-+91-9937148622 |
prerana_bgr@rediffmail.com |
Wednesday 4th November 2026 |
R.N.I. Regd No. ODIODI/2010/46693
Breaking News
04-Nov-2026
ଟିଟିଲାଗଡ଼(ପ୍ରେରଣା ଖବର): ଟିଟିଲାଗଡ଼ ସହରର ଠିକାଦାର ପଡ଼ା ନିବାସୀ ବିମଲ କୁମାର ଓ ଶିଳ୍ପୀ କମାନିଙ୍କ ସୁପୁତ୍ରୀ ଦିବ୍ୟା କମାନି ଆଜି ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜାମସେଦପୁର ସ୍ଥିତ ନେତାଜୀ ସୁଭାଷ ମେଡିକାଲ କଲେଜରେ ଆଡମିଶନ୍ ପାଇଛନ୍ତି। ତାଙ୍କର ଏହି ସଫଳତା ପରେ ବୁଧୁବାର ଅପରାହ୍ନରେ ‘ଓମ୍ ଭ୍ୟାଲି ସ୍କୁଲ’ ମ୍ୟାନେଜମେଣ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଛି। ଓମ ଭ୍ୟାଲି ସ୍କୁଲର ପୁରାତନ ଛାତ୍ରୀ ଦିବ୍ୟା କମାନୀ ଏକ ଉଲ୍ଲେଖନୀୟ ସଫଳତା ହାସଲ କରି ସ୍କୁଲ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଦିବ୍ୟା ଚଳିତ ବର୍ଷ ଏମବିବିଏସ୍ ପ୍ରବେଶିକା ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ‘ନେତାଜୀ ସୁଭାଷ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ’ରେ ନାମ ଲେଖାଇବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଦିବ୍ୟା ଓମ୍ ଭ୍ୟାଲି ସ୍କୁଲରେ କ୍ଲାସ ନର୍ସରୀ ଠାରୁ ଶିକ୍ଷା ଆରମ୍ଭ କରି ଦଶମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ। ତାଙ୍କର କଠିନ ପରିଶ୍ରମ, ନିଷ୍ଠା ଓ ଦୃଢ଼ ସଂକଳ୍ପ ବଳରେ ସେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନିଜ ଭବିଷ୍ୟତ ଗଢ଼ିବା ଦିଗରେ ଏହି ବଡ଼ ସଫଳତା ହାସଲ କରିଛନ୍ତି।
ତାଙ୍କର ଏହି ଉଲ୍ଲେଖନୀୟ କୃତିତ୍ୱ ପାଇଁ ଓମ୍ ଭ୍ୟାଲି ସ୍କୁଲର ଚେୟାରମେନ ଲାୟନ ଶ୍ରୀ ଦୀପକ କୁମାର ସାହୁ, ସ୍କୁଲର କର୍ତ୍ତୃପକ୍ଷ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ସମଗ୍ର ଏଭିଏସ୍ ପରିବାର ତରଫରୁ ଦିବ୍ୟାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହି ସମ୍ବର୍ଦ୍ଧନା ସମୟରେ ସ୍କୁଲ ପ୍ରିନ୍ସିପାଲ ଶ୍ରୀଯୁକ୍ତ ଏମ୍ ନାଗା ମାଲେଶ୍ୱର୍ ରାଓ, ସ୍କୁଲର ମୁଖ୍ୟ ପରମର୍ଶଦାତା ଡ୍ ରବିନ୍ ଚନ୍ଦ୍ର ପରମାଣିକ, ସ୍କୁଲର ଭାଇସ ପ୍ରିନ୍ସିପାଲ ଶ୍ରୀମତି ସରିତା ମହାପାତ୍ର ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।