-+91-9937148622 |
prerana_bgr@rediffmail.com |
Tuesday 3rd November 2026 |
R.N.I. Regd No. ODIODI/2010/46693
Breaking News
03-Nov-2026
(ରଂଜିତ ମହାନ୍ତି )
ବରୀ ଅଞ୍ଚଳର ସର୍ବ ପୁରାତନ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଓ କର୍ମଚାରୀ ମାନେ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି।
ସୂଚନା ମୁତାବକ ପରିଚାଳନା କମିଟିର ରିଜୋଲେଶନ ଖାତା ନମ୍ବାର ତଦନ୍ତ ଦାବି କରିବା ସହିତ ସେମାନଙ୍କ ଦରମା ପ୍ରଦାନ କରିବାକୁ ଅଧ୍ଯକ୍ଷଙ୍କୁ ପତ୍ର ଲେଖ୍ ଧାରଣାରେ ବସିଛନ୍ତି I ପ୍ରକାଶ ଥାଉକି ପରିଚାଳନା କମିଟିର ରିଜୋଲେସନ୍ ଖାତା ଉଚ୍ଚ ଶିକ୍ଷା ବିଭାଗ ପୋର୍ଟାଲରେ ଦାଖଲ ହୋଇ ନଥିବାରୁ ଧାରଣା ରତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ମାନେ ଅକ୍ଟୋବର ମାସର ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି I ଗତ ୨୮ ତାରିଖରେ ଅଧ୍ଯକ୍ଷଙ୍କୁ ଅହୋରାତ୍ର ଧାରଣା ଦେବେ ବୋଲି ଅବଗତ କରିଥିଲେ ମଧ୍ୟ ସନ୍ଧ୍ୟାରୁ ଧାରଣାରେ ବସିଛନ୍ତି। ଏହି ଧାରଣାରେ ସୁଶିଲ ନାୟକ, ପ୍ରବୀର କୁମାର ରାଉତରାଏ, ସରୋଜ କୁମାର ସ୍ବାଇଁ, ଆନନ୍ଦ କର, ସୁଦାମ ଚରଣ ଖୁଣ୍ଟିଆ, କୁମାର ଦାସ, ମନୋଜ କୁମାର ଜେନାଙ୍କ ସମେତ ଅକ୍ଟୋବର ବର ମାସର ବେତନ ପାଇନଥ୍ବ କର୍ମଚାରୀ ମାନେ ଉପସ୍ଥିତ ଅଛନ୍ତି । ଏ ବିଷୟରେ ଅଧ୍ଯକ୍ଷ ପ୍ରବୋଧ କୁମାର ସାମଲଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ବସନ୍ତ