-+91-9937148622 |
prerana_bgr@rediffmail.com |
Sunday 22nd November 2026 |
R.N.I. Regd No. ODIODI/2010/46693
Breaking News
22-Nov-2026
ତହଁକ ସାହିତ୍ୟ କୁଟୁମ୍ବ ପକ୍ଷରୁ ବଲାଙ୍ଗୀର ୱେଷ୍ଟର୍ଣ୍ଣ ଢ଼ାବା ଠାରେ 'କୋଶଳୀ ଖାଏନା କୋଶଳୀ ଗାଏନା' କାର୍ଯ୍ୟକ୍ରମ ବେଶ୍ ଧୁମ୍ ଧାମ୍ରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ପଶ୍ଚିମ ଓଡ଼ିଶାର ଦୁଇଶହରୁ ଅଧିକ ପାରମ୍ପରିକ ଖାଦ୍ୟ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ଓଟିଭିର ପଶ୍ଚିମ ଓଡ଼ିଶା ବ୍ୟୁରୋ ହେଡ୍ ମନୋରଞ୍ଜନ ଯୋଶୀ ମୁଖ୍ୟ ଅତିଥି ଏବଂ ହୀରାଖଣ୍ଡ ବିଦ୍ୟୁତ୍ କର୍ମଚାରୀ ସଂଘର ସଭାପତି ପବିତ୍ର ଖୁଣ୍ଟିଆ,
ବରିଷ୍ଠ କୋଶଳୀ କବି ସୁଶାନ୍ତ ବାଗ, ସମାଜସେବୀ ସୁଷମା ବେହେରା, ପ୍ରଭୁଦତ୍ତ ପ୍ରଧାନ ଓ ପଲ୍ଲବ କୁମାର ହୋତା ମଞ୍ଚାସୀନ ଥିଲେ। ତହଁକ ସମ୍ପାଦକ ରାଜେଶ ଦଣ୍ଡସେନା ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚଳନା କରିଥିଲେ। କୋଶଳୀ କବିତା ଆସରକୁ ନିକିତା ସା, ମାନସୀ ସାହୁ, ନିତ୍ୟାନନ୍ଦ ଜୁଏଡ଼ ଏବଂ ଶାଳିନୀ ସା ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ କୁ ଗୋପୀନାଥ ଦଣ୍ଡସେନା, ଜ୍ୟୋତିରାଣୀ ମିଶ୍ର, ଗରିବ ମଲ୍ଲିକ, ଯୁଧିଷ୍ଠିର ସେବକ ପ୍ରମୁଖ ସହଯୋଗ କରିଥିଲେ।
ଅଞ୍ଚଳର ୨୫ ରୁ ଉର୍ଦ୍ଧ୍ବ ଜଣ ପ୍ରଦର୍ଶନୀ ମେଳାରେ ଭାଗ ନେଇଥିଲେ।
କୋଶଲାଞ୍ଚଲର ହଜିଯାଉଥିବା ଦେଶୀ ଖାଦ୍ୟ କୁ ନେଇ ପ୍ରସ୍ତୁତ ହେଉଥିବା ଏମିତି ଏକ କାର୍ଯ୍ୟକ୍ରମକୁ ଅତିଥିମାନେ ଭୂରି ଭୂରି ପ୍ରଶଂସା କରିଥିଲେ।
ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଦ୍ଵାରା ଦେଶ ବିଦେଶରେ ଆମ ଅଞ୍ଚଳର ଖାଦ୍ୟକୁ ବ୍ୟବହାର କରିବା ପାଇଁ ବାଧ୍ଯ ହେବେ ଏବଂ ଏବେକାର ପିଲାମାନେ ଯାବତୀୟ ଖାଦ୍ୟ ଖାଇ ରୋଗାଗ୍ରସ୍ଥ ହେବାରୁ ବଞ୍ଚିବା ପାଇଁ ଏହା ଏକ ଉତ୍ତମ ପଦଷେପ ବୋଲି ମତବ୍ୟକ୍ତ କରିଥିଲେ। ଶେଷରେ କବି ମିଳନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।