-+91-9937148622 |
prerana_bgr@rediffmail.com |
Tuesday 3rd November 2026 |
R.N.I. Regd No. ODIODI/2010/46693
Breaking News
03-Nov-2026
କଣ୍ଟାମାଳ(ଜୟ କୁମାର ମହାରଣା) : କଣ୍ଟାମାଳ ପୁରୁଣା ଷ୍ଟେଟ ବ୍ୟାଙ୍କ ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା କେନ୍ଦ୍ର ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ କଣ୍ଟାମାଳ ର ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶିକ୍ଷାବିତ ସନ୍ତୋଷ କୁମାର ବିଶି ମୁଖ୍ୟ ଅତିଥି ରୂପେ ଯୋଗଦେଇ କେନ୍ଦ୍ରଟିର ଶୁଭ ଉଦଘାଟନ କରିଥିଲେ l ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଚତୁର୍ଭୁଜ ସାହୁ ମୁଖ୍ୟବକ୍ତା ଓ ଅବସରପ୍ରାପ୍ତ ଶିକ୍ଷକ ମହେନ୍ଦ୍ର କୁମାର ଦାଶ, କଣ୍ଟାମାଳ ବଣିକ ସଂଘ ସଭାପତି ବଜରଙ୍ଗ
ଲାଲ ଅଗ୍ରୱାଲ, ବରିଷ୍ଠ ନାଗରିକ ଦେବୀ ପ୍ରସାଦ ନାଏକ, ସମାଜସେବୀ ଜ୍ୟୋତି ରଞ୍ଜନ ସାହୁ,ଯୁବ ସମାଜସେବୀ ଠାକୁର ଚରଣ ନାୟକ ପ୍ରମୁଖ ସଂମ୍ମାନିତ ଅତିଥି ଭାବେ ଯୋଗଦେଇ ଅଞ୍ଚଳରେ ଚକ୍ଷୁ ଜନିତ ବିଭିନ୍ନ ସମସ୍ୟା ର ଉତ୍ତମ ଓ ମାଗଣା ଚିକିତ୍ସା ର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ଶିବିରରେ ଯୋଗଦେଇ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ମନୋଜ କୁମାର ସାହୁ ସଫଳତା ର ସହ ୫୦ଜଣଙ୍କ ମୋତିଆ ବିନ୍ଦୁ ଚକ୍ଷୁ ପରୀକ୍ଷା କରିଥିଲେ l ପ୍ରତ୍ୟେକ ସୋମବାର ଏବଂ ଶୁକ୍ରବାର ଦିନ ଏହି ମାଗଣା ଚକ୍ଷୁ ଚିକିତ୍ସା କେନ୍ଦ୍ର ଖୋଲା ରହିବ ବୋଲି ଅନୁଷ୍ଠାନ ସୂତ୍ରରୁ ପ୍ରକାଶ l ଉକ୍ତ ଅନୁଷ୍ଠାନ ଗରିବ ଜନସାଧାରଣ ଙ୍କୁ ମାଗଣା ଚକ୍ଷୁ ଚିକିତ୍ସା ପାଇଁ କରିଥିବା ପ୍ରୟାସ କୁ ଅତିଥିମାନେ ଭୁୟସୀ ପ୍ରଶଂସା କରିଥିଲେ l