-+91-9937148622 |
prerana_bgr@rediffmail.com |
Friday 6th November 2026 |
R.N.I. Regd No. ODIODI/2010/46693
Breaking News
06-Nov-2026
ବୋଡେ଼ (ଡୋଲେଶ୍ୱର ବାଗ )
ବୋଡେ଼ନ ବ୍ଲକ ବାବେବିର ଉଚ୍ଚ ପ୍ରାଥମିକ ସ୍କୁଲ ରେ ଦିଆଯାଉଥିବା ମାଧ୍ୟାନ୍ନ ଭୋଜନ ନିମ୍ନ ମାନ ହେଉ ଥିବାଅଭିଯୋଗ ହେଇଛି |ଏ ନେଇ ଆଜି ମାଧ୍ୟାନ୍ନ ଭୋଜନ ଦେଲା ପରେ ଅଧିକାଂଶ ଛାତ୍ର ଛାତ୍ରୀ ନିଜ ନିଜ ଭୋଜନ ଥାଳି ଧରି ନିଜ ନିଜ ଘର ବାପା ମା ଙ୍କୁ ଦେଖାଇବା ସହିତ ଗା ବୁଲିଦେଲେ ଛାତ୍ର ଛାତ୍ରୀ |ଏହି ଦୃଶ୍ୟ ଦେଖି ଅଭି ଭାବକ ଓ ସ୍କୁଲ କମିଟି ସଦସ୍ୟ, ଗ୍ରାମ ବାସୀ ଦିନ ଦୁଇ ପହର ରେ ସ୍କୁଲ ପହଞ୍ଚି ଥିଲେ ଏବଂ ଖାଇବା ସମୟ ରେ କାହିଁକି ସ୍କୁଲ ପରିସର ରୁ ବାହାରି ଗା ରେ ବୁଲିଲେ |ସ୍କୁଲ ପ୍ରଧାନ ଶିକ୍ଷକ ଦଶରଥ ହଂସ ଙ୍କୁ ଯାଇ ଗ୍ରାମ ବାସୀ ପଚାରି ବୁଝିଲା ପରେ,ପ୍ରଧାନ ଶିକ୍ଷକ ଶ୍ରୀ ହଂସ ଅନ୍ୟ ଏକ ଶିକ୍ଷକ ଙ୍କୁ ପଠାଇ ଗା ରେ ଥିବା ବୁଡ଼ାରାଜା ମନ୍ଦିର ଠାରୁ ଫେରାଇ
ଆଣିଥିଲେ ଛାତ୍ର ଛାତ୍ରୀ ମାନଙ୍କୁ, ସ୍କୁଲ କୁ ଆସି ଛାତ୍ର ଛାତ୍ରୀ ଭୋଜନ କୁ ଫୋପାଡ଼ି ଦେଇଥିଲେ | ପ୍ରଧାନ ଶିକ୍ଷକ ଙ୍କ ଖମା ଖିଆଲି ମନୋଭାବ ଯୁଗୁ ସ୍କୁଲ ପରିସର ରୁ ବାହାରିଥିବା ଅଭିଯୋଗ ଆଣିଛନ୍ତି ଗ୍ରାମ ବସସୀ |ପ୍ରାପ୍ତ ସୂଚନା ଅନୁଯାଇ ଆଜି ମାଧ୍ୟାନ୍ନ ଭୋଜନ ରେ ଅଣ୍ଡା ତରକାରୀ ଦେବା ବଦଳରେ ଅଳ୍ପ ପନୀ ପରିବାର ମିଶା ପଣିଆ ତରକାରୀ ଦିଆଯାଇଥିଲା |ଏହାକୁ ନେଇ ସ୍କୁଲ ଛାତ୍ର ଛାତ୍ରୀ ଉତ୍ୟକ୍ତ ହୋଇ ଭୋଜନ ଖାଦ୍ୟ ଧରି ସ୍କୁଲ ରୁ ନିଜ ନିଜ ଘର ଅଭିମୁଖେ ବାହାରି ଥିଲେ |
ଘାଟଣ ଖବର ପାଇଁ ସ୍କୁଲ ଚ୍ୟାରମେନ ପୂର୍ବ ତନ ସରପଞ୍ଚ ହେରାମ୍ବ ସିଂ ପୂଝରୀ, ସି ଆର ସି ସି ମଧୁ ସୁଦନ ମାଝୀ, ଏ ବିଇଓ ଅଙ୍କନ ସିଂ ମାଝୀ ସ୍କୁଲ ରେ ପହଞ୍ଚି ଉପସ୍ଥିତ ଲୋକ ଙ୍କୁ ବୁଝା ସୁଝା କରି ଥିଲେ |ସ୍କୁଲ ମାଧ୍ୟାନ୍ନ ଭୋଜନ ମା ମାଣିକେଶ୍ବରୀ ମହିଳା ଗ୍ରୁପ ପରିଚାଳନା କରି ଆସୁଛନ୍ତି |ଏହି ଗ୍ରୁପ ର ନିମ୍ନ ମନ ଭୋଜନ କୁ ନେଇ ଆଗରୁ ଗୋଷ୍ଠୀ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷା ଅଧି କାରୀ ଙ୍କୁ ଗତ ଅଗଷ୍ଟ ମାସ 20 ତାରିଖ ଦିନ ସ୍କୁଲ ପରିଦର୍ଶନ ସମୟ ରେ ଭୋଜନ ପ୍ରସ୍ତୁତି ନେଇ ଅଭିଯୋଗ ଆଣିଥିଲେ ସ୍କୁଲ କମିଟି ସଦସ୍ୟ ସଦସ୍ୟା |ପ୍ରଧାନ ଶିକ୍ଷକ ଙ୍କ କହିବା ଅନୁଯାଇ ଆଜି 253 ଛାତ୍ର ଛାତ୍ରୀ ଉପସ୍ଥିତ ତ ରହିଥିଲେ, ମହିଳା ଗୋଷ୍ଠୀ ଆଜି 150 ଗୋଟି ଅଣ୍ଡା ଦେଇ ଯାଇଥିଲେ, ସଭାପତି ଙ୍କୁ ଯୋଗ କରି ବାରୁ କିଛି ଉତ୍ତର ନମିଳିବାରୁ ପନିପରିବା କୁ ରୋଷେଇ କରି ଦେଥିବା ପ୍ରକାଶ କରନ୍ତି |ଏଠାରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ରହିଛି ମୋଟ 320ଅଛନ୍ତି ପିଲା, ଶିକ୍ଷକ 5ଜଣ ରୁ ଆଜି ଦୁଇ ଜଣ ଅନୁପସ୍ଥିତ ରହିଥିଲେ |ଏନେଇ ମହିଳା ଗୋଷ୍ଠୀ ସଭାପତି ଓ ସମ୍ପାଦକ ଙ୍କୁ ପଚାରିବାରୁ, ଆମେ ଅଣ୍ଡା ଧାର ଆଣି ଥାଉ, ସାତ ମାସ ହେଲା ଆମକୁ ଆମ ମାଧ୍ୟାନ୍ନ ଭୋଜନ ପରିଚାଳନା ବାବଦ କୁ ଟଙ୍କା ସରକାର ଦେଇ ନାହାନ୍ତି ଯାହା ଫଳ ରେ ଆଜି ଏହି ପରି ଅବସ୍ଥା ହେଉଛି ବୋଲି ପ୍ରକାଶ କରିଥିଲେ |
ଫୋଟୋ ବେନର ହେବା