-+91-9937148622 |
prerana_bgr@rediffmail.com |
Thursday 5th November 2026 |
R.N.I. Regd No. ODIODI/2010/46693
Breaking News
05-Nov-2026
ଭୁବନେଶ୍ୱର(ପ୍ରେରଣା ଖବର)- ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଦ୍ୱାରା ଆୟୋଜିତ ୟୁନେକ୍ସ ସନ୍ରାଇଜ ୩୮ତମ ସବ୍ ଜୁନିୟର ୧୫ ଓ ୧୭ ବର୍ଷରୁ କମ୍ ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଭୁବନେଶ୍ୱରର ପୋଖରୀପୁଟ ସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍ଡୋର ଷ୍ଟାଡିୟମ ଠାରେ ଉଦ୍ଘାଟନ ହୋଇ ଯାଇଅଛି । ଏହି ଚମ୍ପିୟାନସିପ୍ କୁ ରାଜ୍ୟ କ୍ରୀଡା ଓ ଯୁବ ବ୍ୟପାର ବିଭାଗର ଅଧିକାରୀ ସୋନାଲି ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ସହ ଉଦ୍ଘାଟନ କରିଥିଲେ । ଏ ଅବସରରେ ପ୍ରତିଯୋଗିତାର ମୁଖ୍ୟ ରେଫରି ରିତା ଦାଶ, ସାଂଗଠନିକ ସଂପାଦକ କମଲ ଦାଶ, ପ୍ରତିଯୋଗିତାର ସଂଯୋଜକ ତାରାକାନ୍ତ ଦାଶ, ଜୟପ୍ରକାଶ ଜେନା, ଅବଦୁଲ ହାକିମ ଏବଂ ଲକ୍ଷ୍ୟାପତି ନନ୍ଦ ଉପସ୍ଥିତ ଥିଲେ । ୧୫ ଓ ୧୭ ବର୍ଷରୁ କମ୍ ବାଳକ ବାଳିକା ସିଙ୍ଗିଲ୍ସ , ଡବଲ୍ସ ଓ ମିକ୍ସ ଡବଲ୍ସ ର ଟାଇଟଲ ଲଢେଇ ପାଇଁ ୪୫୦ ରୁ ଉର୍ଦ୍ଧ୍ୱ ଖେଳାଳି ଓ ସପୋର୍ଟ ସ୍ଟାଫ ଯୋଗ ଦେଇଛନ୍ତି । ପ୍ରତିଯୋଗିତା ୫ ତାରିଖରୁ ଆରମ୍ଭ ହୋଇ ୮ ତାରିଖ ଦିନ ଉଦ୍ଯାପନ ହେବ ବୋଲି ଓସ୍ବା ସଂପାଦକ ନିଲିନ କୁମାର ଜଣାଇଛନ୍ତି । ପ୍ରଥମ ଦିନ ପ୍ରତିଯୋଗିତାର ୧୫୨ ଟି ମ୍ୟାଚ ଖେଳାଯିବ । ସିଙ୍ଗଲ୍ସ ଓ ଡବଲ୍ସ ବିଭାଗରେ ପ୍ରାୟତଃ ଉଚ୍ଚ ମାନ୍ୟତାପ୍ରାପ୍ତ ଖେଳାଳିମାନେ ପ୍ରଥମ ଦିନରେ ତାଙ୍କର ମ୍ୟାଚ ଗୁଡିକ ଜିତି ପରବର୍ତ୍ତି ରାଉଣ୍ଡକୁ ଉନ୍ନିତ ହୋଇଛନ୍ତି । ଏହି ୩୮ତମ ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିୟନସିପ୍ ର ଖେଳାଳିମାନଙ୍କୁ ରହିବା, ଖାଇବା ତଥା ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଦ୍ୱାରା ଯୋଗାଇ ଦିଆଯାଇଛି । ଓଡିଶା ସରକାର ଙ୍କ କ୍ରୀଡା ଓ ଯୁବ ବ୍ୟପାର ବିଭାଗ ସହଯୋଗିତାରେ ଅନୁଷ୍ଠିତ ଏହି ଚମ୍ପିୟାନସିପ୍ ର ସଫଳ ପରିଚାଳନା ପାଇଁ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଦ୍ୱାରା ସ୍ୱିକୃତପ୍ରାପ୍ତ ୨୦ ରୁ ଉର୍ଦ୍ଧ୍ୱ ବୈଷୟିକ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।