-+91-9937148622 |
prerana_bgr@rediffmail.com |
Sunday 22nd November 2026 |
R.N.I. Regd No. ODIODI/2010/46693
Breaking News
22-Nov-2026
ବରପାଲି : (ସୁଦାମ ଦୀପ) ବରପାଲି ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ପଞ୍ଚମ ଗଙ୍ଗାଧର ମେହେର ଫୁଟବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ରେ ଝାରସୁଗୁଡ଼ା (ଆଦର୍ଶ କ୍ଲବ) ଦଳ ଚମତ୍କାର ପ୍ରଦର୍ଶନ କରି କୁଚିଣ୍ଡା ଦଳକୁ ୩-୧ ଗୋଲ୍ରେ ପରାସ୍ତ କରି ଚାମ୍ପିଅନ୍ ହୋଇଛି। ଏହି ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରେଙ୍ଗାଲି ବିଧାୟକ ଶ୍ରୀ ସୁଦର୍ଶନ ହରିପାଲ ଏବଂ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ଶ୍ରୀ ଗୌରହରି ମିଶ୍ର, ରାଜ୍ୟ ବିଜୁ ଯୁବ ଜନତା ଦଳ ଉପସଭାପତି ଶ୍ରୀ ଜିତୁ ଭୋଇ, ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ବରିଷ୍ଠ ନେତା ଶ୍ରୀ ଟିକାୟତ ମହତ୍ତମ, ଶ୍ରୀ ମଧୁ ପ୍ରଧାନ ଓ ଶ୍ରୀ ହିମାଂଶୁ ପଣ୍ଡା ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଖେଳକୁ ରେଫରି କାର୍ତ୍ତିକ ଦାସ, ଜିତେନ୍ଦ୍ର ପାତ୍ର, ପିଙ୍କି ହଂସ ଓ ଶଶିକାନ୍ତ ଦାସିଆ ପରିଚାଳନା କରିଥିବାବେଳେ ମ୍ୟାଚ୍ କମିଶନର ଭାବେ ମନୋଜ କୁମାର ସାହୁ ଦାୟିତ୍ୱ ତୁଲାଇଥିଲେ।
ପ୍ରତିଯୋଗିତାର ଶେଷରେ ବିଜୟୀ ଝାରସୁଗୁଡ଼ା ଦଳକୁ ନଗଦ ୭୦,୦୦୦ ଟଙ୍କା ସହ ଟ୍ରଫି ଏବଂ ଉପବିଜେତା କୁଚିଣ୍ଡା ଦଳକୁ ନଗଦ ୫୦,୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା।
ଏହି ପ୍ରତିଯୋଗିତା ବରପାଲିର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ସୃଷ୍ଟି କରିବା ସହ ଫୁଟବଲ୍ ଖେଳର ଲୋକପ୍ରିୟତାକୁ ଆହୁରି ବୃଦ୍ଧି କରିଛି।