ନେଇ ବିବାଦ ମଧ୍ୟରେ ଉଠିଲା ନୂଆ ପ୍ରଶ୍ନ!   (10-Nov-2026)       ||      ସଇଁତଳା ଥାନା ସମ୍ମୁଖରେ ଜଗନ୍ନାଥ୍ ଏକ୍ସପ୍ରେସ ବସ୍ ଓ ଟ୍ରକ୍ ଧକ୍କା ଘଟଣା - ଏକ ନମ୍ବର ସିଟରେ ବସିଥିବା ସତ୍ୟଭାମା ସାହୁଙ୍କୁ ମୁଣ୍ଡରେ ଲାଗିଛି ଗଭିର ଆଘାତ - ପଡ଼ିଲା ୧୬ ଷ୍ଟିଚ   (10-Nov-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ବିଜ୍ଞାନ ଦିବସ ପାଳିତ   (10-Nov-2026)       ||      କେଲିଆ ଶୈବପୀଠ ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ   (10-Nov-2026)       ||      ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଗ୍ରାମବାସୀ   (10-Nov-2026)       ||      ଝରିଗାଁ କୋର୍ଟ ପରିସରରେ ଆଇନଜୀବି ଉପରେ ଆକ୍ରମଣ କୁ ଦୃଢ଼ ନିନ୍ଦା କଲେ ଡାବୁଗାଁ ଆଇନଜୀବୀମାନେ   (10-Nov-2026)       ||     

HOME   ଜିଲ୍ଲା

ଗାନ୍ଧୀନଗରରେ କୁମାର ପୂର୍ଣ୍ଣିମାର ଭବ୍ୟ ଆୟୋଜନ

03-Nov-2026



ଅହମ୍ମଦାବାଦ; ଓଡ଼ିଶା ସୋସିଓ କଲଚରାଲ ଆସୋସିଏସନ (ଓଏସସିଏ),ଅହମ୍ମଦାବାଦ ତରଫରୁ ପବିତ୍ର କୁମାର ପୂର୍ଣ୍ଣିମା ପର୍ବ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ଉତ୍ସବ ସ୍ଥଳୀ ଗାନ୍ଧୀନଗରର ଅଡାଲଜସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣକୁ ଏହି ଉପଲକ୍ଷେ ଖୁବ ସୁନ୍ଦର ଭାବେ ସଜାଯାଇଥିବା ଦେଖାଯାଇଥିଲା। ଏହି ଉତ୍ସବରେ ଓଡ଼ିଶାର ଉତ୍କୃଷ୍ଟ  କଳା, ସମୃଦ୍ଧ ସଂସ୍କୃତି, ଗୌରବମୟ ଐତିହ୍ୟ ଓ ଉତ୍ତୁଙ୍ଗ ଆଧ୍ୟାତ୍ମିକ ପରମ୍ପରାର ଭବ୍ୟ ପ୍ରଦର୍ଶନ ସ୍ଥାନ ପାଇଥିଲା। ଗୁଜରାଟର ବିଭିନ୍ନ ଅଞ୍ଚଳରୁ ସହସ୍ରାଧିକ  ଓଡ଼ିଆ ଓ ଅଣ-ଓଡ଼ିଆ ବ୍ୟକ୍ତି ନିଜ ପରିବାର ସହିତ ଆସି ଏହି ବିଶାଳ ସାଂସ୍କୃତିକ ମହୋତ୍ସବରେ ଭାଗ ନେଇଥିଲେ।ଏହି ବର୍ଷର ପାର୍ବଣକୁ କେନ୍ଦ୍ରକରି ଉଭୟ ଆୟୋଜକ ଓ ଅଂଶଗ୍ରହଣକାରୀ ମାନଙ୍କ ମଧ୍ୟରେ ଅସାଧାରଣ ଆଗ୍ରହ, ଅପ୍ରତ୍ୟାଶିତ ଉତ୍ସାହ ଓ ଅଭୂତପୂର୍ବ  ଉଦ୍ଦୀପନା  ପରିଲ୍ଲଖିତ କରା ଯାଇଥିଲା।
                                             ଓଏସସିଏ ଗତ ଅନେକ ବର୍ଷ ଧରି ଗୁଜରାଟରେ ଓଡ଼ିଶାର ପୁରାତନ ସାଂସ୍କୃତିକ ଓ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ସଂରକ୍ଷଣ କରିବା ଓ ପ୍ରୋତ୍ସାହନ ଦେବା   ଉଦ୍ଦେଶ୍ୟରେ ଓଡ଼ିଆ ସମୁଦାୟକୁ ଏକତ୍ରିତ କରି କୁମାର ପୂର୍ଣ୍ଣିମା ପାଳନ କରି ଆସୁଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅହମ୍ମଦାବାଦ ମ୍ୟୁନିସିପାଲ୍ କର୍ପୋରେସନ୍‌ର ମ୍ୟୁନିସିପାଲ୍ କମିଶନର ବାଞ୍ଛାନିଧି ପାଣି ଏବଂ ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ପ୍ରଶାସକ ପି.କେ. ପୁଜାରୀ ଯୋଗ ଦେଇ  ଗୁଜରାଟରେ ଓଡ଼ିଶାର ମହାନ ପର୍ବ ପର୍ବାଣୀ ପରମ୍ପରାକୁ ଜୀବନ୍ତ ରଖିବା  ନେଇ ଓଏସସିଏର ସାଧୁ ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ। କାର୍ତ୍ତିକ ପୂର୍ଣ୍ଣିମାକୁ ସାଂସ୍କୃତିକ ଗୌରବ, ଭକ୍ତି ଓ ସମୁଦାୟ ଏକତାର ଏକ ସ୍ମରଣୀୟ ଅବସର ଭାବେ ବର୍ଣ୍ଣନା କରି ଓଏସସିଏର ସଭାପତି ଏବଂ ଭାରତ ସରକାରଙ୍କ ପୂର୍ବତନ ସଚିବ ଏଚ.କେ. ଦାଶ ଏକ ଶୁଭକାମନା ବାର୍ତ୍ତାରେ ଉତ୍ସବର ସଫଳତା କାମନା କରିଥିଲେ।
ସମାବେଶକୁ ସମ୍ବୋଧନ କରି ଓଏସସିଏର ସାଧାରଣ ସମ୍ପାଦକ ବଦ୍ରୀ ନାରାୟଣ ମହାପାତ୍ର, ଆମର  ସାଂସ୍କୃତିକ ବନ୍ଧନକୁ ଦୃଢ଼ୀଭୁତ କରିବା, ଯୁବ ପିଢୀକୁ ନିଜ ମୂଳ ଭିଟ୍ଟା ମାଟି ସହିତ ଯୋଡ଼ି ହୋଇ ରହିବା ପାଇଁ ପ୍ରେରଣା  ଯୋଗାଇବା ଏବଂ ଓଡ଼ିଶାର କାଳଜୟୀ ପରମ୍ପରା, ଆଧ୍ୟାତ୍ମିକ ଐତିହ୍ୟ ଓ କଳାତ୍ମକ ଉତ୍କର୍ଷତାକୁ ବିସ୍ତୃତ ସମାଜ ସମ୍ମୁଖରେ ପ୍ରଦର୍ଶନ କରିବା ପାଇଁ ଏକ ପ୍ରଖର ମଞ୍ଚ ପ୍ରଦାନ କରିବା,ଏହି ଉତ୍ସବର ମୁଖ୍ୟ ଲକ୍ଷ ବୋଲି ଦର୍ଶାଇଥିଲେ। ଉତ୍ସବର ମୁଖ୍ୟ ଆକର୍ଷଣ ପ୍ରଖ୍ୟାତ ଓଡ଼ିଆ ଗାୟକ ଶ୍ରୀଚରଣ ମହାନ୍ତିଙ୍କ ଦ୍ୱାରା  ମଞ୍ଚସ୍ଥ ଏକ ରଂଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା। ଶ୍ରୀ ମହାନ୍ତି ନିଜର ଅନେକ  ଭାବୋଦ୍ଦୀପକ ଭଜନ ଓ ଲୋକପ୍ରିୟ ଓଲିଉଡ ସଙ୍ଗୀତ ପରିବେଷଣ କରି ଶ୍ରୋତାମାନଙ୍କୁ ସମ୍ପୂର୍ଣ୍ଣ ଭାବେ ମନ୍ତ୍ରମୁଗ୍ଧ କରି ଦେଇଥିଲେ।
 ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଡ଼ଃ ନିବେଦିତା ସାହୁ,ଡ଼ଃ ରମାକାନ୍ତ ପୃଷ୍ଟି, ଉଷାରାଣୀ ତ୍ରିପାଠୀ, ନିଗମାନନ୍ଦ ଦାସ,ନାରାୟଣ ସ୍ୱାଇଁ, ରବିରଞ୍ଜନ ପଣ୍ଡାଏବଂ ଓଏସସିଏର ଅନେକ ବରିଷ୍ଠ ପୂର୍ବତନ ପଦାଧିକାରୀ ଅନ୍ତର୍ଭୁକ୍ତ ଥିଲେ।                                                          ଉତ୍ସବକୁ ସକ୍ଷମତାର ସହ ଆୟୋଜନ ଏବଂ ସଫଳତାର ସହ ସମାପନ କରିବାରେ ଓଏସସିଏର ସାଧାରଣ ସମ୍ପାଦକ ବଦ୍ରୀ ନାରାୟଣ ମହାପାତ୍ର,  ସାଂସ୍କୃତିକ ସମ୍ପାଦକ ଦିଲ୍ଲୀପ କୁମାର ଜେନା ଏବଂ ସଦସ୍ୟ ଯଥା :-ସନ୍ଧ୍ୟା ପଣ୍ଡା, ଜିତେନ୍ଦ୍ର ଖାଡ଼ଙ୍ଗା,ରୋହିତ ନାୟକ,ରାଜେଶ ସାମଲ ,ବିଶ୍ୱରୂପ,ଦିଲ୍ଲୀପ ବଳ,ଗଣେଶ ସାବତ,ସୁଶୀଳ ନାୟକ,ପିତାମ୍ବର ପୁହାଣ,ଅଭୟ ବେହେରା,ଅମୂଲ୍ୟ, କାଳିଆ,ପ୍ରମୋଦ ସ୍ୱାଇଁ,ତାପସ ବିଶ୍ୱାସ,କେଦାର ପାତ୍ର,ବିକ୍ରମ ସିଂହ,ବୁଦ୍ଧିରାମ, ରାଜୁ,ମୀନା,ଅଜୟ ରାଉତ, ବିନୋଦ ଛଟାଇ,ମାଧବ ଜେନା,ଧୀରୁ ମଲ୍ଲିକ,ବିଶ୍ୱପ୍ରକାଶ,ଅସିତ ସେନାପତି,
ଅରୁଣ ସିଂହ,ନିରଞ୍ଜନ ଦାସ,ମନୋଜ ସ୍ୱାଇଁ,ଅଜୟ,ମିଣ୍ଟୁ ଲେଙ୍କା,ପଦ୍ମଲୋଚନ ପଣ୍ଡା,ଦିଲ୍ଲୀପ ସାହୁ,ଭାଗିରଥି ନାୟକ ଏବଂ ପବିତ୍ର ପ୍ରମୁଖ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରଗଡ଼ ଚିନିକଳର ପୁନରୁଦ୍ଧାର ପାଇଁ ଅମିତ ଶାହଙ୍କ ପ୍ରତିଶ୍ରୁତି : ବାୟୋ-ଇଥାନଲ୍‌ ପ୍ରକଳ୍ପର ଉଦ୍‌ଘାଟନ ପାଇଁ ବରଗଡ଼ ଆସିବାକୁ ସାଂସଦ ପ୍ରଦୀପ ପୁରୋହିତଙ୍କ ନିମନ୍ତ୍ରଣ   12-Nov-2026
  ଜିଲ୍ଲା  
କଣ୍ଟାମାଳରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା   12-Nov-2026
  ଜିଲ୍ଲା  
ଗଣ୍ଡାବାହାଲି ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳ ନୂଆପଡ଼ାଙ୍କୁ ଦାବିପତ୍ର   12-Nov-2026
  ଜିଲ୍ଲା  
*ଡାବୁଗାଁ ଅଞ୍ଚଳରେ ଜିଓ ନେଟ୍‌ୱାର୍କ ସମସ୍ୟା ଯୋଗୁଁ ଡିଜିଟାଲ୍ ସେବା ଠପ୍, ଫୋନ୍ କଲ୍ ଓ ଇଣ୍ଟର୍ନେଟ୍ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ*   12-Nov-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀର ର ଶିକ୍ଷା ବିଭାଗ ତରଫରୁ "ଜାତୀୟ ଶିକ୍ଷା ଦିବସ" ୨୦୨୬ ପାଳିତ   11-Nov-2026
  ଜିଲ୍ଲା  
ଏସ୍ ଯୁଜେ ବୌଦ୍ଧ ଶାଖାର ବାର୍ଷିକୋତ୍ସବ ୨୯ରେ   11-Nov-2026
  ଜିଲ୍ଲା  
୮୬ ବର୍ଷରେ ଆଖି ବୁଜିଲେ ଭାଗବତପ୍ରେମୀ ମକରଧ୍ୱଜ ନାୟକ, ତାଙ୍କ ବିୟୋଗରେ ବଲାଙ୍ଗିରରୁ ଭାଲୁପାଲି ପର୍ଯ୍ୟନ୍ତ ଶୋକର ଛାୟା।   11-Nov-2026
  ଜିଲ୍ଲା  
ଦାଦନ ଶ୍ରମିକଙ୍କ ସୁରକ୍ଷା, ଶିଶୁ ଶ୍ରମିକ ନିରାକରଣ ଓ ମହିଳା ଅଧିକାର ଉପରେ ଗୁରୁତ୍ୱାରୋପ   11-Nov-2026
  ଜିଲ୍ଲା  
ବରିଷ୍ଠ ସାମ୍ବାଦିକ ଆହତ   11-Nov-2026
  ଜିଲ୍ଲା  
ବିଶ୍ୱନାଥ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର : ୩୦ ୟୁନିଟ୍ ରକ୍ତ ସଂଗ୍ରହ   11-Nov-2026
  ଜିଲ୍ଲା  
ଆଠ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ କୋଶଳ ସୁନ୍ଦରୀ ମୁକୁଟ ହାତେଇଲେ ବଲାଙ୍ଗିରର ରାଜଶ୍ରୀ ଦାଶ   11-Nov-2026
  ଜିଲ୍ଲା  
ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇଲେ ମୋସିନ ଖାଁ ଓ ଘନଶ୍ୟାମ ଆଡ଼ଯୁଆଡ   11-Nov-2026

You Might Also Like