-+91-9937148622 |
prerana_bgr@rediffmail.com |
Thursday 5th November 2026 |
R.N.I. Regd No. ODIODI/2010/46693
Breaking News
05-Nov-2026
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ମଙ୍ଗଳବାର ସ୍ଥାନୀୟ ମଧ୍ୟ ଇଂରାଜୀ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି |କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଳିଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ
ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ତହସିଲଦାର ଶ୍ୱେତପଦ୍ମା ଯୋଶୀ, ସମ୍ମାନିତ ଅତିଥି ଭାବେ ଏବିଇଓ ତଥା ବିଆରସିସି ନୀଳମଣି ପଣ୍ଡା, ଏବିଇଓ ଲକ୍ଷ୍ମୀ ମଲିକ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।ପରେ ପ୍ରବନ୍ଧ, କୁଇଜ, ଶୃତଲିଖନ,ସଂଗୀତ, ନୃତ୍ୟ, ପିଏମ ପୋଷଣ ଚିତ୍ରକଳା, ଶିଳ୍ପକଳା, ଚିତ୍ରାଙ୍କନ, ବିତର୍କ ଭଳି ବିଭିନ୍ନ ବିଭାଗରେ ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଚାରକ ଭାବେ ସୁବର୍ଣ୍ଣପୁର ଜିଲ୍ଲା ର ଶ୍ରଦ୍ଧାଞ୍ଜଳି ମିଶ୍ର ଓ ମିଥୁନ କୁମାର ସାହୁ ଯୋଗଦେଇଥିଲେ |ଅପରାହ୍ନରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ଅନ୍ୟତମ ମୁଖ୍ୟ ଅତିଥି ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡମ୍ବରୁଧର କଅଁର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ,ଜିଲ୍ଲା ପରିଷଦ
ସଭ୍ୟା ସୁମିତ୍ରା ସାହୁ,ଜିଲ୍ଲା ସାମ୍ବାଦିକ ଫୋରମ ସଭାପତି ଦିବ୍ୟ ଶଙ୍କର ରାଉତ,ଏବିଇଓ ତଥା ବିଆରସିସି ନୀଳମଣି ପଣ୍ଡା, ଲକ୍ଷ୍ମୀ ମଲିକ, ଶିକ୍ଷକ ନେତା ନୀଳାଚଳ ଭୋଇ, ଶିଶିର ଖଟୁଆ ପ୍ରମୁଖ ଯୋଗ ଦେଇଥିଲେ । ସଭାକୁ ସିଆରସିସି ମନୋରଞ୍ଜନ ନାଏକ ପରିଚାଳନା କରିଥିବା ବେଳେ ପ୍ରଜିଣା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ |କାର୍ଯ୍ୟକ୍ରମ ପରିଚାଳନାରେ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।