-+91-9937148622 |
prerana_bgr@rediffmail.com |
Friday 6th November 2026 |
R.N.I. Regd No. ODIODI/2010/46693
Breaking News
06-Nov-2026
ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନିବାସୀ ୫ ନମ୍ବର ୱାର୍ଡରେ ରହୁଥିବା ଧର୍ମ ପରାୟଣ ମହିଳା ମଞ୍ଜରୀ ପାତ୍ରଙ୍କ ୬୮ ବର୍ଷ ବୟସରେ ପରଲୋକ ଘଟିଛି I ବିନିକା ସହର ତଥା ଅଞ୍ଚଳର ବେଶ ଜଣାଶୁଣା ଯୁବ ଶିଳ୍ପପତି ସୁନୀଲ ପାତ୍ର(ବୁଲୁ)ଙ୍କ ମାତୃ ବିୟୋଗ ହେବା ଘଟଣା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି I ସୂଚନା ଅନୁସାରେ ଗତକାଲି ମଞ୍ଜରୀଙ୍କ ଦେହ ଅସୁସ୍ଥ ହେବାରୁ ତାକୁ ପରିବାର ଲୋକେ ବରଗଡ଼ର ଏକ ଘରୋଇ ମେଡିକାଲରେ ଭର୍ତି କରିଥିଲେ I ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି I ପରିବାର ଲୋକେ ତାଙ୍କ ମରଶରୀରକୁ ନିଜ ବାସଭବନକୁ ଆଣିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ସାହି ପଡିଶା,ବନ୍ଧୁ ବାନ୍ଧବ ଓ ସହରବାସୀ ଶେଷ ଦର୍ଶନ କରିଥିଲେ I ପରେ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ପୁରୀ ସ୍ୱର୍ଗଦ୍ୱାରକୁ ନିଆ ଯାଇଥିଲା ସେଠାରେ ତାଙ୍କ ପୁଅ ସୁନୀଲ ପାତ୍ର (ବୁଲୁ) ମୁଖାଗ୍ନି ଦେଇଥିଲେ । ମୁଖାଗ୍ନି ସମୟରେ ତାଙ୍କ ବୋହୁ ସୁକନ୍ୟା ପାତ୍ର, ନାତି ସାଇସୁରଜ ପାତ୍ର,ନାତୁଣୀ ସଞ୍ଜନା ପାତ୍ରଙ୍କ ସହ ପରିବାର ବର୍ଗ ଉପସ୍ଥିତ ରହିଥିଲେ I