-+91-9937148622 |
prerana_bgr@rediffmail.com |
Thursday 12th November 2026 |
R.N.I. Regd No. ODIODI/2010/46693
Breaking News
05-Nov-2026
କଣ୍ଟାବାଞ୍ଜି(ମୋହନ ସୁନା)କଣ୍ଟାବାଞ୍ଜି ପୁଲିସ ପକ୍ଷରୁ ଗତକାଲି ରାତିରେ ବେଆଇନ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ନେଇ ସୂଚନା ମିଳିଛି । କଣ୍ଟାବାଞ୍ଜି ପୁଲିସ ଦେଇଥିବା ସୁଚନା ଅନୁସାରେ ମଙ୍ଗଳବାର ରାତିରେ କଣ୍ଟାବାଞ୍ଜି ବସଷ୍ଟାଣ୍ଡରେ କିଛି ଦାଦନ ଶ୍ରମିକ ଥିବାର ଖବର ପୁଲିସ ପାଇଥିଲା । ଏଥିରେ ଲରମ୍ଭା ଥାନା ଲୁହୁରେଟ ଗାଁର ଶ୍ରମିକ ଥିବା ଜଣାପଡିଛି । ଶ୍ରମିକ ମାନେ ରାଜ୍ୟ ବାହାର ହାଇଦ୍ରାବାଦର ଏକ ଇଟା ଭାଟିକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ । ଟ୍ରେନ ଯୋଗେ ଯିବା ପୂର୍ବରୁ ପୁଲିସ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛି । ତେବେ ଏହି ଶ୍ରମିକ ମାନଙ୍କ ମଧ୍ୟରେ ୫ଜଣ ପୁରୁଷ, ୮ଜଣ ମହିଳା ଓ ଜଣେ ଛୋଟ ଛୁଆ ଥିବା ଜଣାପଡିଛି । ଏଥିରେ ସମ୍ପୃକ ଥିବା ଦାଦନ ସର୍ଦାର ପାଟଣାଗଡ଼ର ହୁଡ଼କୁ ପଡାର ଅନୀଲ ମେହେର ଫେରାର ଥିବା ବେଳେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି । ଅନ୍ୟପଟେ ଉଦ୍ଧାର ହୋଇ ଥିବା ଦାଦନ ଶ୍ରମିକକୁ କଣ୍ଟାବାଞ୍ଜି ପୁଲିସ ନିଜ ଗାଁରେ ନେଇ ଛାଡି ଦେଇଥିବା କହିଛନ୍ତି ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ ।