-+91-9937148622 |
prerana_bgr@rediffmail.com |
Friday 6th November 2026 |
R.N.I. Regd No. ODIODI/2010/46693
Breaking News
06-Nov-2026
ବରପାଲି(ସୁଦାମ ଦୀପ) ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ପଂଚାୟତ ଅଧିନସ୍ଥ ବଲିଟିକିରା ଗ୍ରାମରେ ଆୟୋଜିତ ହୋଇଥିବା ୧୪ ତମ ରଣିଂ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉତ୍ସାହପୂର୍ଣ୍ଣ ପରିବେଶରେ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି l ଏଥିରେ ୧୬ ଗୋଟି ଦଳ ଭାଗ ନେଇଥିଲେ l ଫାଇନାଲ ଖେଳ ଖରମୁଣ୍ଡା ଦଳ ଓ କାଇଁଶିର୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଖରମୁଣ୍ଡା ଦଳ ପେନାଲ୍ଟିକ ସୁଟରେ କାଇଁଶିରକୁ ପରାସ୍ତ କରି ଚାମ୍ପିଅନ ହୋଇଥିଲା l ଉଦଯାପନୀ ଉତ୍ସବରେ ବିଜେପୁର ବିଧାୟକ ସନତ କୁମାର ଗଡତିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l ସମ୍ମାନୀତ ଅତିଥି ଭାବେ ମହେଶ ଦେବତା, ସତଲମା ମଣ୍ଡଳ ସଭାପତି ପ୍ରଶାନ୍ତ ସାହୁ , ଯୋଗଦେଇ ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ସହ ଯୁବପିଢିଙ୍କ ଖେଳ ପ୍ରତି ଆକୃଷ୍ଟ କରିବାରେ ଏହିଭଳି ଆୟୋଜନର ଗୁରୁତ୍ଵ ଉପରେ ମତ ରଖିଥିଲେ l ଏହି ଅବସରରେ ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ସରୋଜ ଭୋଇ, ବିଶ୍ଵ ସାହୁ, ରଞ୍ଜନ ଭୋଇ, ସୁଶିଲ ପଟେଲ, ଶ୍ରୀପତି ପଧାନ, ପ୍ରଦୀପ ସାହୁ, ଉମେଶ ଭୋଇ, ଓ ରାଜୁ ସାହୁ, ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ l କମିଟିର ଦିଲ୍ଲୀପ ସାହୁ, ଓ ଶିକ୍ଷକ ଦୁଷ୍ମନ୍ତ ପଧାନ ସାହୁ ଙ୍କ ସମେତ ଅନ୍ୟମାନେ ଆୟୋଜନ ରେ ସହଯୋଗ କରିଥିଲେ l