-+91-9937148622 |

prerana_bgr@rediffmail.com |

  Thursday 12th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଗଣ୍ଡାବାହାଲି ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳ ନୂଆପଡ଼ାଙ୍କୁ ଦାବିପତ୍ର   (12-Nov-2026)       ||      *ଡାବୁଗାଁ ଅଞ୍ଚଳରେ ଜିଓ ନେଟ୍‌ୱାର୍କ ସମସ୍ୟା ଯୋଗୁଁ ଡିଜିଟାଲ୍ ସେବା ଠପ୍, ଫୋନ୍ କଲ୍ ଓ ଇଣ୍ଟର୍ନେଟ୍ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ*   (12-Nov-2026)       ||      ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀର ର ଶିକ୍ଷା ବିଭାଗ ତରଫରୁ "ଜାତୀୟ ଶିକ୍ଷା ଦିବସ" ୨୦୨୬ ପାଳିତ   (11-Nov-2026)       ||      ଏସ୍ ଯୁଜେ ବୌଦ୍ଧ ଶାଖାର ବାର୍ଷିକୋତ୍ସବ ୨୯ରେ    (11-Nov-2026)       ||      ୮୬ ବର୍ଷରେ ଆଖି ବୁଜିଲେ ଭାଗବତପ୍ରେମୀ ମକରଧ୍ୱଜ ନାୟକ, ତାଙ୍କ ବିୟୋଗରେ ବଲାଙ୍ଗିରରୁ ଭାଲୁପାଲି ପର୍ଯ୍ୟନ୍ତ ଶୋକର ଛାୟା।   (11-Nov-2026)       ||      ଦାଦନ ଶ୍ରମିକଙ୍କ ସୁରକ୍ଷା, ଶିଶୁ ଶ୍ରମିକ ନିରାକରଣ ଓ ମହିଳା ଅଧିକାର ଉପରେ ଗୁରୁତ୍ୱାରୋପ   (11-Nov-2026)       ||      ବରିଷ୍ଠ ସାମ୍ବାଦିକ ଆହତ   (11-Nov-2026)       ||      ବିଶ୍ୱନାଥ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର : ୩୦ ୟୁନିଟ୍ ରକ୍ତ ସଂଗ୍ରହ   (11-Nov-2026)       ||      ଆଠ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ କୋଶଳ ସୁନ୍ଦରୀ ମୁକୁଟ ହାତେଇଲେ ବଲାଙ୍ଗିରର ରାଜଶ୍ରୀ ଦାଶ   (11-Nov-2026)       ||      ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇଲେ ମୋସିନ ଖାଁ ଓ ଘନଶ୍ୟାମ ଆଡ଼ଯୁଆଡ    (11-Nov-2026)       ||      ଭୀମପାହାଡ ମହୋତ୍ସବ-୨୦୨୬ର ତୃତୀୟ ସଂଧ୍ୟା,ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ   (11-Nov-2026)       ||      ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ 150 ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ପଲ୍ଲିଶ୍ରୀ ପଡ଼ିଆ ଡୁଡୁକା ଠାରେ ୟୁନିଟି ସ୍ପୋର୍ଟସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ    (10-Nov-2026)       ||      ବଲାଙ୍ଗୀରରେ ଗୋପାଳଜୀ ମନ୍ଦିରରେ ଦକ୍ଷିଣ କାଳୀ ପୂଜା, ପାଟଣେଶ୍ୱରୀ ପୀଠକୁ ନେଇ ବିବାଦ ମଧ୍ୟରେ ଉଠିଲା ନୂଆ ପ୍ରଶ୍ନ!   (10-Nov-2026)       ||      ସଇଁତଳା ଥାନା ସମ୍ମୁଖରେ ଜଗନ୍ନାଥ୍ ଏକ୍ସପ୍ରେସ ବସ୍ ଓ ଟ୍ରକ୍ ଧକ୍କା ଘଟଣା - ଏକ ନମ୍ବର ସିଟରେ ବସିଥିବା ସତ୍ୟଭାମା ସାହୁଙ୍କୁ ମୁଣ୍ଡରେ ଲାଗିଛି ଗଭିର ଆଘାତ - ପଡ଼ିଲା ୧୬ ଷ୍ଟିଚ   (10-Nov-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ବିଜ୍ଞାନ ଦିବସ ପାଳିତ   (10-Nov-2026)       ||      କେଲିଆ ଶୈବପୀଠ ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ   (10-Nov-2026)       ||      ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଗ୍ରାମବାସୀ   (10-Nov-2026)       ||      ଝରିଗାଁ କୋର୍ଟ ପରିସରରେ ଆଇନଜୀବି ଉପରେ ଆକ୍ରମଣ କୁ ଦୃଢ଼ ନିନ୍ଦା କଲେ ଡାବୁଗାଁ ଆଇନଜୀବୀମାନେ   (10-Nov-2026)       ||      ବିନିକା କଂସାରୀପଡ଼ାରେ ମହା ଆଡ଼ମ୍ବରରେ ପାଳିତ ହେଲା ଗିରି ଗୋବର୍ଦ୍ଧନ ପୂଜା,ବିରାଟ ଶୋଭାଯାତ୍ରାରେ କମ୍ପିଲା ସହର   (10-Nov-2026)       ||      ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ   (10-Nov-2026)       ||     

HOME   ଜିଲ୍ଲା

ଜର୍ନାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡ (ଜାବ)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ଦ୍ଵିବାର୍ଷିକ ନିର୍ବାଚନ

05-Nov-2026



ରବି ପଣ୍ଡା ହେଲେ ଅଷ୍ଟମ ଥର ଲାଗି ସଭାପତି ଓ ବଦ୍ରୀ ପ୍ରସାଦ ସାହୁ ଦ୍ୱିତୀୟ ଥର ପାଇଁ  ସାଧାରଣ ସମ୍ପାଦକ ନିର୍ବାଚିତ।

 ବରପାଲି(ସୁଦାମ ଦୀପ): "ଗଣତନ୍ତ୍ରର ସୁରକ୍ଷା ସକାଶେ ଗଣ ମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି" ବୋଲି କହିଛନ୍ତି ବିଜେପୁର ବିଧାୟକ ସନତ ଗଡତିଆ ।ଆଜି ଗାଇସିଲେଟ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ରେ ଗାଇସିଲେଟ ସାମ୍ବାଦିକ ସଂଘର ଆୟୋଜନରେ
ଅନୁଷ୍ଠିତ ଜର୍ନାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡ (ଜାବ)ର ସାଧାରଣ ପରିଷଦ ବୈଠକ ତଥା ଦ୍ଵିବାର୍ଷିକ ନିର୍ବାଚନ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ଗଡତିଆ କହିଥିଲେଯେ ଦେଶ ଓ ଗଣତନ୍ତ୍ରର ସୁରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ଏବଂ ଏହା ଉପରେ ବିଶେଷ ଭୂମିକା ରହିଛି ସାମ୍ବାଦିକ ମାନଙ୍କ । ସେ ଏହି ଅବସରରେ ସଚ୍ଚୋଟ ଭାବରେ ସାମ୍ବାଦିକତା କରୁଥିବା ଜଣେ ସାମ୍ବାଦିକ ବନ୍ଧୁଙ୍କୁ ସାମାଜିକ ସୁରକ୍ଷାର ମଧ୍ୟ ଆବଶ୍ୟକତା ରହିଛି। ସେ ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବୀ ଯଥା ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା, ଜୀବନ ବୀମା ରାଶି କୁ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଓ ଅବସର ପରେ ସାମ୍ବାଦିକ ମାନଙ୍କୁ ପେନସନ ଯୋଗାଇଦେବା ପାଇଁ ଶ୍ରୀ ଗଡତିଆ ଦାବୀ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓୟୁଜେ ବଲାଙ୍ଗୀର ଜିଲ୍ଲା ସଭାପତି ପ୍ରଦୀପ୍ତ ମିଶ୍ର, ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ, ବିଡିଓ ଲକ୍ଷ୍ମଣ ମାଝି , ବିଧାୟକ ପ୍ରତିନିଧି ଆନନ୍ଦ ମଟାରୀ, ସଂଘର ଜିଲ୍ଲା ସଂଯୋଜକ ରଞ୍ଜନ ଦେବତା, ସାଧାରଣ ସମ୍ପାଦକ ବଦ୍ରୀ ପ୍ରସାଦ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଶେଷରେ ଗାଇସିଲେଟ ୟୁନିଟ୍ ର ବରିଷ୍ଠ ସଦସ୍ୟ ସଞ୍ଜୀବ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ। ଆଜି ପ୍ରଥମେ ଜାବର ସଭାପତି ଶ୍ରୀ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକ ରେ ଜିଲ୍ଲା ୟୁନିଟର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଆଲୋଚନା କରାଯାଇଥିଲା । ପରେ  ଦ୍ଵିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। । ନିର୍ବାଚନ ଅଧିକାରୀ ହେମନ୍ତ ପ୍ରଧାନ ନିର୍ବାଚନ ପରିଚାଳନା କରିଥିଲେ। ଏଥିରେ ସର୍ବସମ୍ମତି କ୍ରମେ ରବି ପଣ୍ଡା ଅଷ୍ଟମ ଥର ପାଇଁ ସଭାପତି , ବଦ୍ରୀ ପ୍ରସାଦ ସାହୁ ଦ୍ୱିତୀୟ ଥର ପାଇଁ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ। ସେହିପରି ଉପ ସଭାପତି ଭାବରେ ପ୍ରଭୁ ଚରଣ ମହାନ୍ତି ସତ୍ୟଜିତ୍ ପ୍ରଧାନ, ଯୁଧିଷ୍ଟିର ମହାପାତ୍ର, ନୀଳକଣ୍ଠ ଦୀପ, ଯୁଗ୍ମ ସମ୍ପାଦକ ଭାବରେ ଜ୍ୟୋତି ରଞ୍ଜନ ମହାପାତ୍ର, ସରୋଜ ଷଡ଼ଙ୍ଗୀ, ଅଶ୍ୱିନୀ ପାତ୍ର, ଧିରେନ ମହାନ୍ତି, କୋଷାଧ୍ୟକ୍ଷ ଭାବେ ବ୍ୟୋମକେଶ କର , ଜିଲ୍ଲା ସଂଯୋଜକ ଭାବେ ରଞ୍ଜନ ଦେବତା, ସାମ୍ବାଦିକ କଲ୍ୟାଣ ପାଣ୍ଠିର ଅଧ୍ୟକ୍ଷ ଭାବେ ହେମନ୍ତ ପ୍ରଧାନ, ଟ୍ରିବ୍ୟୁନାଲ କମିଟି ଅଧ୍ୟକ୍ଷ ଭାବେ କ୍ଷମାନିଧି ନାୟକ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ରଞ୍ଜିତ୍ ଦାଶ , ଅଫିସ ସମ୍ପାଦକ ଭାବରେ ନରେନ୍ଦ୍ର ଦାଶ ଓ ସାମାଜିକ

ଗଣମାଧ୍ୟମ ସଂଯୋଜକ ଭାବରେ ସୁବ୍ରତ ସାହୁ ନିର୍ବାଚିତ ହୋଇଥିଲେ। ଏହା ସହ ୧୨ ଟି ବ୍ଲକ ପାଇଁ ୧୨ ଜନ ସଂଯୋଜକ ଘୋଷିତ ହୋଇଥିଲା। ଏଥିରେ ଅତାବିରା ବ୍ଲକ - କୀର୍ତ୍ତନ ବିଶ୍ୱାଳ , ବିଜେପୁର ବ୍ଲକ - ସୁନୀଲ ମିଶ୍ର, ବରଗଡ ବ୍ଲକ- ନେପାଳ ପ୍ରଧାନ,  ଭଟଲି ବ୍ଲକ- ରାଜେଶ ମିଶ୍ର , ଭେଡେନ ବ୍ଲକ - ମୁକୁନ୍ଦ ଷଡ଼ଙ୍ଗୀ , ଅମ୍ବାଭୋନା ବ୍ଲକ- ପ୍ରକାଶ ରଥ, ବରପାଲି ବ୍ଲକ ପଦ୍ମ ଲୋଚନ ସାହୁ , ପଦ୍ମପୁର ଟବ୍ଲକ ସୁଦାମ ପ୍ରଧାନ, ଝାରବନ୍ଧ ବ୍ଲକ- ଦେବେନ୍ଦ୍ର ସାହୁ,ପାଇକମାଳ ବ୍ଲକ- ଧୀରେନ୍ଦ୍ର ମହାନ୍ତି, ଗାଇସିଲେଟ ବ୍ଲକ- ଝସକେତନ ସାହୁ,ସୋହେଲା ବ୍ଲକ - ଅଶ୍ୱିନୀ ପାତ୍ର ସଂଯୋଜକ ଭାବରେ ମନୋନୀତ ହୋଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗଣ୍ଡାବାହାଲି ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳ ନୂଆପଡ଼ାଙ୍କୁ ଦାବିପତ୍ର   12-Nov-2026
  ଜିଲ୍ଲା  
*ଡାବୁଗାଁ ଅଞ୍ଚଳରେ ଜିଓ ନେଟ୍‌ୱାର୍କ ସମସ୍ୟା ଯୋଗୁଁ ଡିଜିଟାଲ୍ ସେବା ଠପ୍, ଫୋନ୍ କଲ୍ ଓ ଇଣ୍ଟର୍ନେଟ୍ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ*   12-Nov-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀର ର ଶିକ୍ଷା ବିଭାଗ ତରଫରୁ "ଜାତୀୟ ଶିକ୍ଷା ଦିବସ" ୨୦୨୬ ପାଳିତ   11-Nov-2026
  ଜିଲ୍ଲା  
ଏସ୍ ଯୁଜେ ବୌଦ୍ଧ ଶାଖାର ବାର୍ଷିକୋତ୍ସବ ୨୯ରେ   11-Nov-2026
  ଜିଲ୍ଲା  
୮୬ ବର୍ଷରେ ଆଖି ବୁଜିଲେ ଭାଗବତପ୍ରେମୀ ମକରଧ୍ୱଜ ନାୟକ, ତାଙ୍କ ବିୟୋଗରେ ବଲାଙ୍ଗିରରୁ ଭାଲୁପାଲି ପର୍ଯ୍ୟନ୍ତ ଶୋକର ଛାୟା।   11-Nov-2026
  ଜିଲ୍ଲା  
ଦାଦନ ଶ୍ରମିକଙ୍କ ସୁରକ୍ଷା, ଶିଶୁ ଶ୍ରମିକ ନିରାକରଣ ଓ ମହିଳା ଅଧିକାର ଉପରେ ଗୁରୁତ୍ୱାରୋପ   11-Nov-2026
  ଜିଲ୍ଲା  
ବରିଷ୍ଠ ସାମ୍ବାଦିକ ଆହତ   11-Nov-2026
  ଜିଲ୍ଲା  
ବିଶ୍ୱନାଥ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର : ୩୦ ୟୁନିଟ୍ ରକ୍ତ ସଂଗ୍ରହ   11-Nov-2026
  ଜିଲ୍ଲା  
ଆଠ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ କୋଶଳ ସୁନ୍ଦରୀ ମୁକୁଟ ହାତେଇଲେ ବଲାଙ୍ଗିରର ରାଜଶ୍ରୀ ଦାଶ   11-Nov-2026
  ଜିଲ୍ଲା  
ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇଲେ ମୋସିନ ଖାଁ ଓ ଘନଶ୍ୟାମ ଆଡ଼ଯୁଆଡ   11-Nov-2026
  ଜିଲ୍ଲା  
ଭୀମପାହାଡ ମହୋତ୍ସବ-୨୦୨୬ର ତୃତୀୟ ସଂଧ୍ୟା,ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ   11-Nov-2026
  ଜିଲ୍ଲା  
ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ 150 ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ପଲ୍ଲିଶ୍ରୀ ପଡ଼ିଆ ଡୁଡୁକା ଠାରେ ୟୁନିଟି ସ୍ପୋର୍ଟସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   10-Nov-2026

You Might Also Like