-+91-9937148622 |

prerana_bgr@rediffmail.com |

  Thursday 12th November 2026 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାମାଳରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା   (12-Nov-2026)       ||      ଗଣ୍ଡାବାହାଲି ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳ ନୂଆପଡ଼ାଙ୍କୁ ଦାବିପତ୍ର   (12-Nov-2026)       ||      *ଡାବୁଗାଁ ଅଞ୍ଚଳରେ ଜିଓ ନେଟ୍‌ୱାର୍କ ସମସ୍ୟା ଯୋଗୁଁ ଡିଜିଟାଲ୍ ସେବା ଠପ୍, ଫୋନ୍ କଲ୍ ଓ ଇଣ୍ଟର୍ନେଟ୍ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ*   (12-Nov-2026)       ||      ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀର ର ଶିକ୍ଷା ବିଭାଗ ତରଫରୁ "ଜାତୀୟ ଶିକ୍ଷା ଦିବସ" ୨୦୨୬ ପାଳିତ   (11-Nov-2026)       ||      ଏସ୍ ଯୁଜେ ବୌଦ୍ଧ ଶାଖାର ବାର୍ଷିକୋତ୍ସବ ୨୯ରେ    (11-Nov-2026)       ||      ୮୬ ବର୍ଷରେ ଆଖି ବୁଜିଲେ ଭାଗବତପ୍ରେମୀ ମକରଧ୍ୱଜ ନାୟକ, ତାଙ୍କ ବିୟୋଗରେ ବଲାଙ୍ଗିରରୁ ଭାଲୁପାଲି ପର୍ଯ୍ୟନ୍ତ ଶୋକର ଛାୟା।   (11-Nov-2026)       ||      ଦାଦନ ଶ୍ରମିକଙ୍କ ସୁରକ୍ଷା, ଶିଶୁ ଶ୍ରମିକ ନିରାକରଣ ଓ ମହିଳା ଅଧିକାର ଉପରେ ଗୁରୁତ୍ୱାରୋପ   (11-Nov-2026)       ||      ବରିଷ୍ଠ ସାମ୍ବାଦିକ ଆହତ   (11-Nov-2026)       ||      ବିଶ୍ୱନାଥ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର : ୩୦ ୟୁନିଟ୍ ରକ୍ତ ସଂଗ୍ରହ   (11-Nov-2026)       ||      ଆଠ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ କୋଶଳ ସୁନ୍ଦରୀ ମୁକୁଟ ହାତେଇଲେ ବଲାଙ୍ଗିରର ରାଜଶ୍ରୀ ଦାଶ   (11-Nov-2026)       ||      ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇଲେ ମୋସିନ ଖାଁ ଓ ଘନଶ୍ୟାମ ଆଡ଼ଯୁଆଡ    (11-Nov-2026)       ||      ଭୀମପାହାଡ ମହୋତ୍ସବ-୨୦୨୬ର ତୃତୀୟ ସଂଧ୍ୟା,ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ   (11-Nov-2026)       ||      ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ 150 ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ପଲ୍ଲିଶ୍ରୀ ପଡ଼ିଆ ଡୁଡୁକା ଠାରେ ୟୁନିଟି ସ୍ପୋର୍ଟସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ    (10-Nov-2026)       ||      ବଲାଙ୍ଗୀରରେ ଗୋପାଳଜୀ ମନ୍ଦିରରେ ଦକ୍ଷିଣ କାଳୀ ପୂଜା, ପାଟଣେଶ୍ୱରୀ ପୀଠକୁ ନେଇ ବିବାଦ ମଧ୍ୟରେ ଉଠିଲା ନୂଆ ପ୍ରଶ୍ନ!   (10-Nov-2026)       ||      ସଇଁତଳା ଥାନା ସମ୍ମୁଖରେ ଜଗନ୍ନାଥ୍ ଏକ୍ସପ୍ରେସ ବସ୍ ଓ ଟ୍ରକ୍ ଧକ୍କା ଘଟଣା - ଏକ ନମ୍ବର ସିଟରେ ବସିଥିବା ସତ୍ୟଭାମା ସାହୁଙ୍କୁ ମୁଣ୍ଡରେ ଲାଗିଛି ଗଭିର ଆଘାତ - ପଡ଼ିଲା ୧୬ ଷ୍ଟିଚ   (10-Nov-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ବିଜ୍ଞାନ ଦିବସ ପାଳିତ   (10-Nov-2026)       ||      କେଲିଆ ଶୈବପୀଠ ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ   (10-Nov-2026)       ||      ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଗ୍ରାମବାସୀ   (10-Nov-2026)       ||      ଝରିଗାଁ କୋର୍ଟ ପରିସରରେ ଆଇନଜୀବି ଉପରେ ଆକ୍ରମଣ କୁ ଦୃଢ଼ ନିନ୍ଦା କଲେ ଡାବୁଗାଁ ଆଇନଜୀବୀମାନେ   (10-Nov-2026)       ||      ବିନିକା କଂସାରୀପଡ଼ାରେ ମହା ଆଡ଼ମ୍ବରରେ ପାଳିତ ହେଲା ଗିରି ଗୋବର୍ଦ୍ଧନ ପୂଜା,ବିରାଟ ଶୋଭାଯାତ୍ରାରେ କମ୍ପିଲା ସହର   (10-Nov-2026)       ||     

HOME   ଜିଲ୍ଲା

ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଆକଳନ♦️ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ ଟିମ୍, ବ୍ୟାପକ କ୍ଷୟକ୍ଷତି ହୋଇଛି, ସମ୍ପୂର୍ଣ୍ଣ ଆକଳନ କରିବାକୁ ଆହୁରି ୭/୮ ଦିନ ଲାଗିବ

05-Nov-2026



ଭୁବନେଶ୍ୱର(ମୁରଲୀଧର ମିଶ୍ର)  ବାତ୍ୟା ଅର୍ଣ୍ଣବ ଓ ତା ପରବର୍ତ୍ତୀ ବନ୍ୟା ଯୋଗୁ ରାଜ୍ୟରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ଆକଳନ କରିବା ପାଇଁ ଓଡିଶା ଆସିଥିବା କେନ୍ଦ୍ରୀୟ ଟିମ୍‌ ଆଜି ଲୋକସେବା ଭବନରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି।  କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ରବିଶଙ୍କରଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଆକଳନ କରିଛନ୍ତି। 

ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବନ୍ୟା, ବାତ୍ୟା  ଓ ଗ୍ରୀଷ୍ମ ପ୍ରବାହ ପରି ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ଆସୁଛି। ଏହାଦ୍ୱାରା ରାଜ୍ୟର ବିକାଶ କାମ ବାଧାପ୍ରାପ୍ତ ହେଉଛି। ତେଣୁ, କେନ୍ଦ୍ରୀୟ ଟିମ୍ ତାଙ୍କ ରିପୋର୍ଟରେ ତତ୍କାଳ ରିଲିଫ ଓ ପୁନନିର୍ମାଣ ପାଇଁ ସହାୟତା ସହିତ ଏହାର ସ୍ଥାୟୀ ପ୍ରତିକାର ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବାତ୍ୟା ଓ ବନ୍ୟା ପ୍ରତିରୋଧୀ ଭିତ୍ତିଭୂମିର ଅତ୍ୟନ୍ତ ଆବଶ୍ୟକତା ରହିଛି। ଏହାଦ୍ୱାରା ଓଡିଶାର ଲୋକମାନେ ସ୍ଥାୟୀ ସମାଧାନ ପାଇ ପାରିବେ ଏବଂ ରାଜ୍ୟର ବିକାଶ ବାଧାପ୍ରାପ୍ତ ନହୋଇ ତ୍ୱରାନ୍ୱିତ  ହେବ।

ଟିମ୍‌ର ମୁଖ୍ୟ ଶ୍ରୀ ରବିଶଙ୍କର କହିଲେ ଯେ, ସେମାନେ ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି। ବାସ୍ତବିକ ବନ୍ୟା ଯୋଗୁ ଜନସାଧାରଣଙ୍କ ଉପରେ ବ୍ୟାପକ ପ୍ରଭାବ ପଡିଛି । ଗଞ୍ଜାମରେ ଋଷିକୁଲ୍ୟା ନଦୀରୁ ପାଣି ମାଡି ଆସିବା ଦ୍ୱାରା ଅନେକ ଅଞ୍ଚଳରେ ବାଲିଚର ମାଡି ଯାଇଛି। ଚାଷଜମି ସହିତ ରାସ୍ତା ଘାଟ, ଘର ଦ୍ୱାର, କାର୍ଯ୍ୟାଳୟ ଇତ୍ୟାଦିରେ ବାଲି ମାଡିଯାଇଛି। ଅନେକ ସ୍ଥାନରେ ଘର ଭାଙ୍ଗି ନଥିଲେ ମଧ୍ୟ ଏହା ଦୁର୍ବଳ ହୋଇଯାଇଛି। ଦୀର୍ଘକାଳୀନ ଭିତ୍ତିରେ ଋଷିକୁଲ୍ୟା ନଦୀରୁ ବାଲି ଓ ମାଟି ଉଦ୍ଧାର କରିବାର (Desilting) ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଏହି ବ୍ୟାପକ ବିପର୍ଯ୍ୟୟ ଯୋଗୁ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ କରିବା ପାଇଁ ୭/୮ ଦିନ ସମୟ ଲାଗିବ ବୋଲି ସେ କହିଥିଲେ।

ବାତ୍ୟା ଓ ବନ୍ୟା ପରେ ରାଜ୍ୟ ସରକାର ଦ୍ରୁତ ଗତିରେ ରିଲିଫ ଓ ପୁନସ୍ଥାପନ (Relief & Restoration) କାମ କରିଛନ୍ତି ବୋଲି ମତ ଦେଇ ଶ୍ରୀ ରବିଶଙ୍କର ଓଡିଶା ସରକାରଙ୍କ ଉଚ୍ଚ ପ୍ରଶଂସା କରିଥିଲେ। ରାସ୍ତା ଘାଟ ପ୍ରାୟତଃ ଗମନାଗମନ ଉପଯୋଗୀ ହୋଇସାରିଛି ଏବଂ ବିଦ୍ୟୁତ ସରବରାହ ପୁନସ୍ଥାପନ କରାଯାଇଛି ବୋଲି ସେ କହିଥିଲେ। ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କ୍ଷୟକ୍ଷତି ଓ ସରକାରଙ୍କ ମୁକାବିଲା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଶାସନ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ପ୍ରାରମ୍ଭିକ ଆକଳନ କରାଯାଇ ରିଲିଫ ଓ ରିଷ୍ଟୋରେସନ ପାଇଁ କେନ୍ଦ୍ର ସରକାରଙ୍କୁ ଏକ ଦାବୀ ପତ୍ର ଦିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ୍ ଓ କେନ୍ଦ୍ରୀୟ ଟିମ୍‌ର ସଦସ୍ୟଗଣ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାମାଳରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା   12-Nov-2026
  ଜିଲ୍ଲା  
ଗଣ୍ଡାବାହାଲି ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳ ନୂଆପଡ଼ାଙ୍କୁ ଦାବିପତ୍ର   12-Nov-2026
  ଜିଲ୍ଲା  
*ଡାବୁଗାଁ ଅଞ୍ଚଳରେ ଜିଓ ନେଟ୍‌ୱାର୍କ ସମସ୍ୟା ଯୋଗୁଁ ଡିଜିଟାଲ୍ ସେବା ଠପ୍, ଫୋନ୍ କଲ୍ ଓ ଇଣ୍ଟର୍ନେଟ୍ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ*   12-Nov-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀର ର ଶିକ୍ଷା ବିଭାଗ ତରଫରୁ "ଜାତୀୟ ଶିକ୍ଷା ଦିବସ" ୨୦୨୬ ପାଳିତ   11-Nov-2026
  ଜିଲ୍ଲା  
ଏସ୍ ଯୁଜେ ବୌଦ୍ଧ ଶାଖାର ବାର୍ଷିକୋତ୍ସବ ୨୯ରେ   11-Nov-2026
  ଜିଲ୍ଲା  
୮୬ ବର୍ଷରେ ଆଖି ବୁଜିଲେ ଭାଗବତପ୍ରେମୀ ମକରଧ୍ୱଜ ନାୟକ, ତାଙ୍କ ବିୟୋଗରେ ବଲାଙ୍ଗିରରୁ ଭାଲୁପାଲି ପର୍ଯ୍ୟନ୍ତ ଶୋକର ଛାୟା।   11-Nov-2026
  ଜିଲ୍ଲା  
ଦାଦନ ଶ୍ରମିକଙ୍କ ସୁରକ୍ଷା, ଶିଶୁ ଶ୍ରମିକ ନିରାକରଣ ଓ ମହିଳା ଅଧିକାର ଉପରେ ଗୁରୁତ୍ୱାରୋପ   11-Nov-2026
  ଜିଲ୍ଲା  
ବରିଷ୍ଠ ସାମ୍ବାଦିକ ଆହତ   11-Nov-2026
  ଜିଲ୍ଲା  
ବିଶ୍ୱନାଥ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର : ୩୦ ୟୁନିଟ୍ ରକ୍ତ ସଂଗ୍ରହ   11-Nov-2026
  ଜିଲ୍ଲା  
ଆଠ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ କୋଶଳ ସୁନ୍ଦରୀ ମୁକୁଟ ହାତେଇଲେ ବଲାଙ୍ଗିରର ରାଜଶ୍ରୀ ଦାଶ   11-Nov-2026
  ଜିଲ୍ଲା  
ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇଲେ ମୋସିନ ଖାଁ ଓ ଘନଶ୍ୟାମ ଆଡ଼ଯୁଆଡ   11-Nov-2026
  ଜିଲ୍ଲା  
ଭୀମପାହାଡ ମହୋତ୍ସବ-୨୦୨୬ର ତୃତୀୟ ସଂଧ୍ୟା,ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ   11-Nov-2026

You Might Also Like