-+91-9937148622 |
prerana_bgr@rediffmail.com |
Sunday 22nd November 2026 |
R.N.I. Regd No. ODIODI/2010/46693
Breaking News
22-Nov-2026
ବଲାଙ୍ଗୀର(ପ୍ରେରଣା ଖବର): ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାରତୀୟ ଜ୍ଞାନପରମ୍ପରା, ନୈତିକ ମୂଲ୍ୟବୋଧ ତଥା ଆଧ୍ୟାତ୍ମିକ ଚେତନାର ଜାଗରଣ ଉଦ୍ଦେଶ୍ୟରେ ପ୍ରଜ୍ଞାନ ମିଶନ୍ ପକ୍ଷରୁ
ଜିଲ୍ଲାସ୍ତରୀୟ ଶ୍ରୀମଦ୍ଭଗବଦ୍ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଉତ୍ସାହ ଓ ଉଦ୍ଦୀପନାର ସହ ଯୋଗଦାନ କରି ଗୀତାର ଶ୍ଳୋକ ଆବୃତ୍ତି ମାଧ୍ୟମରେ ନିଜସ୍ୱ ପ୍ରତିଭା ଓ ଶାସ୍ତ୍ରୀୟ ଜ୍ଞାନର ପରିଚୟ ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ଭାବେ ବିଶ୍ବହିନ୍ଦୁ ପରିଷଦ ପଶ୍ଚିମ ପ୍ରାନ୍ତ ର ସଂଯୋଜିକା ସରସ୍ୱତୀ ନନ୍ଦ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବଲାଙ୍ଗୀର ଜିଲ୍ଲାର ନୋଡାଲ୍ ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶ୍ରୀମଦ୍ଭଗବଦ୍ଗୀତାର ସାର୍ବଜନୀନ ଜୀବନଦର୍ଶନ, କର୍ତ୍ତବ୍ୟନିଷ୍ଠା ଓ ଚରିତ୍ର ଗଠନରେ ଏହାର ଅପରିହାର୍ଯ୍ୟ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସଂସ୍କୃତ ଭାରତୀ ର ପ୍ରାନ୍ତ ସମ୍ପାଦକ ଅଧ୍ୟାପକ ଅଜିତ କୁମାର ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଏହି ପ୍ରତିଯୋଗିତା କେବଳ ଶ୍ଳୋକ ଆବୃତ୍ତିରେ ସୀମିତ ନ ରହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସ୍କୃତ ଭାଷାପ୍ରତି ଅନୁରାଗ, ଭାରତୀୟ ସଂସ୍କୃତିପ୍ରତି ଶ୍ରଦ୍ଧା ତଥା ଗୀତାର ଜୀବନୋପଯୋଗୀ ଆଦର୍ଶକୁ ଆତ୍ମସାତ୍ କରିବାର ପ୍ରେରଣା ସୃଷ୍ଟି
କରିବ ବୋଲି ପ୍ରଜ୍ଞାନମିଶନ, ବଲାଙ୍ଗୀର ସଂଯୋଜକ
ଚିତ୍ତରଞ୍ଜନ ଷଡ଼ଙ୍ଗୀ କହିଥିଲେ।
ସଂସ୍କୃତ ଭାରତୀ ର ପ୍ରାନ୍ତ ପ୍ରଚାର ପ୍ରମୁଖ ତଥା ଓଏଭି ପଥରଚେପାର ସଂସ୍କୃତ ଶିକ୍ଷକ ଶେଷଦେବ ମିଶ୍ର
ସଭା ପରିଚାଳନା କରିଥିଲେ।
ଆଦର୍ଶ ମହାପାତ୍ର,ଝୁନୀତା ଭୋଇ, ଶମ୍ଭୁ ପ୍ରସାଦ ଦାଶ, ଶ୍ରେୟଶ ପଟନାୟକ,ରଘୁନାଥ ହୋତା, ରୀନା ମିଶ୍ର, ସୁପ୍ରିୟା ମହାନ୍ତି, ମନୋରଞ୍ଜନ ଶତପଥୀ, ସତ୍ୟପ୍ରକାଶ ବେଦବାକ୍, ଶ୍ରୁତି ତ୍ରିପାଠୀ
ଆଦି ନିର୍ଣ୍ଣାୟକ ଭୂମିକା ନିର୍ବାହ କରି ମୂଲ୍ୟାଙ୍କନ ରେ ସହଯୋଗ କରିଥିଲେ।
ପ୍ରତିଯୋଗିତାର ବିଭିନ୍ନ ବିଭାଗରେ
୧. ସୃଜନୀ ଶୁଭଲକ୍ଷ୍ମୀ
୨. ସମ୍ପୂର୍ଣ୍ଣା ମେହେର
୩. ଶ୍ରେୟାଂଶ ସାତ୍ତ୍ୱିକ ମିଶ୍ର
୧. ହୀରାଜ ମହାନନ୍ଦ
୨. ବେଦବ୍ୟାସ ଦୀପ
୩. ହର୍ଷିତା ସିଂହ
୧. ଅନିକେତ ତ୍ରିପାଠୀ
୨. ପ୍ରିୟାଂଶୀ କୁଡ଼େଇ
୩. ଅନୁଷ୍କା ଦୋରା
୧. ବିଶ୍ୱଜିତ ସ୍ୱାଇଁ
୨. ସୁଶ୍ରୀ ସୌମ୍ୟମୟୀ ରଥ
୩. ଆଖ୍ୟାୟିକା ତ୍ରିପାଠୀ
ସ୍ଥାନ ଅଧିକାର ସହ କୃତିତ୍ୱ ହାସଲ କରି ହରିହରାନନ୍ଦ ଗୁରୁକୁଳ, ପୁରୀ ରେ ଆସନ୍ତା ରାଜ୍ୟସ୍ତରୀୟ
ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ।