-+91-9937148622 |
prerana_bgr@rediffmail.com |
Friday 6th November 2026 |
R.N.I. Regd No. ODIODI/2010/46693
Breaking News
06-Nov-2026
ବଲାଙ୍ଗୀର(ପ୍ରେରଣା ଖବର): ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ)ର ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରା। ଅନୁଷ୍ଠାନରେ କାର୍ଯ୍ୟରତ ଅତିଥି ପ୍ରଶିକ୍ଷକମାନଙ୍କ ଚାକିରି ଅବ୍ୟାହତ ରଖିବା ଏବଂ ନିୟମିତ ଦରମା ପ୍ରଦାନ ପାଇଁ ସେ ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି।ସୂଚନା ଅନୁସାରେ, ଆଇଟିଆଇରେ କାର୍ଯ୍ୟରତ ୯ ଜଣ ଅତିଥି ପ୍ରଶିକ୍ଷକଙ୍କ ଠାରୁ ନିୟମିତ ଦରମା ପ୍ରଦାନ ଏବଂ ଚାକିରି ଜାରି ରଖିବା ବଦଳରେ ଅଧ୍ୟକ୍ଷ ମୋଟ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏପରିକି ଦାବି ମୁତାବକ ଟଙ୍କା ନଦେଲେ ସେମାନଙ୍କୁ ଚାକିରିରୁ ବାହାର କରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ଅତିଷ୍ଠ ହୋଇ ପ୍ରଶିକ୍ଷକମାନେ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ।