-+91-9937148622 |
prerana_bgr@rediffmail.com |
Thursday 5th November 2026 |
R.N.I. Regd No. ODIODI/2010/46693
Breaking News
05-Nov-2026
ଟିଟିଲାଗଡ - ଓଡ଼ିଶାର ସୁର ସମ୍ରାଟ ସ୍ୱର୍ଗତ ହ୍ୟୁମାନ ସାଗରଙ୍କୁ ଆଜିବି ତାଙ୍କ ଶ୍ରୋତା ଝୁରୁଛନ୍ତି। ତେବେ ନଭେମ୍ବର ୧୭ ୨୦୨୫ ମସିହାରେ ତାଙ୍କର ନିଧନ ହୋଇଥିଲା। ଦେଖୁ ଦେଖୁ ପାଖାପାଖି ଏକ ବର୍ଷ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ତାଙ୍କ କଣ୍ଠକୁ ତଥା ହ୍ୟୁମାନ ସାଗରଙ୍କୁ ଭଲ ପାଉଥିବା ଲୋକଙ୍କ ପାଇଁ ନଭେମ୍ବର ୧୭ ତାରିଖରେ ଟିଟିଲାଗଡ଼ ସହରରେ ଆୟୋଜିତ ହେବାକୁ ଯାଉଛି ପ୍ରଥମ "ହ୍ୟୁମାନ ସାଗର ସ୍ମୃତି ସମ୍ମାନ" ସମାରୋହ।
ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଜଲାରାମ ଲଜ ସମ୍ମିଳନୀ କକ୍ଷରେ ଶ୍ରୀଯୁକ୍ତ ରାଜେଶ ପ୍ରଧାନଙ୍କ ନେତୃତ୍ୱରେ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଳାକାର ଏକତା ମଞ୍ଚ ପକ୍ଷରୁ ଏକ
ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ସୂଚନା ଦିଆଯାଇଛି। କଣ୍ଠଶିଳ୍ପୀ ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ସ୍ମୃତି ତଥା ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅବଦାନକୁ ମନେ ପକାଇ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ସ୍ଥାନୀୟ କଳାକାର ଏକତା ମଞ୍ଚ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ପ୍ରମୁଖ ସଦସ୍ୟ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ଓଡ଼ିଶାର କଳା ଓ ସଙ୍ଗୀତ ଜଗତର ବିଶିଷ୍ଟ ପ୍ରତିଭାମାନଙ୍କୁ ଏହି ମଞ୍ଚରେ ସମ୍ମାନିତ କରାଯିବ ବୋଲି ଆୟୋଜକଙ୍କ ତରଫରୁ ପ୍ରକାଶ ପାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ହ୍ୟୁମାନ ସାଗରଙ୍କ ମା ଶେଫାଳୀ ସୁନା, ସମ୍ବଲପୁରୀ ଆର୍କେଷ୍ଟ୍ରା ରକ ଷ୍ଟାର ରୁକୁ ସୁନା, ସଙ୍ଗୀତ ରଚୟିତା ରାଜେଶ ପ୍ରଧାନ, କଳାକାର ଗଗନ ବାଗ, ଜ୍ୟୋତିମୟ ହରପାଲ, ସମାଜସେବୀ ଅଜୟ ବର୍ମା, କଳାକାର ନିରୋଜ ପଟ୍ଟନାୟକ,
ଜୟନ୍ତ ସାହୁ, ଆଦିତ୍ୟ ଷଢ଼ଙ୍ଗୀ, ପବିତ୍ର ସାହୁ, ଯୁଗଳ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳା ଓ ଆନନ୍ଦ ଉଲ୍ଲାସର ସହ ସଫଳ କରିବା ପାଇଁ ସମସ୍ତ କଳାପ୍ରେମୀ ତଥା ଜନସାଧାରଣଙ୍କ ସହଯୋଗ କାମନା କରିଛି କଳାକାର ଏକତା ମଞ୍ଚ। (ଟିଟିଲାଗଡରୁ ସଞ୍ଜୟ କୁମାର ନାୟକଙ୍କ ରିପୋର୍ଟ)